ATM ଟ୍ରାଞ୍ଜାକ୍ସନ ନିୟମରେ ପରିବର୍ତ୍ତନ କଲା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ଜାଣନ୍ତୁ ଡିଟେଲ୍ସ
ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗ୍ରାହକଙ୍କ ପାଇଁ ବଡ଼ ଖବର, ଏଟିଏମ ଟ୍ରାଞ୍ଜାକ୍ସନ ନିୟମରେ କଲା ପରିବର୍ତ୍ତନ
ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ନିଜ ଏଟିଏମ ଟ୍ରାଞ୍ଜାକ୍ସନର ନିୟମରେ ପରିବର୍ତ୍ତନ କରିଛି। ଏସବିଆଇ ନିଜ ଏଟିଏମ କାରବାର ଶୁଳ୍କ ଏବଂ ଫ୍ରୀ ଉପଯୋଗ ସୀମାରେ ପରିବର୍ତ୍ତନର ଘୋଷଣା କରିଛି। ଆସନ୍ତୁ ଜାଣିବା ବ୍ୟାଙ୍କ କଣ କଣ ପରିବର୍ତ୍ତନ କରିଛି ଏବଂ ଏହାର ପ୍ରଭାବ ଆପଣ ଉପରେ କଣ ପଡିବ।
ଫ୍ରୀ ଟ୍ରାଞ୍ଜାକ୍ସନର ସୀମାରେ ହେଲା ପରିବର୍ତ୍ତନ: ଏସବିଆଇ ଫ୍ରୀ ଏଟିଏମ ଟ୍ରାଞ୍ଜାକ୍ସନର ସଂକ୍ୟାରେ ପରିବର୍ତ୍ତନ କରିଛି। ପରିବର୍ତ୍ତନ ଅନୁଯାୟୀ, ସମସ୍ତ ଗ୍ରାହକଙ୍କୁ ୧୦ଟି ଫ୍ରୀ ଟ୍ରାଞ୍ଜାକ୍ସନ ଏବଂ ଅନ୍ୟ ବ୍ୟାଙ୍କ ଏଟିଏମରେ ୫ ଫ୍ରୀ ଟ୍ରାଞ୍ଜାକ୍ସନ କରିବାର ଅଧିକାର ଦିଆଯାଇଛି।
ଆକଉଣ୍ଟରେ ୨୫ ହଜାର ଟଙ୍କାରୁ ୫୦ ହଜାର ଟଙ୍କା ମଧ୍ୟରେ ହାରାହାରି ମାସିକ ବାଲାନ୍ସ ରଖୁଥିବା ଗ୍ରାହକଙ୍କ ପାଁ ଅନ୍ୟ ବ୍ୟାଙ୍କର ଏଟିଏମରେ ୫ ଥର ମାଗଣା କାରବାର କରିବାର ସୁବିଧା ମିଳିବ।
ସେହିପରି ୫୦ ହଜାରରୁ ୧ ଲକ୍ଷ ଟଙ୍କା ମଧ୍ୟରେ ବାଲାନ୍ସ ରଖୁଥିବା ଲୋକଙ୍କୁ ମଧ୍ୟ ଏହି ଅଧିକାର ଦିଆଯାଇଛି। ୧ ଲକ୍ଷରୁ ଅଧିକ ଟଙ୍କା ରଖୁଥିବା ଖାତାଧାରୀ ଏସବିଆଇ ଏବଂ ଅନ୍ୟ ବ୍ୟାଙ୍କରଏଟିଏମରେ ଅସୀମିତ ମୁକ୍ତ କାରବାରର ଆନନ୍ଦ ନେଇପାରିବେ। ଅର୍ଥାତ ସେମାନଙ୍କ ପାଇଁ କୌଣସି ଲିମିଟ ନାହିଁ।
ସର୍ଭିସ ଚାର୍ଜରେ ପରିବର୍ତ୍ତନ: ଏସବିଆଇ ଏଟିଏମରେ ଲାଗୁଥିବା ଚାର୍ଜ ଉପରେ ମଧ୍ୟ ପରିବର୍ତ୍ତନ କରିଛି। ବ୍ୟାଙ୍କ ଅନୁଯାୟୀ, ଯଦି ଆପଣ ଥରେ ନିଜର ଫ୍ରୀ ଏଟିଏମ ଟ୍ରାଞ୍ଜାକ୍ସନର ଲିମିଟ ଶେଷ କରୁଛନ୍ତି ତେବେ ଏସବିଆଇ ଆପଣଙ୍କଠୁ ଏସବିଆଇ ଏଟିଏମରେ ପ୍ରତି ଟ୍ରାଞ୍ଜାକ୍ସନରେ ୧୫ ଟଙ୍କା ସହ ଜିଏସଟି ଆଦାୟ କରିବ।
ଯଦି ଆପଣ ଅନ୍ୟ ବ୍ୟାଙ୍କର ଏଟିଏମ ବ୍ୟବହାର କରୁଛନ୍ତି, ତେବେ ଏହି ଚାର୍ଜ ୨୧ ଟଙ୍କା ସହ ଜିଏସଟି କଟିବ। ଯଦି ଆପଣ ଅନ୍ୟ ବ୍ୟାଙ୍କର ଏଟିଏମର ବ୍ୟବହାର କରିବେ ତେବେ ଆପଣ ପ୍ରତି ଟ୍ରାଞ୍ଜାକ୍ସନରେ ୧୦ ଟଙ୍କା ସହ ଜିଏସଟି ଦେବେ।