fbpx

ରାଷ୍ଟ୍ରପତି ପ୍ରାର୍ଥୀନୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପାଇଁ ସାନ୍ତାଳ ସମ୍ପ୍ରଦାୟର ପୂଜାର୍ଚ୍ଚନା

Advertisement

ମୟୂରଭଞ୍ଜ: ଆସନ୍ତା ଜୁଲାଇ ୧୮ ତାରିଖ ଦିନ ରାଷ୍ଟ୍ରପତି ନିର୍ବାଚନ ହେଵ। ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବା ଦ୍ରୌପଦୀ ମୁର୍ମୁଙ୍କ ବିଜୟ ନେଇ ରାଜ୍ୟବାସୀ ଉତ୍କଣ୍ଠାର ସହ ଚାହିଁବସିଛନ୍ତି। ତେବେ ନିର୍ବାଚନରେ ତାଙ୍କ ବିଜୟ ଲାଗି ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଆଦିବାସୀ ସାନ୍ତାଳ ସମ୍ପ୍ରଦାୟର ଲୋକେ ପୂଜାପାଠ ଆରମ୍ଭ କରିଛନ୍ତି । ଦ୍ରୌପଦୀଙ୍କ ଜନ୍ମମାଟି କୁସୁମୀ ବ୍ଲକ ଉପରବେଡ଼ା ଗ୍ରାମର ମହିଳା ପୁରୁଷମାନେ ବୁଧବାର ପାରମ୍ପରିକ ବେଶଭୂଷାରେ ସଜ୍ଜିତ ହୋଇ ଜାହେରାଗାଳସ୍ଥିତ ଜାହାରାୟେ ମାରାଂବୁରୁଙ୍କ ପୀଠରେ ପହଞ୍ଚିଥିଲେ।

ବିପୁଳ ସଂଖ୍ୟାରେ ଭୋଟ ପାଇ ଦ୍ରୌପଦୀ ରାଷ୍ଟ୍ରପତି ହୁଅନ୍ତୁ ବୋଲି କାମନା କରି ଠାକୁରଙ୍କୁ ଗୁହାରି ଜଣାଇଥିଲେ। ସେହିପରି ଜିଲାର ବହଳଦା ବ୍ଲକ ବଡ଼ପାଳଶାଠାରେ ବୁଧବାର ସାନ୍ତାଳ ସମାଜର ଲୋକେ ମଧ୍ୟ ପୂଜାର୍ଚ୍ଚନା କରିଥିଲେ ନାଏକ ବାବାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜାହାରାୟେ ମାରାଂବୁରୁ ଓ ଲିଟେ ଗୋସାଇଁଙ୍କୁ ରୀତିନୀତି ଅନୁଯାୟୀ ପୂଜା କରିଥିଲେ ମାଦଳ ଓ ଧୁମସାର ତାଳେ ତାଳେ ହାତକୁ ହାତ ଛନ୍ଦି ମହିଳାପୁରୁଷମାନେ ନୃତ୍ୟ ଓ ଗୀତ ଗାଇଥିଲେ।

ଏହି କାର୍ୟ୍ୟକ୍ରମରେ ପୂର୍ବତନ ଏମ୍ପି ଲକ୍ଷ୍ମଣ ଟୁଡୁ, ଭାଜପା ନେତା ଇଶାନ ମିଶ୍ର, ବହଳଦା ବ୍ଲକ ଉପାଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ବସା, ବଡ଼ପାଳଶା ସରପଞ୍ଚ ଗୀତାରାଣୀ ହେମ୍ବ୍ରମ, ଓବିସି ମୋର୍ଚ୍ଚା ସଭାପତି ଘାସିରାମ ସାହୁ, ମାଧବ ମହାପାତ୍ର ସତ୍ୟବାନ ବସା କୀର୍ତ୍ତି ମହାନ୍ତ, ମାଝୀମାବା ହାଦି ସୋରେନ ନାଏକ ବାବା ହମରା ହାଁସଦା, କୁଶାଲ ମୁର୍ମୁ ରାମ ମୁର୍ମୁ, ଭାଜପା ଆଦିବାସୀ ମୋର୍ଚ୍ଚା ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ଖେଲାରାମ ହାଁସଦା, ଗାଁ ମୁଖୁ ଦୁଃଖ୍ୟଶ୍ୟାମ ଟୁଡୁ, ବାଗୁନ ସୋରେନ, ସିଦ୍ଧେଶ୍ଵର ମୁର୍ମୁଙ୍କ ସମେତ ଉପରବେଡ଼ା ଓ ବଡ଼ପାଳଶା ଗ୍ରାମର ସାନ୍ତାଳ ସମାଜର ଲୋକେ ଉପସ୍ଥିତ ଥିଲେ ଏଥିରେ ଆଖପାଖ ଗ୍ରାମର ଜନସାଧାରଣ ଉପସ୍ଥିତ ରହି ଦ୍ରୌପଦୀଙ୍କ ଶୁଭ ମନାସୁଥିବା ଦେଖିବାକୁ ମିଳିଥିଲା

Get real time updates directly on you device, subscribe now.