ନୂଆଦିଲ୍ଲୀ: ସାଉଦି ଆରବ ୨୦୩୪ରେ ହେବାକୁ ଥିବା ଫିଫା ଫୁଟବଲ ବିଶ୍ୱକପ୍ ଆୟୋଜନ କରିବ। ଫେଡେରେସନ୍ ଇଣ୍ଟରନ୍ୟାସନାଲ ଡି ଫୁଟ୍ ବଲ୍ ଆସୋସିଏସନ୍ (ଫିଫା) ବୁଧବାର ଏହି ଘୋଷଣା କରିଛି। ଏହା ବ୍ୟତୀତ ୨୦୩୦ ଫିଫା ବିଶ୍ୱକପର ଆୟୋଜକ ଦେଶମାନଙ୍କ ନାମ ମଧ୍ୟ ଘୋଷଣା କରାଯାଇଛି । ସ୍ପେନ୍, ପର୍ତ୍ତୁଗାଲ ଓ ମରୋକ୍କୋକୁ ୨୦୩୦ ବିଶ୍ବକପ୍ ର ଯୁଗ୍ମ ଆୟୋଜକ ଦାୟିତ୍ବ ଦିଆଯାଇଛି ।
ଫୁଟବଲ ବିଶ୍ୱକପର ୧୦୦ ତମ ବାର୍ଷିକୀ ପାଳନ ଅବସରରେ ଆର୍ଜେଣ୍ଟିନା, ପାରାଗୁଏ ଏବଂ ଉରୁଗୁଏରେ ୨୦୩୦ ବିଶ୍ୱକପର ତିନୋଟି ମ୍ୟାଚ୍ ଖେଳାଯିବ । ସାଉଦି ଆରବ ପ୍ରଥମ ଦେଶ ଭାବେ ୪୮ ଦଳ ବିଶିଷ୍ଟ ଫିଫା ବିଶ୍ୱକପ୍ ଆୟୋଜନ କରିବ । ୨୦୨୨ମସିହାରେ ଉପସାଗରୀୟ ଦେଶ କତାରରେ ଫିଫା ବିଶ୍ୱକପ୍ ଅନୁଷ୍ଠିତ ହୋଇଥିଲା । ଆର୍ଜେଣ୍ଟିନା ଚଳିତ ବିଶ୍ୱକପର ଫାଇନାଲ ମ୍ୟାଚରେ ଫ୍ରାନ୍ସକୁ ପରାସ୍ତ କରି ଟାଇଟଲ ଜିତିଥିଲା ।