Saurabh Rajput Murder Case: ମାଆ ହେବାକୁ ଯାଉଛନ୍ତି ମୁସ୍କାନ, ଜେଲରୁ ଆସିଲା ଖବର
ସ୍ୱାମୀକୁ ହତ୍ୟା କରି ସିମେଣ୍ଟ ପ୍ଲାଷ୍ଟର କରିଥିବା ମାମଲାକୁ ନେଇ ବଡ଼ ଖବର, ମାଆ ହେବାକୁ ଯାଉଛନ୍ତି ମୁସ୍କାନ
ନୂଆଦିଲ୍ଲୀ: ନିଜ ସ୍ୱାମୀ ସୌରଭ ରାଜପୁତଙ୍କ ହତ୍ୟାକାରୀ ମୁସ୍କାନଙ୍କ ମେଡିକାଲ ଚେକଅପ ପରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ମୁସ୍କାନ ଉତ୍ତରପ୍ରଦେଶର ମେରଠ ଜେଲରେ ବନ୍ଦୀ ଅଛନ୍ତି।
ବର୍ତ୍ତମାନ ଜେଲ୍ ପରିଚାଳନା ସ୍ପଷ୍ଟ କରିଛନ୍ତି ଯେ, ସେ ଗର୍ଭବତୀ ଅଛନ୍ତି। ଯାଞ୍ଚ ପାଇଁ ଏକ ଟିମ ଜେଲରେ ପହଞ୍ଚିଛି।
ଜେଲ ପ୍ରଶାସନ ପକ୍ଷରୁ ଗର୍ଭବତୀ ପରୀକ୍ଷା ପାଇଁ ସିଏମଓଙ୍କୁ ଚିଠି ଲେଖାଯାଇଥିଲା। ଅନୁମତି ମିଳିବା ପରେ ଡାକ୍ତର ମୁସ୍କାନଙ୍କର ପରୀକ୍ଷା କରିଥିଲେ। ସୂଚନା ମୁତାବକ, ୫ ଏପ୍ରିଲରେ ମୁସ୍କାନଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ଯାଇଥିଲା। ସେଥିରେ ଗର୍ଭବତୀ ହେବା ଭଳି ଲକ୍ଷଣ ଦେଖିବାକୁ ମିଳିଥିଲା।
ଏହି ହତ୍ୟା ମାମଲାରେ ମୁସ୍କାନ ଏବଂ ତାଙ୍କ ପ୍ରେମିକ ସାହିଲ ମିଛି ୧୯ ମାର୍ଚ୍ଚରେ ମେରଠ ଜିଲ୍ଲା ଜେଲାରେ ବନ୍ଦୀ ଅଛନ୍ତି। ଅଭିଯୋଗ ମୁତାବକ, ମୁସ୍କାନ ସାହିଲଙ୍କ ସହ ମିଶି ସ୍ୱାମୀ ସୌରଭ ରାଜପୁତଙ୍କୁ ହତ୍ୟା କରିଥିଲେ।
ଜେଲରେ ବନ୍ଦୀ ପୂର୍ବରୁ ମୁସ୍କାନଙ୍କ ପ୍ରାଇମେରୀ ମେଡିକାଲ ଟେଷ୍ଟ କରାଯାଇଥିଲା, ଯେଉଁଥିରେ ସେ ସୁସ୍ଥ ଥିଲେ। କିନ୍ତୁ ବର୍ତ୍ତମାନ ତାଙ୍କର ମେଡିକାଲ ଟେଷ୍ଟ ପରେ ସେ ଗର୍ଭବତୀ ଅଛନ୍ତି।