ବଡ ପରିବର୍ତ୍ତନ ଆଣିଲା ଏସବିଆଇ: ଆଇଏମପିଏସ୍ ଉପରେ ବଢିବ ଚାର୍ଜ [Video]

ନୂଆଦିଲ୍ଳୀ: ଏସ.ବି.ଆଇ. ବଦଳାଇଛି ନିୟମ । ନୂଆ କରି ଏବେ ଘୋଷଣା ହୋଇଛି । ପ୍ରତି ଶାଖାରେ ଏଣିକି ଟଙ୍କା ସ୍ଥାନାନ୍ତର ପାଇଁ ତୁରନ୍ତ ପେମେଣ୍ଟ ସର୍ଭିସ ତଥା ଆଇ ଏମ ପି ଏସ ର ସୀମା ବୃଦ୍ଧି କରିଛି । ବ୍ୟାଙ୍କ ଦେଇଥିବା ସୂଚନା ଅନୁସାରେ ଫେବୃଆରୀ ଏକ ରୁ ଆଇ ଏମ ପି ଏସ କାରବାର ପାଇଁ ନୂଆ ସ୍ଳାବ ଯୋଡ଼ା ଯାଇଛି ।

ଏହି ନୂଆ ସ୍ଲାବଟି ୨ ଲକ୍ଷରୁ ୫ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ରହିଛି। ୨ ଲକ୍ଷରୁ ୫ ଲକ୍ଷ ଟଙ୍କା ମଧ୍ୟରେ, ଓଗଚଝ ମାଧ୍ୟମରେ ଟଙ୍କା ପଠାଇବା ପାଇଁ ଦେୟ ୨୦ ପ୍ଲସ୍ ଜିଏସ୍ଟି ହେବ। ଓଗଚଝ ର ଅର୍ଥ ଇନଷ୍ଟାଣ୍ଟ ମୋବାଇଲ୍ ପେମେଣ୍ଟ ସର୍ଭିସ । ଯାହା ଜରିଆରେ ଆକାଉଣ୍ଟଧାରୀଙ୍କୁ ଯେକୌଣସି ସମୟରେ ବି ଟଙ୍କା ପଠାଯାଇପାରିବ। ଏଥିରେ ଟଙ୍କା ପଠାଇବା ପାଇଁ ସମୟର କୌଣସି ପ୍ରତିବନ୍ଧକ ନାହିଁ। ଏହି ଆଇ ଏମ୍ ପି ଏସ୍ ସେବା ଅଧୀନରେ, ଆପଣ ଯେକୌଣସି ସମୟରେ, ମାତ୍ର କିଛି ସେକେଣ୍ଡରେ ଟଙ୍କା ସ୍ଥାନାନ୍ତର କରିପାରିବେ।

ସୂଚନାଯୋଗ୍ୟ ଯେ ଏହା ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ ଦ୍ୱାରା ପରିଚାଳିତ ହୁଏ । ଏଥିରେ ତୁରନ୍ତ ଟଙ୍କା ଟ୍ରାନ୍ସଫର ହୁଏ ତେଣୁ ଏହି ସେବାକୁ ଗ୍ରାହକ ମାନେ ପସନ୍ଦ କରନ୍ତି । ତେବେ ପୂର୍ବରୁ ଏଥିରେ ମାତ୍ର ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟ୍ରାନ୍ସଫରର ସୀମା ଥିବା ବେଳେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଅକ୍ଟୋବରରେ ଓଗଚଝ ସେବା ବାବଦରେ ଏକ ବଡ଼ ଘୋଷଣା କରିଥିଲେ। ଏହା ଅଧୀନରେ, ଗ୍ରାହକମାନେ ଦିନକୁ ଏବେ ୫ ଲକ୍ଷ ଟଙ୍କା ପର୍ୟ୍ୟନ୍ତ କାରବାର କରିପାରିବେ ବୋଲି କୁହାଯାଇଛି ।