fbpx

ଅନୁଗୁଳ ଏସଡିପିଓଙ୍କ ରୋମାନ୍ସ ଭିଡିଓ ଭାଇରାଲ୍: ପତ୍ନୀ ଆଣିଲେ ହତ୍ୟା ଉଦ୍ୟମ ଅଭିଯୋଗ

ଚନ୍ଦ୍ରଶେଖରପୁର,୦୮/୦୫(ଓଡିଶା ଭାସ୍କର) : ନିକଟରେ ଅନୁଗୁଳ ଏସଡିପିଓଙ୍କର ମହିଳା ଇନ୍ସପେକ୍ଟରଙ୍କ ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ ଭାଇରାଲ୍ ହୋଇଥିଲା । ଏହାପରେ ଏସଡିପିଓଙ୍କ ପତ୍ନୀ ତାଙ୍କ ଲଭ୍ ଆଫାୟାରସ୍ ଉପରୁ ପରଦା ହଟାଇଥିଲେ । କିପରି ପତ୍ନୀ ଥାଉ ଥାଉ ଆଉ ଜଣେ ମହିଳା ଇନ୍ସପେକ୍ଟରଙ୍କ ସହ ଲଭ୍ ରିଲେସନ୍ ରେ ଥିଲେ ସେସବୁ କୁ ଗଣମାଧ୍ୟମ ସାମାନାରେ ଗୋଟି ଗୋଟି କରି କହିଥିଲେ ପତ୍ନୀ ମମତା । ତେବେ ପୁଣି ଥରେ ଏହି ମାମଲା ଏବେ ଚର୍ଚ୍ଚାର କେନ୍ଦ୍ରକୁ ଆସିଛି । ଗତକାଲି ତାଙ୍କ ପତ୍ନୀ ମମତା ଏସଡିପିଓ ଅଶ୍ୱିନୀ କୁମାର ସାହୁଙ୍କ ନାମରେ ହତ୍ୟା ଉଦ୍ୟମର ଅଭିଯୋଗ ଆଣିଛନ୍ତି । ବିଭିନ୍ନ ସମୟରେ ଗୁଣ୍ଡା ଲଗାଇ ତାଙ୍କୁ ମାରିବା ପାଇଁ ଚେଷ୍ଟା କରୁଥିବା ଅଭିଯୋଗ ଆଣିଛନ୍ତି ପତ୍ନୀ ମମତା ସାହୁ । ଅଭିଯୋଗ ପରେ ପୋଲିସ୍ ଅଶ୍ୱିନୀଙ୍କ ବିରୋଧରେ କେସ୍ ନମ୍ବର-୧୨୫/୨୧ ଏବଂ ଆଇପିସି ଧାରା-୩୨୩, ୫୦୬, ୩୦୭, ୩୪ରେ ମାମଲା ରୁଜୁ କରିଛି ଏବଂ ଘଟଣାର ତଦନ୍ତ ଆରମ୍ଭ କରିଛି । ଏଥିସହ ପତ୍ନୀ ମମତାଙ୍କ ବୟାନକୁ ମଧ୍ୟ ରେକର୍ଡ କରିଛି ।

ମମତା ଅଭିଯୋଗ କରିଛନ୍ତି ଯେ, ଏସଡିପିଓ ଅଶ୍ୱିନୀ ତାଙ୍କୁ ୨୦୦୪ ମସିହାରେ ବିବାହ କରିଥିଲେ । କିଛି ଦିନ ସବୁ ଠିକ୍ ଠାକ୍ କଟିବାପରେ ୨୦୧୧ରେ ଯାଜପୁର ଟାଉନ୍ ଥାନାକୁ ଆସିବାପରେ ସେଠାରେ ଜଣେ ମହିଳା ଇନ୍ସପେକ୍ଟରଙ୍କ ସହ ତାଙ୍କ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା । ବିଭିନ୍ନ ସମୟରେ ସେ ଦୁହେଁ ମିଳାମିଶା କରୁଥିଲେ । ଏ ବିଷୟରେ ତାଙ୍କ ପତ୍ନୀଙ୍କ କାନରେ କଥା ପଡିବା ପରେ ଦୁହିଁଙ୍କ ମଧ୍ୟରେ ଝଗଡା ହୋଇଥିଲା । ଅଶ୍ୱିନୀଙ୍କର ଗଞ୍ଜାମ ଜିଲ୍ଳାକୁ ବଦଳି ହୋଇଯାଇଥିବା ବେଳେ ଉକ୍ତ ମହିଳା ଇନ୍ସପେକ୍ଟରଙ୍କର ମୟୁରଭଞ୍ଜକୁ ବଦଳି ହୋଇଥିଲା । ଏହାପରେ ମମତାଙ୍କ ଉପରେ ଅଶ୍ୱିନୀ ଯୌତୁକ ନିର୍ଯ୍ୟାତନା ଆରମ୍ଭ କରି ଦେଇଥିଲେ । ବେଳେ ତାଙ୍କ ଉପରେ ଶାରୀରିକ ନିର୍ଯ୍ୟାତନା ମଧ୍ୟ ହେଉଥିଲା । ମମତା ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, କିଛି ଦିନ ତଳେ ଅଶ୍ବିନୀ ଶୈଳଶ୍ରୀବିହାରସ୍ଥିତ ମନୀଷା ଏନକ୍ଲେଭ୍ ଘରକୁ ଆସି ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ହତ୍ୟା ଧମକ ଦେଇଥିଲେ । ସମ୍ପୃକ୍ତ ମହିଳା ଇନ୍ସେପେକ୍ଟରଙ୍କୁ ସେ ବିବାହ କରିଛନ୍ତି ଓ ତାଙ୍କର ୪ ବର୍ଷର ଏକ ଝିଅ ଅଛି ବୋଲି କହିଛନ୍ତି । ସହମତି ଭିତ୍ତିରେ ଛାଡ଼ପତ୍ର ଦେବାକୁ ଧମକ ଦେବା ସହ ହତ୍ୟା ଉଦ୍ୟମ କରିଥିଲେ । ମାଡ଼ରେ ଆହତ ସମୟର ଫଟୋ ଏବଂ ମହିଳା ଇନ୍ସପେକ୍ଟରଙ୍କ ସହ ଭାଇରାଲ୍ ଭିଡିଓକୁ ପୋଲିସ୍ ନିକଟରେ ସେ ଦାଖଲ କରିଛନ୍ତି ।

ମମତାଙ୍କ ଏହି ଅଭିଯୋଗ ପରେ ପୋଲିସ୍ ଅଶ୍ୱିନୀଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲା । କିନ୍ତୁ ତାହା ହୋଇପାରି ନଥିଲା । ସୁଚନାଯୋଗ୍ୟ, ଗତ ସପ୍ତାହରେ ଅଶ୍ୱିନୀ ଏବଂ ଉକ୍ତ ମହିଳା ଇନ୍ସପେକ୍ଟର୍ ଙ୍କ ଅନ୍ତରଙ୍ଗ ମୁହୁର୍ତ୍ତର ଗୋଟିଏ ଭିଡିଓ ଭାଇରାଲ୍ ହୋଇଥିଲା । କିନ୍ତୁ ଏହାକୁ କିଏ ଭାଇରାଲ୍ କରିଥିଲେ ତାହା ଜଣାପଡିନଥିଲା ।

 

Get real time updates directly on you device, subscribe now.