fbpx

ଶିକ୍ଷା ବଞ୍ଚାଅ-ଓଡ଼ିଶା ବଞ୍ଚାଅ; ଶ୍ରେଣୀ ଗୃହ ଶିକ୍ଷାଦାନ ଆରମ୍ଭ ଦାବି

ଭୁବନେଶ୍ୱର(ଓଡ଼ିଶା ଭାସ୍କର):କରୋନା ମହାମାରୀ ଆଳରେ ଗତ ୨୦୨୦ମାର୍ଚ୍ଚ ମାସଠାରୁ ସମଗ୍ର ଦେଶରେ ଶିକ୍ଷା ଵ୍ୟଵସ୍ଥାକୁ ସମ୍ପୁର୍ଣ୍ଣ ଧ୍ଵଂସ ସ୍ତୁପରେ ପରିଣତ କରାଯାଇଥିଵା ଵେଳେ ସମସ୍ତ ଶିକ୍ଷାନୁଷ୍ଠାନ ଖୋଲି ତୁରନ୍ତ ଶ୍ରେଣୀଗୃହ ଶିକ୍ଷା ଦାନ ଵ୍ୟଵସ୍ଥା ପାଇଁ ଆଵଶ୍ୟକୀୟ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ନିଯୁକ୍ତି ଦେଇ ଶିକ୍ଷା ଵ୍ୟଵସ୍ଥାକୁ ଚଳ ଚଞ୍ଚଳ କରିଵା, ସଠିକ ସମୟରେ ପରୀକ୍ଷା କରିଵା,ଫଳ ପ୍ରକାଶନ ଓ ଉପର ଶ୍ରେଣୀରେ ନାମ ଲେଖା ପ୍ରକ୍ରିୟା କୁ ତ୍ଵରାନ୍ଵିତ କରିଵା,ଶିକ୍ଷାନୀତି ନାମରେ ଶିକ୍ଷା ସଂକୋଚନର ଷଡ଼ଯନ୍ତ୍ରକୁ ମୁକାଵିଲା କରିଵାର ଜରୁରୀ ଆଵଶ୍ୟକତାକୁ ନେଇ “ଶିକ୍ଷା ଵଞ୍ଚାଅ – କ୍ୟାମ୍ପସ ଵଞ୍ଚାଅ – ଓଡିଶା ଵଞ୍ଚାଅ” ରାଜ୍ୟସ୍ତରୀୟ ଛାତ୍ର ନେତୃତ୍ଵ କନଭେନଶନ ଭୁଵନେଶ୍ଵରଠାରେ ଏଆଇଏସ୍ଏଫ୍ ରାଜ୍ୟ ସଭାପତି ସଂଘମିତ୍ରା ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି।ଏହି କନଭେନଶନରେ ମୁଖ୍ୟ ଅତିଥି ଭାଵେ ଏଆଇଏସ୍ଏଫ୍ ର ଜାତୀୟ ସାଧାରଣ ସମ୍ପାଦକ କମ୍ରେଡ୍ ଭିକୀ ମାହେଶରୀ ଏଵଂ ମୁଖ୍ୟ ଵକ୍ତା ଭାଵେ ଅଵସରପ୍ରାପ୍ତ ଓଡିଶା ଉଚ୍ଚ ଶିକ୍ଷା ଯୁଗ୍ମ ନିର୍ଦ୍ଦେଶକ ପ୍ରଫେସର ଅମୀୟ କୁମାର ମହାନ୍ତି ଯୋଗ ଦେଇ ସମସ୍ତ ଶିକ୍ଷାନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀଙ୍କୁ ସଚେତନ ଓ ସଂଗଠିତ କରି ଛାତ୍ର ଆନ୍ଦୋଳନ ମାଧ୍ୟମରେ ଶିକ୍ଷାନୁଷ୍ଠାନ ଖୋଲିଵା ପାଇଁ ସରକାରଙ୍କୁ ଵାଧ୍ୟ କରିଵା, ଛାତ୍ରାଭିଭାଵକ ଓ ଶିକ୍ଷକ ମାନଙ୍କୁ ନେଇ ଶିକ୍ଷା ସଂକୋଚନ ଵିରୁଦ୍ଧରେ ଶକ୍ତିଶାଳୀ ଆନ୍ଦୋଳନ ପାଇଁ ସଂକଳ୍ପ ପାଳିତ ହୋଇଅଛି।

ଏହି କନଭେନଶନରେ ସୁଭ୍ରା ରାଣୀ ସାହୁ, କାହ୍ନୁ ଚରଣ ପରିଡା, ଏମ୍ ଏଲ୍ ଦେଶପ୍ରିୟ, ଦୀନେଶ ରଞ୍ଜନ ରାଉତ,ରୀତୁ ପ୍ରସାଦ, ଵିଵେକ କ୍ରୀଷ୍ଣା, ରାଜା ରାମ ଡାଙ୍ଗ୍ରୀ, ରଶ୍ମି ରଞ୍ଜନ, କଵିତା ପଲକିଆ ପ୍ରମୁଖ ଶିକ୍ଷା ସଂକୋଚନ ସମ୍ପର୍କରେ ଗଭୀର ଉଦଵେଗ ପ୍ରକାଶ କରିଥିଲେ। ଏହି କନଭେନଶନରେ ସେପ୍ଟେମ୍ଵର ମାସଵ୍ୟାପୀ ଛାତ୍ର ଆନ୍ଦୋଳନ, ସେପ୍ଟେମ୍ଵର ଶେଷ ପର୍ୟ୍ୟୟରେ ଶିକ୍ଷାନୀତି ଉପରେ ରାଜ୍ୟସ୍ତରୀୟ କର୍ମଶାଳା, ଏଆଇଏସ୍ଏଫ୍ ର ସଭ୍ୟ ସଂଗ୍ରହ ଓ ଶାଖା ସମ୍ମିଳନୀ, ଅକ୍ଟୋଵର ମଧ୍ୟରେ, ନଭେମ୍ଵରରେ ଜିଲ୍ଲା ସମ୍ମିଳନୀ ନଭେମ୍ଵର ଶେଷ ପର୍ୟ୍ୟାୟରେ ରାଜ୍ୟ ସମ୍ମିଳନୀ ପାଇଁ ନିଷ୍ପତ୍ତି ହୋଇଅଛି।ଏହି ସମ୍ମିଳନୀ ପର୍ୟ୍ୟନ୍ତ ରାଜ୍ୟ ପରିଷଦକୁ ୨୦ଜଣ ଛାତ୍ର ନେତାଙ୍କୁ ନିମନ୍ତ୍ରିତ ସଦସ୍ୟ ଭାବେ, କାହ୍ନୁ ଚରଣ ପରିଡାଙ୍କୁ କାର୍ୟ୍ୟକାରୀ ସମ୍ପାଦକ ଓ ଵିଵେକ କ୍ରୀଷ୍ଣାଙ୍କୁ କାର୍ୟ୍ୟକାରୀ ଅଫିସ ସମ୍ପାଦକ ଓ କୋଷାଧ୍ୟକ୍ଷଭାଵେ ଦାୟିତ୍ତ୍ଵ ପ୍ରଦାନ କରାଯାଇଛି। ଏହି କନଭେନଶନ ଅଵସରରେ କେନ୍ଦୁଝର ଜିଲ୍ଲା କମିଟି ପକ୍ଷରୁ ଵିପ୍ଳଵୀ ସଂଗୀତ, ରାୟଗଡା ଜିଲ୍ଲା କମିଟି ପକ୍ଷରୁ ସ୍ଳୋଗାନ୍, ଓ ଭଦ୍ରକ ଜିଲ୍ଲା କମିଟି ପକ୍ଷରୁ ୟେ ଭଗତ ସିଂହ ତୁ ଜୀନ୍ଦା ହେ ର ଆକର୍ଷଣୀୟ ନାଟକ ପରିଵେଷଣ କରିଥିଲେ।

Get real time updates directly on you device, subscribe now.