fbpx

SBI ଘୋଷଣା କଲା ପାର୍ବଣ ଉପହାର: ଆସନ୍ତା ୪ ମାସ ପର୍ଯ୍ୟନ୍ତ ଗ୍ରାହକଙ୍କୁ ମିଳିବ ଏକ ମାଗଣା ସେବା

ନୂଆଦିଲ୍ଲୀ: ଦେଶର ସର୍ବବୃହତ୍ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ଅଧିକାଂଶ ସମୟରେ ଗ୍ରାହକଙ୍କୁ ବିଶେଷ ସୁବିଧା ପ୍ରଦାନ କରିଥାଏ । ତେବେ ବର୍ତ୍ତମାନ ପାର୍ବଣ ଋତୁର ଆଗମନ ହୋଇଥିବା ବେଳେ ଏହି ଅବସରରେ ଏସବିଆଇ ଗ୍ରାହକଙ୍କୁ ଏକ ଖାସ୍ ଉପହାର ଦେଇଛି । ଉତ୍ସବ ସିଜିନରେ ବ୍ୟାଙ୍କ ପକ୍ଷରୁ ଗ୍ରାହକଙ୍କ ପାଇଁ ଏକ ଅଫର ଅଣାଯାଇଛି ।

ଏସବିଆଇର ଟ୍ୱିଟ୍ ମୁତାବକ, ଗ୍ରାହକମାନେ ପାର୍ବଣ ଋତୁରେ କାର ଲୋନରେ ୧୦୦ ପ୍ରତିଶତ ପ୍ରୋସେସିଂ ଫି’ ଛାଡ଼ ପାଇବେ । ଆସନ୍ତା ବର୍ଷ ଜାନୁଆରୀ ମାସ ୩୧ ତାରିଖ ପର୍ଯ୍ୟନ୍ତ ଗ୍ରାହକମାନେ ଏହି ସୁବିଧା ପାଇ ପାରିବେ । ଏ ବାବଦରେ ବ୍ୟାଙ୍କ ପକ୍ଷରୁ ସୋସିଆଲ ମଡ଼ିଆରେ ଏକ ପୋଷ୍ଟ ଶେୟାର କରାଯାଇଛି । ଏଥର ପାର୍ବଣ ଋତୁକୁ ଗ୍ରାହକମାନେ ଅଧିକ ଶାନଦାର କରିପାରିବେ । ଏଥିସହିତ ଏସିବିଆଇ ସହିତ ମିଶି ନିଜର ସ୍ୱପ୍ନର କାର କିଣିପାରିବେ ବୋଲି ସେଥିରେ ଉଲ୍ଲେଖ କରାଯାଇଛି ।

ଏସବିଆଇ ତରଫରୁ ଅଟୋ ଲୋନ ଉପରେ ଏକ ବର୍ଷର ଏମସିଏଲଆର ଜାରି କରାଯାଇଥାଏ । ବର୍ତ୍ତମାନ ସମୟରେ ତାହା ୮.୫୫ ପ୍ରତିଶତ ରହିଥିବାରୁ କୌଣସି ଗ୍ରାହକଙ୍କୁ ଲୋନ ଦେଲେ ବ୍ୟାଙ୍କ ଏହି ସର୍ବନିମ୍ନ ଦର ହିସାବରେ ସୁଧ ନେବ । ବର୍ତ୍ତମାନ ସମୟରେ ଏସବିଆଇର କାର ଲୋନ ହାର ୮.୮୦ରୁ ୯.୭୦ ପ୍ରତିଶତ ମଧ୍ୟରେ ରହିଛି । ଗ୍ରାହକଙ୍କ ଲୋନର ସୁଧ ହାର ସିବିଲ ସ୍କୋର ହିସାବରେ ଏସବିଆଇ ଧାର୍ଯ୍ୟ କରିଥାଏ । କାର ଲୋନ୍ ପାଇବାକୁ ହେଲେ ୬ ମାସର ବ୍ୟାଙ୍କ ଆକାଉଣ୍ଟ ବିବରଣୀ, ୨ଟି ପାସପୋର୍ଟ ସାଇଜର ଫଟୋଗ୍ରାଫ, ନିବାସ ପ୍ରମାଣପତ୍ର, ସାଲାରୀ ସ୍ଲିପ ସହ ଫର୍ମ-୧୬, ୨ ବର୍ଷର ଆଇଟିଆର ରିଟର୍ଣ୍ଣ, ପାନକାର୍ଡ, ଭୋଟର ପରିଚୟପତ୍ର ଓ ଡ୍ରାଇଭିଂ ଲାଇସେନ୍ସର ଆବଶ୍ୟକତା ପଡ଼ିବ ।

Get real time updates directly on you device, subscribe now.