fbpx

ବରିଷ୍ଠ ନାଗରିକଙ୍କ ଲାଗି ସବୁଠାରୁ ଆକର୍ଷକ ସଞ୍ଚୟ ଯୋଜନା, ୫ ଲକ୍ଷ ନିବେଶ କଲେ ସୁଧ ପାଇବେ ୨ ଲକ୍ଷ

Advertisement

ନୂଆଦିଲ୍ଲୀ: ସରକାରଙ୍କ ପକ୍ଷରୁ ସମାଜର ସବୁ ବର୍ଗର ଲୋକଙ୍କ ପାଇଁ କିଛି ନା କିଛି ଯୋଜନା ପରିଚାଳନା କରାଯାଉଛି । ଏହିସବୁ ଯୋଜନାରେ ସୁରକ୍ଷା ସହିତ ଭଲ ରିଟର୍ଣ୍ଣର ଗ୍ୟାରେଣ୍ଟି ବି ରହିଛି । ଏପରି ସ୍ଥିତିରେ ଆପଣ ବି ନିଜର ଝାଳବୁହା ପାରିଶ୍ରମିକର ଉପଯୁକ୍ତ ନିବେଶ ବିକଳ୍ପ ସନ୍ଧାନରେ ଅଛନ୍ତି କି? ଏହା ସହିତ ଗ୍ୟାରେଣ୍ଟେଡ୍ ରିଟର୍ଣ୍ଣ ଚାହୁଛନ୍ତି କି? ତେବେ ପୋଷ୍ଟ ଅଫିସ୍ର ବିଭିନ୍ନ ସେଭିଂ ସ୍କିମ୍ ରେ ନିଜର ଝାଳବୁହା ଧନ ନିବେଶ କରନ୍ତୁ । ପୋଷ୍ଟ ଅଫିସରେ ମହିଳା ଓ ବରିଷ୍ଠ ନାଗରିକଙ୍କ ଲାଗି ବିଶେଷ ଭାବରେ ବହୁ ଯୋଜନା ରହିଛି । ଏଠାରେ ନିବେଶ କରିବା ସବୁଠାରୁ ସୁରକ୍ଷିତ ହୋଇଥିବା ବେଳେ ରିଟର୍ଣ୍ଣ ବି ଭଲ ମିଳିଥାଏ ।
ସିନିୟର ସିଟିଜେନ୍ ସେଭିଂ ସ୍କିମ୍:
ଏହି ଯୋଜନାରେ ବାର୍ଷିକ ସୁଧ ମିଳୁଛି ୮.୨ ପ୍ରତିଶତ । କେନ୍ଦ୍ର ସରକାରଙ୍କ ଏହି ଯୋଜନାରେ ଅର୍ଥ ନିବେଶ କରି ଆପଣ କେବଳ ସୁଧ ଆକାରରେ ୨ ଲକ୍ଷ ଟଙ୍କା ରୋଜଗାର କରିପାରିବେ । ଏହି ଯୋଜନା ସେହିମାନଙ୍କ ପାଇଁ ଯେଉଁମାନଙ୍କ ବୟସ ୬୦ ବର୍ଷରୁ ଅଧିକ ରହିଛି ।

ବ୍ୟାଙ୍କ ଓ ଡାକଘର ବରିଷ୍ଠ ନାଗରିକ ସଞ୍ଚୟ ଯୋଜନାରେ ୮.୨% ସୁଧ ପ୍ରଦାନ କରୁଛି । ସରକାର ଏପ୍ରିଲ ଜୁନ୍ ତ୍ରୈମାସ ଲାଗି ସୁଧ ହାର ୮ ପ୍ରତିଶତରୁ ବୃଦ୍ଧି କରି ୮.୨ ପ୍ରତିଶତ କରି ଦେଇଛନ୍ତି । ଏହି ଯୋଜନାରେ ଥରେ ନିବେଶ କଲେ ପୁରା କାର୍ଯ୍ୟକାଳ ସମୟରେ ସୁଧ ହାର ସମାନ ରହିବ । ବରିଷ୍ଠ ନାଗରିକମାନେ ଏହି ଯୋଜନାରେ ୧ ଏପ୍ରିଲ ୨୦୨୩ରୁ ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିବେଶ କରିପାରିବେ । ଏହି ଯୋଜନାରେ ନିବେଶ ଲାଗି ୫ ବର୍ଷର ଲକ ଇନ୍ ପିରିୟଡ୍ ରହିଛି । ଏହା ସହିତ ଏହାକୁ ଆହୁରି ୩ ବର୍ଷ ବଢାଯାଇପାରେ । କିନ୍ତୁ ଆପଣ ଯଦି ଲକଇନ୍ ସମୟ ପୂର୍ବରୁ ଟଙ୍କା ଉଠାଇବାକୁ ଚାହିଁବେ ତେବେ ଆପଣଙ୍କୁ ପେନାଲଟି ଦେବାକୁ ହେବ ।
ଯଦି ଆପଣ ଏହି ଯୋଜନାରେ ଏକ ସଙ୍ଗେ ୫ ଲକ୍ଷ ଟଙ୍କା ୫ ବର୍ଷ ଲାଗି ଜମା କରିବେ ତେବେ ସମୟସୀମା ପରେ ମୋଟ ୭,୦୫,୦୦୦ ଟଙ୍କା ପାଇବେ । ଅର୍ଥାତ୍ ୮.୨ ପ୍ରତିଶତ ସୁଧ ହାରରେ ୨,୦୫,୦୦୦ଟଙ୍କା ସୁଧ ପାଇବେ । ଅର୍ଥ ୫ ଲକ୍ଷ ଟଙ୍କାରେ ସିଧା ୨ ଲକ୍ଷ ଲାଭ । ଏହି ଯୋଜନା ଏବେ ବରିଷ୍ଠ ନାଗରିକଙ୍କ ଲାଗି ସବୁଠାରୁ ଆକର୍ଷକ ଯୋଜନା ପାଲଟଇଛି ।

Get real time updates directly on you device, subscribe now.