fbpx

ଇତିହାସ ରଚିଲେ ସାତ୍ୱିକ-ଚିରାଗ: ଇଣ୍ଡୋନେସିଆ ଓପନ ଜିତି ବନିଲେ ଚମ୍ପିଆନ

ନୂଆଦିଲ୍ଲୀ: ଇଣ୍ଡୋନେସିଆ ଓପନ ସୁପର ୧୦୦୦ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ନୂଆ ଇତିହାସ ରଚିଛନ୍ତି ଭାରତର ସାତ୍ୱିକ-ଚିରାଗ ଯୋଡି । ଫାଇନାଲ ମ୍ୟାଚରେ ବିଶ୍ୱ ଚମ୍ପିଆନ୍ ମାଲେସିଆକୁ ହରାଇ ଏହି ଟ୍ରପିକୁ ଅକ୍ତିଆର କରିଛନ୍ତି ସାତ୍ୱିକସାଇରାଜ ରଙ୍ଗିରେଡୀ ଏବଂ ଚିରାଗ ଶେଟ୍ଟୀ । ବିଶ୍ୱ ରାଙ୍କିଙ୍ଗର ଷଷ୍ଠ ସ୍ଥାନରେ ରହିଥିବା ଭାରତର ଏହି ସୁପରଷ୍ଟାର ଯୋଡି ମାଲେସିଆର ଅରୋନ ଚିୟା-ଭୁଇ ୟିକ ସୋହ ଯୋଡିକୁ ପଛରେ ପକାଇ ଚମ୍ପିଆନର ଟାଇଟଲ ହାସଲ କରିଛି ।

ଇଣ୍ଡୋନେସିଆ ଓପନ ସୁପର ୧୦୦୦ର ଫାଇନାଲ ମ୍ୟାଚରେ ମାଲେସିଆକୁ ୨୧-୧୭ ଏବଂ ୨୧-୧୮ରେ ମାତ୍ ଦେଇ ଟୁର୍ଣ୍ଣାମେଣ୍ଟର ବିଜେତା ହୋଇଛି । ତେବେ ଏମିତି କରିବାରେ ଏମାନେ ପ୍ରଥମ ଭାରତୀୟ ଯୋଡି ହୋଇଛନ୍ତି । ଫାଇନାଲ ମ୍ୟାଚରେ ବିଜୟ ପାଇଁ ସଂଘର୍ଷ କରିଥିଲା ଭାରତୀୟ ଯୋଡି, ଫଳରେ ମାଲେସିଆ ୭-୩ର ଲିଡ୍ ନେଇଥିଲା । ଏହାପରେ ସାତ୍ୱିକ-ଚିରାଗ ଏକ ଦମଦାର କମବ୍ୟାକ କରି ମାଲେସିଆ ଯୋଡିକୁ ବ୍ୟାକଫୁଟରେ ପକାଇ ଦେଇଥିଲେ । ତେବେ ଏହା ମଧ୍ୟରେ ମାଲେସିଆ ବିପକ୍ଷରେ ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ୨୧-୧୭ରେ ପହଞ୍ଚିଥିଲା ସାତ୍ୱିକ-ଚିରାଗ ଯୋଡି । ଏହାପରେ ଦ୍ୱିତୀୟ ଗେମରେ ମଧ୍ୟ ସମାନ ପରିସ୍ଥିତିର ସାମନା କରିଥିଲା ଏହି ଯୋଡି । କିନ୍ତୁ ପୂର୍ବ ଭଳି କମବ୍ୟାକ କରି ଆକ୍ରମଣାତ୍ମକ ଖେଳ ଦେଖାଇଥିଲେ ଚିରାଗ ଏବଂ ସାତ୍ୱିକ । ତେବେ ଫାଇନାଲ ମ୍ୟାଚ ଶେଷରେ ୨୧-୧୮ରେ ସାତ୍ୱିକ ମାଲେସିଆକୁ ମାତ୍ ଦେଇଛନ୍ତି ।

ଇଣ୍ଡୋନେସିଆ ଇଣ୍ଡୋନେସିଆ ଓପନ ସୁପର ୧୦୦୦ର ଫାଇନାଲ ମ୍ୟାଚରେ ଆରୋନ-ସୋହ ଯୋଡିକୁ ପରାସ୍ତ କରି ଚମ୍ପିଆନ ପାଲଟିଛି ଭାରତୀୟ ଯୋଡି । ତେବେ ଏହି ଟାଇଟଲ ହାସଲ କରିବାରେ ସାତ୍ୱିକ-ଚିରାଗ ଭାରତର ପ୍ରଥମ ଯୋଡି ପାଲଟିଛନ୍ତି । ଉଭୟ ଖେଳାଳି ସୁପର ୧୦୦, ସୁପର ୩୦୦, ସୁପର ୫୦୦ ଏବଂ ସୁପର ୭୫୦ ସହିତ ସୁପର ୧୦୦୦ ସ୍ତରର ସମସ୍ତ ପ୍ରତିଯୋଗିତାରେ ବିଜୟୀ ହୋଇଛନ୍ତି ।

Get real time updates directly on you device, subscribe now.