fbpx

କିଏ ହେବେ ଆସାମର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ? ସର୍ବାନନ୍ଦ ନା ହିମନ୍ତ

ନୂଆଦିଲ୍ଲୀ, ୮ା୫: କିଏ ପିନ୍ଧିବ ଆସାମର ରାଜ ମୁକୁଟ? ସର୍ବାନନ୍ଦ ସୋନୋୱାଲ ନା ହିମନ୍ତ ବିଶ୍ୱ ଶର୍ମା? ଏ ଦୁହିଁଙ୍କ ମଧ୍ୟରେ ଜଣେ ହେବେ ଆସାମର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । ବିଧାନସଭା ନିର୍ବାଚନ ଫଳ ଘୋଷଣା ହେବାର ଗୋଟିଏ ସପ୍ତାହ ବିତିଯାଇଥିଲେ ସୁଦ୍ଧା ରାଜ୍ୟର ମୁଖ୍ୟମନ୍ତ୍ରୀ ଭାର କାହା ହାତରେ ରହିବ, ସେନେଇ ବିଜେପି ପକ୍ଷରୁ କୌଣସି ନିଷ୍ପତ୍ତି ହୋଇପାରି ନାହିଁ । ସର୍ବାନନ୍ଦ ସୋନୋୱାଲ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିବାବେଳେ ହିମନ୍ତ ବିଶ୍ୱ ଶର୍ମା ଅର୍ଥମନ୍ତ୍ରୀ ରହିଛନ୍ତି । ତେବେ ଆଲୋଚନା କରିବା ପାଇଁ ହାଇକମାଣ୍ଡ ଦୁହିଁଙ୍କୁ ଆଜି ଦିଲ୍ଲୀ ଡକାଇଥିବା ଜଣାପଡ଼ିଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ସଂସଦୀୟ ବୋର୍ଡ ମୁଖ୍ୟମନ୍ତ୍ରୀ କି ହେବ ସେ ନେଇ ଆଲୋଚନା କରୁଛନ୍ତି ।

ବିଜେପିର ଜଣେ ବରିଷ୍ଠ ନେତା କହିଛନ୍ତି ଯେ, ସର୍ବାନନ୍ଦଙ୍କ ନେତୃତ୍ୱ ପାଇଁ ବିଜେପି ରାଜ୍ୟରେ ପୁଣି କ୍ଷମତାକୁ ଆସିପାରିଛି । ହିମନ୍ତ ବିଗତ ପାଞ୍ଚ ବର୍ଷ ମଧ୍ୟରେ ଜଣେ ଦୃଢ଼ ନେତା ଭାବେ ଉଭା ହୋଇଛନ୍ତି ବୋଲି କହିଛନ୍ତି । ୧୨୬ ଆସନ ବିଶିଷ୍ଟ ଆସାମ ବିଧାନସଭାରେ ବିଜେପି ୬୦ଟି ଆସନରେ ବିଜୟ ଲାଭ କରିଛି । ହିମନ୍ତଙ୍କ ସପକ୍ଷରେ ବିଜେପିର ୪୦ ଜଣ ବିଧାୟକଙ୍କ ସମର୍ଥନ ରହିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.