fbpx

ବିଦେଶୀଙ୍କ ସହ ଖୁବ୍ ନାଚିଲେ ସରଦାର, ଇଣ୍ଟରନେଟରେ ଧୁମ୍ ମଚାଇଲା ପଞ୍ଜାବୀ ଷ୍ଟାଇଲ

ଭାରତୀୟଙ୍କ ଖୋଲା ହୃଦୟ ଏବଂ ବ୍ୟବହାରଳ ପାଇଁ ସବୁବେଳେ ଚର୍ଚ୍ଚା ହୋଇଥାଏ । ଭାରତୀୟ ମାନେ ଯେଉଁଆଡ଼େ ଯାଇଥାନ୍ତି ସେଠାରେ ନିଜର ଛାପ ଛାଡ଼ିଛନ୍ତି । ଭାରତୀୟ ମାନେ ଯେଉଁଠାରେ ରହୁନ୍ତୁ ସେ ଆମେରିକା ହେଉ ଅବା ଅଷ୍ଟ୍ରେଲିଆ ସବୁଠାରେ ଭାରତୀୟ ନିଜର ଭାରତୀୟ ଛାପ ଛାଡ଼ିଛନ୍ତି । ଆଉ ପଞ୍ଜାବୀ ସରଦାରଙ୍କ କଥା ମଧ୍ୟ ସବୁଠୁ ଭିନ୍ନ । ସରଦାର ଭାରତରେ ରୁହନ୍ତୁ କିମ୍ବା ବିଦେଶରେ । ନିଜ ମଜାଦାର ରଙ୍ଗରେ ସମସ୍ତଙ୍କୁ ରଙ୍ଗେଇ ଦେଇଥାନ୍ତି । ଏହି ଭଳି ଏବେ ଜଣେ ସରଦାରଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଠାରେ ବିଦେଶରେ ଏହି ସରଦାର ନିଜ ରଙ୍ଗରେ ସମସ୍ତଙ୍କୁ ରଙ୍ଗେଇ ଦେଇଛନ୍ତି ।

ସାମିନ୍ଦର ସିଂ ଧିନ୍ଦସା ନାମକ ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ ନିଜର ଏକ ଭିଡିଓ ସେୟାର କରିଛନ୍ତି ଯାହା ଭାଇରାଲ ହୋଇଛି । ସମିନ୍ଦର ମିଆଁମାରର ଏକ କଲେଜରେ ପଢ଼ୁଛନ୍ତି । ସେଠାରେ ଯେତେବେଳେ ସେ କିଛି ଲୋକଙ୍କୁ ରାସ୍ତାକଡ଼ରେ ନାଚୁଥିବାର ଦେଖିଥିଲେ, ସେତେବେଳେ ସେ ନିଜକୁ ରୋକିପାରନଥିଲେ ଏବଂ ତାଙ୍କ ସହ ନାଚିବା ଆରମ୍ଭ କଲେ  ।

ସମିନ୍ଦର ସେଠାରେ ଏଭଳି ଡାନ୍ସ କରିଥିଲେ ଯେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସମସ୍ତେ ତାଙ୍କ ଡାନ୍ସ ଦେଖି ଖୁସି ହୋଇଯାଇଥିଲେ । ରାସ୍ତାରେ ଯିବାବେଳେ ତାଙ୍କ ସାଙ୍ଗମାନେ ତାଙ୍କୁ ସେଠାରେ ନାଚିବା ପାଇଁ କହିଥିଲେ ଏବଂ ସେ ସେଠାରେ ନାଚିଥିଲେ ଏବଂ ସେଠାରେ ସେ ଖୁବ୍ ନାଚିଥିଲେ । ଦେଖନ୍ତୁ ଭିଡିଓ…

 

View this post on Instagram

 

A post shared by Saminder Singh Dhindsa (@turbanmagic)

Get real time updates directly on you device, subscribe now.