fbpx

ଏସବିଆଇ ଗ୍ରାହକଙ୍କ ପାଇଁ ଏକ ଖୁସି ଖବର: ଘରେ ବସି ପାଇପାରିବେ ଏହିସବୁ ସୁବିଧା

ନୂଆଦିଲ୍ଲୀ, ୩ା୧: ଆପଣ ଏସବିଆଇର ଗ୍ରାହକ ଅଟନ୍ତି କି, ଯଦି ହଁ ତେବେ ଆପଣ ଘରେ ବସି ବ୍ୟାଙ୍କ ତରଫରୁ ବହୁତ ସୁବିଧା ସୁଯୋଗ ହାସଲ କରିପାରିବେ । ଏସବିଆଇ ତରଫରୁ ଗ୍ରାହକମାନଙ୍କୁ ଡୋରଷ୍ଟେପ ବ୍ୟାଙ୍କିଙ୍ଗ ସୁବିଧା ଯୋଗାଇ ଦିଆଯାଉଛି । ଚେକ ଉଠାଇବା, ଡିମାଣ୍ଡ ଡ୍ରାଫ୍ଟ, ପେ ଅର୍ଡର, ଷ୍ଟେଟମେଣ୍ଟ, ଟର୍ମ ଜମା ଆଦି ସେବା ବ୍ୟାଙ୍କ ଦ୍ୱାରା ଆପଣଙ୍କ ଘରେ ପହଞ୍ଚା ଯାଇଥାଏ । ଏନେଇ ବ୍ୟାଙ୍କ ତରଫରୁ ସବିଶେଷ ସୂଚନା ପ୍ରଦାନ କରାଯାଇଛି ।

ବ୍ୟାଙ୍କର ଅଫିସିଆଲ ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଗ୍ରାହକମାନେ ନଗଦ ପିକଅପ, ନଗଦ ବିତରଣ, ଚେକ ରସିଦ, ଚେକ ରିସିଭେସନ, ଲାଇଫ ସାର୍ଟିଫିକେଟ ପିକଅପ, କେୱାଇସି ଡକ୍ୟୁମେଣ୍ଟ ପିକଅପ ପରି ଅନେକ ସୁବିଧା ମିଳିବ ।

ବ୍ୟାଙ୍କ ତରଫରୁ ସର୍ବନିମ୍ନ ୧୦୦୦ ଓ ସର୍ବାଧିକ ୨୦ ହଜାର କ୍ୟାସ ଅର୍ଡର କରିବାର ନିୟମ ରହିଛି । ଅର୍ଡର ପୂର୍ବରୁ ଆକାଉଣ୍ଟରେ ପର୍ଯ୍ୟାପ୍ତ ବାଲାନ୍ସ ରହିଥିବା ଦରକାର । ନଚେତ ଅର୍ଡର ବାତିଲ ହୋଇଯିବ ।

ଡୋର ଷ୍ଟେପ ବ୍ୟାଙ୍କିଙ୍ଗ ଜରିଆରେ ଗ୍ରାହକମାନେ ଟଙ୍କା ଉଠାଇବା, ଜମା କରିବା, ଚେକ ଜମା କରିବା ଆଦି ସୁବିଧା ନେଇପାରିବେ । ଭିନ୍ନକ୍ଷମ, ବୃଦ୍ଧ ଓ ଦୃଷ୍ଟିହୀନମାନଙ୍କୁ ଏହି ସେବା ସହାୟତା କରିବ । ଏହି ସେବାରେ ଜଣେ ବ୍ୟାଙ୍କ କର୍ମଚାରୀ ଆପଣଙ୍କ ନିକଟକୁ ଆସି ଡକ୍ୟୁମେଣ୍ଟ ନେଇ ବ୍ୟାଙ୍କରେ ଜମା କରିଥାନ୍ତି ।

ତେବେ ଅନେକ ଗ୍ରାହକ ଏହି ସେବା ପାଇବାରୁ ବଞ୍ଚିତ ହେବେ । ସେମାନେ ହେଲେ- ଜଏଣ୍ଟ ଆକାଉଣ୍ଟଧାରୀ, ମାଇନର ଆକାଉଣ୍ଟଧାରୀ ଆଦି ଅନ୍ୟତମ । ବ୍ୟାଙ୍କର ମୋବାଇଲ ଆପ, ୱେବସାଇଟ କିମ୍ବା କଲ ସେଣ୍ଟର ଦ୍ୱାରା ଆପଣ ଏହି ସେବା ପାଇଁ ପଞ୍ଜୀକୃତ ହୋଇପାରିବେ । ଏହା ବ୍ୟତୀତ ସକାଳ ୯ଟାରୁ ଅପରାହ୍ଣ ୪ଟା ମଧ୍ୟରେ ୧୮୦୦୧୧୧୧୦୩ ଟୋଲ ଫ୍ରି ନମ୍ବରରେ ଯୋଗାଯୋଗ କରିପାରିବେ । ଏହି ସେବା ବିଷୟରେ ଅଧିକ ବିବରଣୀ ପାଇଁ ବ୍ରାଞ୍ଚ ସହ ଯୋଗାଯୋଗ କରିବା ସହ https://bank.sbi/dsb  ସାଇଟକୁ ପରିଦର୍ଶନ କରିପାରିବେ ।

Get real time updates directly on you device, subscribe now.