Breaking: କିଏ ବନ୍ଦ କଲା ସସ୍ମିତଙ୍କ ମୁହଁ? ବିଦେଶରୁ ଫେରି କିଛି କହିଲେନି ସାଂସଦ

ନୂଆଦିଲ୍ଲୀ: ବିଦେଶ ଗସ୍ତରୁ ଫେରିଲେ ସାଂସଦ ସସ୍ମିତ ପାତ୍ର । ଦିଲ୍ଲୀରେ ପହଞ୍ଚିବା ପରେ ଗଣମାଧ୍ୟମକୁ ୱକଫ୍ ଭୋଟିଂ ସମ୍ପର୍କରେ ପ୍ରତିକ୍ରିୟା ଦେବାକୁ ମନା କଲେ ସସ୍ମିତ ।

ୱକଫ୍ ଭୋଟିଂକୁ ନେଇ ଉଠିଥିବା ବିବାଦକୁ ନେଇ ବିଜେଡି ଟଳମଣ ପରିସ୍ଥିତିରେ ଥିଲେ ସୁଦ୍ଧା ସସ୍ମିତ ମୁହଁ ନ ଖୋଲିବା ଏବେ ବଡ଼ ପ୍ରଶ୍ୱବାଚୀ ସୃଷ୍ଟି କରିଛି ।

ଦଳ ଏନେଇ ସ୍ପଷ୍ଟୀକରଣ ଦେବ ବୋଲି କହିଳେ ସସ୍ମିତ ।

ନିକଟରେ ବିଜେଡି ରାଜ୍ୟ ସଭା ସାଂସଦ ମୁନା ଖାନ୍ ନବୀନଙ୍କୁ ଭେଟି ସସ୍ମିତଙ୍କ ନିଲମ୍ବନ ଦାବି କରିଥିଲେ । ଏହାଛଡ଼ା ଗତକାଲି ନବୀନ ଜାତୀୟ ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟାରେ ସସ୍ମିତଙ୍କ ସମ୍ପର୍କରେ କୌଣସି ଟିପ୍ପଣୀ ଦେଇ ନ ଥିଲେ ।