fbpx

ଛାତ୍ରଛାତ୍ରୀଙ୍କୁ ଏସବିଆଇ ଦେବ 15 ଲକ୍ଷର ଛାତ୍ରବୃତ୍ତି, ଏହି ଯୋଗ୍ୟତା ରହିଥିବା ଉଚିତ

SBI Asha Scholarship 2024 for 10,000 students

ନୂଆଦିଲ୍ଲୀ: ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଫାଉଣ୍ଡେସନ୍ ଏସବିଆଇ ଆଶା ସ୍କଲାରସିପ୍ ପ୍ରୋଗ୍ରାମର ତୃତୀୟ ସଂସ୍କରଣ ଆରମ୍ଭ କରିଛି । ଜମିହୀନ 10000 ପ୍ରତିଭାବଶାଳୀ ଛାତ୍ରଛାତ୍ରୀଙ୍କୁ ସହାୟତା ପ୍ରଦାନ କରିବା ମୁଖ୍ୟ ଲକ୍ଷ୍ୟ ଅଟେ । ଅଧ୍ୟୟନ ସ୍ତରକୁ ଆଧାର କରି 15ରୁ 20 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ପ୍ରଦାନ କରିଥାଏ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ । ତେବେ ଏହି ଛାତ୍ରବୃତ୍ତିରେ ଷଷ୍ଠ ଶ୍ରେଣୀରୁ ନେଇ ସ୍ନାତକୋତ୍ତର ସ୍ତର ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ ।

ତେବେ ଏହି ଛାତ୍ରବୃତ୍ତି ପାଇବାକୁ ଇଚ୍ଛୁକ ଥିବା ଛାତ୍ରଛାତ୍ରୀ ଅକ୍ଟୋବର 1 ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ । bifashascholarship.org ଓ୍ବେବସାଇଟରେ ସମସ୍ତ ତଥ୍ୟ ରହିଛି ।  ଏଥି ସହିତ ବିଶ୍ବର ପ୍ରତିଷ୍ଠିତ ଅନୁଷ୍ଠାନଗୁଡ଼ିକରେ ମାଷ୍ଟର ଡିଗ୍ରୀ ଏବଂ ଉଚ୍ଚଶିକ୍ଷା ଅନୁସରଣ କରୁଥିବା ଏସସି ଏବଂ ଏସଟି ଛାତ୍ରମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ‘ବିଦେଶରେ ଅଧ୍ୟୟନ’ ଶ୍ରେଣୀ ଆରମ୍ଭ କରାଯାଇଛି । ତେବେ ଏହି ଛାତ୍ରବୃତ୍ତି ପାଇଁ ଆବେଦନ କରିବାକୁ ଥିବା ଛାତ୍ରଛାତ୍ରୀମାନେ ଷଷ୍ଠରୁ ଦ୍ବାଦଶ ପର୍ଯ୍ୟନ୍ତ ରେଗୁଲାର ହୋଇଥିବା ଆବଶ୍ୟକ । 75 ପ୍ରତିଶତରୁ ଅଧିକ ନମ୍ବର ରହିଥିବା ଜରୁରୀ ଅଟେ । ପରିବାରର ବାର୍ଷିକ ଆୟ 3 ଲକ୍ଷରୁ କମ୍ ହୋଇଥିବା ଜରୁରୀ । ତେବେ ଏହି ଛାତ୍ରବୃତ୍ତିରେ 50 ପ୍ରତିଶତ ମହିଳାଙ୍କ ପାଇଁ ସଂରକ୍ଷିତ କରାଯାଇଛି ।

Get real time updates directly on you device, subscribe now.