fbpx

ସୁଯୋଗ ମିଳିବା ମାତ୍ରେ ନିଜର ଜଲୱା ଦେଖାଇଲେ ସରଫରାଜ ଖାନ୍; ଡେବ୍ୟୁ ମ୍ୟାଚ୍‌ରେ କଲେ ଅର୍ଦ୍ଧଶତକ

Advertisement

ରାଜକୋଟ: ନିଜର ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳୁଥିବା ବ୍ୟାଟ୍ସମ୍ୟାନ୍ ସରଫରାଜ ନୌଶାଦ ଖାନ୍ ପ୍ରଥମ ଇନିଂସରେ ହିଁ ନିଜର ବ୍ୟାଟିଂ ମନୋଭାବ ଦେଖାଇଛନ୍ତି। ରାଜକୋଟରେ ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚରେ ପ୍ରଥମ ଥର ପାଇଁ ଟେଷ୍ଟ ପଡ଼ିଆକୁ ଓହ୍ଲାଇଥିବା ସରଫରାଜ ଖାନ୍ ଦମଦାର ଅର୍ଦ୍ଧଶତକ ହାସଲ କରିଛନ୍ତି। ସର୍ଫରାଜ ଖାନ୍ ୪୮ ବଲ୍ ଖେଳି ୭ ଚୌକା ଓ ଗୋଟିଏ ଛକା ସାହାଯ୍ୟରେ ୫୦ ରନ୍ ପୂରଣ କରିଥିଲେ। ଏହା ହେଉଛି ସରଫରାଜ ଖାନଙ୍କ ଡେବ୍ୟୁ ମ୍ୟାଚ୍ । ସରଫରାଜଙ୍କ ବ୍ୟତୀତ ଧ୍ରୁବ ଜୁରେଲଙ୍କୁ ମଧ୍ୟ ଦଳରେ ସ୍ଥାନ ଦିଆଯାଇଛି।

ଦେଖିବାକୁ ଗଲେ ଗତ ବର୍ଷ ଜୁନ୍ ମାସରେ ୱେଷ୍ଟଇଣ୍ଡିଜ୍ ପାଇଁ ଟେଷ୍ଟ୍ ଦଳ ଘୋଷଣା ହେବା ପରେ ସର୍ଫରାଜ ଖାନ୍ ଙ୍କୁ ଦଳରେ ସ୍ଥାନ ଦିଆଯାଇନଥିଲା। ସେତେବେଳେ ପୂର୍ବତନ ଭାରତୀୟ ଅଧିନାୟକ ସୁନୀଲ ଗାଭାସ୍କର କହିଥିଲେ, ସରଫରାଜ ଖାନ୍ ରଣଜୀର ଗତ ତିନି ସିଜନରେ ୧୦୦ରୁ ଅଧିକ ହାରାହାରିରେ ରନ୍ କରିଛନ୍ତି। ଏବେ ଦଳରେ ସ୍ଥାନ ପାଇବା ପାଇଁ ତାଙ୍କୁ କ’ଣ କରିବାକୁ ପଡ଼ିବ? ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିନପାରେ କିନ୍ତୁ ଆପଣ ତାଙ୍କୁ ୧୬ ଜଣିଆ ଦଳରେ ଚୟନ କରନ୍ତୁ।

ଗାଭାସ୍କର କହିଥିଲେ, “ଏଭଳି ଖେଳାଳିଙ୍କୁ କୁହନ୍ତୁ ଯେ ସେମାନଙ୍କ ପ୍ରଦର୍ଶନ ଉପରେ ନଜର ରଖାଯାଉଛି। ନଚେତ ରଣଜୀ ଟ୍ରଫି ଖେଳିବା ବନ୍ଦ କରନ୍ତୁ। ଏହାର କିଛି ଅର୍ଥ ନାହିଁ। ଆପଣ କେବଳ ଆଇପିଏଲ୍ ଖେଳିବେ ଏବଂ ତା’ପରେ ଆଇପିଏଲ୍ ଆଧାରରେ ରେଡ୍ ବଲ୍ ରେ ଖେଳିବାର ସୁଯୋଗ ପାଇବେ।”

Get real time updates directly on you device, subscribe now.