fbpx

ବିରଳ ଜାଗତିକ ଦୃଶ୍ୟ; ଭାସି ଯାଉଥିବା ବାଦଲକୁ ଛୁଇଁଲା ସମୁଦ୍ର ଲହଡ଼ି, ଦେଖନ୍ତୁ ଭିଡିଓ

ଇଣ୍ଟରନେଟ ହେଉଛି ଏପରି ଏକ ଜଗତ ଯାହାର ସଠିକ୍ ବ୍ୟବହାର ଆମକୁ କେବେ ନିରାଶ କରି ନଥାଏ । ଏହାବାଦ୍ ଏଠାରେ ଏପରି କିଛି ଭିଡିଓ ଦେଖିବାକୁ ମିଳିଥାଏ, ଯାହା ଲୋକଙ୍କୁ ଅଶ୍ଚର୍ଯ୍ୟ କରି ଦେଇଥାଏ । ଏଭଳି ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦେଖିବାକୁ ମିଳୁଛି ଯେ ସମୁଦ୍ରର ସୁଉଚ୍ଚ ଲହରୀ ଆକାଶରେ ଭାସି ବୁଲୁଥିବା ବାଦଲକୁ ଛୁଇଁଛି । ଆଜ୍ଞା ହଁ ଏହା ସତ, ପ୍ରକୃତିର ଏହି ଝଲକ ପ୍ରଥମେ ଆପଣ ଥରେ ଦେଖି ନିଅନ୍ତୁ ।

ଇଣ୍ଟରନେଟରେ ଘୁରି ବୁଲୁଥିବା ଏହି ୪୦ ସେକେଣ୍ଡର ଭିଡିଓଟିରେ ଦେଖାଯାଉଛି ଯେ. ସମୁଦ୍ରର ଢେଉ ଶିଖର ପର୍ଯ୍ୟନ୍ତ ଯିବା ପରେ ଆକାଶରେ ଘୁରି ବୁଲୁଥିବା ମେଘ ଖଣ୍ଡ ଗୁଡ଼ିକୁ ସ୍ପର୍ସ ଧୀରେ ଧୀରେ କର ତଳକୁ ଖସି ଆସୁଛି । ତେବେ ଏହା ଏକ ପୁରୁଣା ଭିଡିଓ, ଯାହା ପୁନର୍ବାର ଇଣ୍ଟରନେଟରେ ସମସ୍ତଙ୍କୁ ପ୍ରକୃତିର ସୁନ୍ଦର ଝଲକ ମନେ ପକାଇ ଦେଉଛି । ବୁଇଟେଙ୍ଗେବିଡେନ୍ ଟ୍ୱିଟରରେ ଏହାକୁ ସେୟାର କରିଛନ୍ତି ।

ଏହି ଭିଡିଓଟି ବାସ୍ତବରେ ସତ୍ୟ ହୋଇଥିଲେ ମଧ୍ୟ ଏଥିରେ ଦେଖାଯାଉଥିବା ବାଦଲ ସତ ସତିକା ନୁହଁନ୍ତି । ଏହା ହେଉଛି ସମୁଦ୍ର ଏରୋସେଲ । ବହୁଳ ଭାବରେ ବିତରଣ ହୋଇଥିବା ପ୍ରାକୃତିକ ଏରୋସୋଲ ମଧ୍ୟରୁ ଏସଏସଏ ଅନ୍ୟତମ । ଯାହା ସମଦ୍ରରେ ବାଦଲ ପରି ଦେଖାଯାଏ । କିନ୍ତୁ ଏହା ବଦଲ ନୁହେଁ । ସମଦ୍ର ଡେଉରୁ ସୃଷ୍ଟି ହେଉଥିବା ଜଳକଣା ଅଟେ ।

Get real time updates directly on you device, subscribe now.