fbpx

ସମ୍ବଲପୁରରୁ ପୁଣି ଚମକିଲେ ସାତ୍ତ୍ୱିକ, ଏସଆର-୭ ରକେଟକୁ ମିଳିଲା ନାସାର ସ୍ୱୀକୃତି

Advertisement

ସମ୍ବଲପୁର(ଓଡ଼ିଶା ଭାସ୍କର): ଓଡ଼ିଶା ପାଇଁ ଗର୍ବର ବିଷୟ ପାଲିଟିଛି ସମ୍ବଲରପୁର ସ୍ଥିତ ବୈଦିକ ଇଣ୍ଟରନ୍ୟାସନାଲ ସ୍କୁଲ । +୨ ବିଜ୍ଞାନ ପ୍ରଥମ ବର୍ଷର ଛାତ୍ର ସାତ୍ତ୍ୱିକ ପରାସର ବେହେରାଙ୍କ ଯୋଗୁଁ ସ୍କୁଲ ଚର୍ଚ୍ଚାର ବିଷୟ ପାଲଟିଛି । ସାତ୍ତ୍ୱିକ ଓ ତାଙ୍କ ଟିମ୍ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏସଆର-୭ ରକେଟକୁ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥାନ ବା ନାସା ପକ୍ଷରୁ ସ୍ୱୀକୃତି ମିଳିଛି ।

ଖୁବଶୀଘ୍ର ସାତ୍ତ୍ୱିକଙ୍କ ଦ୍ୱାରା ପ୍ରସ୍ତୁତ ଏହି ରକେଟ ଭର୍ଜିନିଆର ୱଲଲୁକ ସ୍ପେସ ସେଣ୍ଟରରୁ ଉତକ୍ଷେପଣ ହେବାକୁ ଯାଉଛି । ରକେଟର ଖାସ୍ କଥା ହେଉଛି କି, ଏଥିରେ କ୍ୟୁବ୍ ଡିଜାଇନିଂ ସାତ୍ତ୍ୱିକଙ୍କ ଅଂଶ ରହିଛି । ପୂର୍ବରୁ ମହାକାଶ ଯାନ ବା ରକେଟରେ ଥିବା ବୋଲଟଗୁଡିକ ତରଳି ଯାଉଥିବାରୁ ବିସ୍ଫୋରଣ ହେଉଥିଲା । ଯାହାକୁ ଦୃଷ୍ଟିରେ ରଖି ସାତ୍ତ୍ୱିକ ସ୍ୱତନ୍ତ୍ର ଭାବେ ବିଭିନ୍ନ ଧାତୁକୁ ନେଇ ଏଲୟରେ ଏହି ବୋଲଟ ପ୍ରସ୍ତୁତ କରିଛନ୍ତି, ଯାହାକି ୧୭୦ ଡିଗ୍ରୀ ତାପମାତ୍ରାରେ ବି ସୁରକ୍ଷିତ ରହୁଛି ।

ତେବେ ସାତ୍ତ୍ୱିକ ଏହି ପ୍ରକଳ୍ପକୁ ନେଇ ଖୁସି ଥିବା ବେଳେ ବୈଦିକ ଇଣ୍ଟରନ୍ୟାସନାଲ ସ୍କୁଲର ଚେୟାରମ୍ୟାନ୍ ଆନନ୍ଦ ଅଗ୍ରୱାଲ ମଧ୍ୟ ଏହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି। ନାସା ଦ୍ୱାରା ସ୍ୱୀକୃତିପ୍ରାପ୍ତ ଏହି ପ୍ରକଳ୍ପକୁ ୭ ଜଣିଆ ଟିମ୍ ପସ୍ତୁତ କରିଛନ୍ତି । ଭୁବନେଶ୍ୱର ୟଙ୍କ ଟିଙ୍କର ଏକାଡେମି ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଏହି ପ୍ରକଳ୍ପରେ କଳାହଳାଣ୍ଡି ଜିଲ୍ଲା ଜୁନାଗଡର ସାତ୍ତ୍ୱିକଙ୍କ ସମେତ ବରଗଡ ଜିଲ୍ଲା ବରପାଲିର ଏମ ସାଇକ୍ରୀଷ୍ଣା ଓ ଅନ୍ୟ ୫ ଜଣ ଛାତ୍ରାଛାତ୍ରୀ ସାମିଲ ରହିଛନ୍ତି । ପିଲାବେଳୁ ଆଷ୍ଟ୍ରୋଫିଜିକ୍ସ ଉପରେ ଅଧିକ ଆଗ୍ରହୀ ଥିବା ସାତ୍ତ୍ୱିକ କହିଛନ୍ତି ।

Get real time updates directly on you device, subscribe now.