fbpx

IAS ସ୍ତରରେ ପରିବର୍ତ୍ତନ: ସରୋଜ କୁମାର ସାମଲ ହେଲେ ସୂଚନା ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ

ଭୁବନେଶ୍ୱର: ଆଇଏଏସ ସ୍ତରରେ ଏକ ଛୋଟ ଧରଣର ପରିବର୍ତ୍ତନ କରିଛନ୍ତି ମାନ୍ୟବର ରାଜ୍ୟ ସରକାର । ଏ ସମ୍ପର୍କରେ ସାଦାରଣ ପ୍ରଶାସନ ପକ୍ଷରୁ ଏକ ବିଜ୍ଞପ୍ତି ଦ୍ୱାରା ସୂଚନା ଦିଆଯାଇଛି । ଏହି ପରିବର୍ତ୍ତନ ପରେ ଝାରସୁଗୁଡାର ପୂର୍ବତନ ଜିଲ୍ଲାପାଳ ସରୋଜ କୁମାର ସାମଲ ସୂଚନା ଏବଂ ଲୋକ ସମ୍ପର୍କ ବିଭାଗର ନୂଆ ନିର୍ଦ୍ଦେଶକ ଭାବରେ ନିଯୁକ୍ତି ପାଇଛନ୍ତି । ତେବେ ୨୦୧୧ କ୍ୟାଡର ଆଇଏଏସ ଇନ୍ଦ୍ରମଣୀ ତ୍ରିପାଠୀଙ୍କୁ ଏଠାରୁ ଅବସ୍ଥାପିତ କରାଯାଇଛି । ତେବେ ତାଙ୍କୁ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି, ସଂଖ୍ୟାଲଘୁ ଓ ପଛୁଆ ବର୍ଗ ବିଭାଗରେ ଅତିରିକ୍ତ ସଚିବ ପଦବୀରେ ନିଯୁକ୍ତ କରାଯାଇଛି । ଏହାବ୍ୟତୀତ ଏସସିଏସଆରଟିଆଇ ବିଭାଗର ଅତିରିକ୍ତ ଦାୟିତ୍ୱ ମଧ୍ୟ ଶ୍ରୀ ତ୍ରିପାଠୀଙ୍କ ହାତରେ ରହିବ ।

ସୂଚନା ଅନୁସାରେ, ଝାରସୁଗୁଡା ଉପନିର୍ବାଚନ ପୂର୍ବରୁ ଏଠାରେ ପରୀିବର୍ତ୍ତନ ହୋଇଥିଲା । ଏହି ପରୀପ୍ରେକ୍ଷୀରେ ୨୦୧୨ କ୍ୟାଡର ଆଇଏଏସ ଅଧିକାରୀ ସରୋଜ କୁମାର ସାମଲଙ୍କ ବଦଳି କରାଇଥିଲେ ରାଜ୍ୟ ସରକାର । ଗତ ୬ ତାରିଖରେ ଶ୍ରୀ ସାମଲଙ୍କ ସ୍ଥାନରେ ସୋନପୁରର ଜିଲ୍ଲାପାଳ ଆବୋଲି ସୁନୀଲ ନରଭଣେଙ୍କୁ ଝାରସୁଗୁଡାର ଦାୟିତ୍ୱ ହସ୍ତାନ୍ତର କରାଯାଇଛି ।

Get real time updates directly on you device, subscribe now.