fbpx
BJD SKY
BJD SKY

ଯେଉଁ ନେତାମାନେ BJPରେ ସାମିଲ ହେଉଛନ୍ତି, ସେମାନଙ୍କ ବିରୋଧରେ କାହିଁକି ଯାଞ୍ଚ ହେବନି: ୮ ଭ୍ରଷ୍ଟ ନେତାଙ୍କ ଲିଷ୍ଟ ଶେୟାର କଲେ ଥରୁର

BJD

ନୂଆଦିଲ୍ଲୀ: ଆସନ୍ତା ୨୦୨୪ ଲୋକସଭା ନିର୍ବାଚନକୁ ଆଉ କମ୍ ସମୟ ବାକି ଅଛି । ଏହା ପୂର୍ବରୁ ଚଳିତ ବର୍ଷ ୯ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାର ଅଛି । ପୂର୍ବରୁ ୨୦୧୪ ଓ ୨୦୧୯ରେ ବିଜେପି କେନ୍ଦ୍ରରେ ଶାସନାଧୀନ ରହିଥିବା ବେଳେ ୨୦୨୪ରେ ମଧ୍ୟ କ୍ଷମତା ହାତେଇବାକୁ ରଣନୀତି ପ୍ରସ୍ତୁତ କରୁଛି । ଅପରପକ୍ଷେ ମୋଦୀଙ୍କୁ ଟକ୍କର ଦେବା ପାଇଁ ବିରୋଧୀ କଂଗ୍ରେସ, ଆମ ଆଦମୀ ପାର୍ଟି, (ଆପ), ତୃଣମୂଳ କଂଗ୍ରେସ (ଟିଏମସି), ଜେଡି (ୟୁ), ଏନସିପି ଆଦି ଦଳ ମଧ୍ୟ ଏକଜୁଟ୍ ହେବାକୁ ପ୍ରୟାସ କରୁଛନ୍ତି ।

ତେବେ ଏହା ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର ଏକ ବଡ଼ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି । ଏନେଇ ସେ ସୋସିଆଲ ମିଡ଼ିଆରେ ୮ ଜଣ ନେତାଙ୍କ ଲିଷ୍ଟ ସାମିଲ କରିଛନ୍ତି । ଏହି ସମସ୍ତ ନେତାଙ୍କ ନାମରେ ପୂର୍ବରୁ ଭ୍ରଷ୍ଟାଚାର ନେଇ ଅଭିଯୋଗ ରହିଥିଲା । ମାତ୍ର ବିଜେପି ବା ସହଯୋଗୀ ପାର୍ଟିକୁ ସେମାନେ ଆସିବା ପରେ ନେତାଙ୍କ ବିରୋଧରେ ଯାଞ୍ଚ ବନ୍ଦ କରି ଦିଆଯାଇଥିଲା ବୋଲି ଥରୁର ଅଭିଯୋଗ କରିଛନ୍ତି ।

ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିରୋଧରେ ମଦ ଘୋଟାଲା ଯାଞ୍ଚକୁ ନେଇ ଥରୁର ବିଜେପି ଉପରେ ବର୍ଷିଛନ୍ତି । ଉକ୍ତ ଲିଷ୍ଟରେ ରହିଥିବା ନେତାମାନ ହେଉଛନ୍ତି, ଅସମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା, କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ. ୟେଦିୟୁରପ୍ପା, ଶୁଭେନ୍ଦୁ ଅଧିକାରୀ, ଭାବନା ଗବଲି, ଯଶବନ୍ତ ଯାଧବ, ଯାମିନୀ ଯାଧବ, ପ୍ରତାପ ସରନାଈକ ଓ ନାରାୟଣ ରାଣେ । ଏହି ନେତାମାନେ ବିଜେପିରେ ସାମିଲ ହେବା ପରେ ସେମାନଙ୍କର ଯାଞ୍ଚ ପ୍ରକ୍ରିୟାକୁ ବନ୍ଦ କରି ଦିଆଯାଇଥିଲା ।

ଥରୁରଙ୍କ ପୋଷ୍ଟ ଅନୁଯାୟୀ, ନାରାୟଣଙ୍କ ନାମରେ ୩୦୦ କୋଟିର ମନି ଲଣ୍ଡରିଂ ମାମଲା ରହିଥିଲା । ଶୁଭେନ୍ଦୁ ନାରଦ ସ୍କାମରେ ଜଡ଼ିତ ଥିଲେ । ହିମନ୍ତ ଲାଞ୍ଚ ସ୍କାଣ୍ଡାଲରେ ଅଭିଯୁକ୍ତ ଥିଲେ । ଭାବନା ୫ ଥର ଇଡିର ସମନକୁ ଅଣଦେଖା କରିଥିଲେ । ଯଶବନ୍ତ ଓ ବିଧାୟକ ଯାମିନୀ ଯାଦବ ଫେମା ଉଲ୍ଲଂଘନ କରି ଇଡି ସ୍କାନରରେ ରହିଥିଲେ । ପ୍ରତାପଙ୍କ ଉପରେ ବେଆଇନ ଅର୍ଥ କାରବାର ମାମଲା ଥିଲା ଓ ଇଡି ରେଡ୍ କରିଥିଲା । ୟେଦିୟୁରପ୍ପା ବେଙ୍ଗାଲୁରୁ ବିକାଶ ଅଥରିଟିର ହାଉସିଂ ପ୍ରୋଜେକ୍ଟ ଲାଞ୍ଚ ମାମଲାରେ ଜଡ଼ିତ ଥିଲେ । ତାଙ୍କ ବିରୋଧରେ ଲୋକାୟୁକ୍ତରେ ଏଫଆଇଆର ଦାୟର ହୋଇଥିଲା ।

କେନ୍ଦ୍ରରେ ମୋଦୀ ସରକାର ବିରୋଧୀ ଦଳର ନେତାଙ୍କ ଉପରେ ସିବିଆଇ, ଇଡି, ନିଆ ପରି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଦୁରୂପଯୋଗ କରୁଛନ୍ତି । ଏହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ବୋଲି ପୂର୍ବରୁ ବିରୋଧୀ ଶିବିରର କିଛି ନେତା ପୂର୍ବରୁ ଖୋଲାଖୋଲି ଅଭିଯୋଗ ଆଣିଥିଲେ । ମୋଦୀଙ୍କ କଟ୍ଟର ବିରୋଧୀ ଭାବେ ଜଣାଶୁଣା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଅନେକ ସମୟରେ ଏପରି ବୟାନ ଦେଇ ବିଜେପିକୁ କଡ଼ା ସମାଲୋଚନା କରିଥିଲେ । ଏବେ ଥରୁର କିଛି ନେତାଙ୍କ ଲିଷ୍ଟ ଶେୟାର କରି ବିଜେପିକୁ ସମାଲୋଚନା କରିବା ଘଟଣା ରାଜନୈତିକ ମହଲକୁ ସରଗରମ୍ କରିଦେଇଛି ।

Get real time updates directly on you device, subscribe now.