fbpx

ଏସବିଆଇ ଗ୍ରାହକଙ୍କ ପାଇଁ ସତର୍କ ଘଣ୍ଟି: ଶୀଘ୍ର କରନ୍ତୁ ଏହି କାମ ନଚେତ ବନ୍ଦ ହୋଇଯିବ ଆକାଉଣ୍ଟ

ନୁଆଦିଲ୍ଲୀ: ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ନିଜ ଗ୍ରାହକଙ୍କ ପାଇଁ ଆଲର୍ଟ ଜାରି କରିଛି। ଏକ ନୋଟିସ ମାଧ୍ୟମରେ ୨୦୨୧ ସେପ୍ଟେମ୍ବର ୩୦ ପୂର୍ବରୁ ନିଜର ପର୍ମାନେଣ୍ଟ ଆକାଉଣ୍ଟ ନମ୍ବରକୁ ଆଧାର ସହ ଲିଙ୍କ କରିବାକୁ ଗ୍ରାହକଙ୍କୁ କହିଛି ଏସବିଆଇ । ଯଦି ଗ୍ରାହକ ଏପରି ନ କରନ୍ତି ତାହେଲେ ଗ୍ରାହକଙ୍କୁ ବ୍ୟାଙ୍କ ସେବା ମିଳିବାରେ ସମସ୍ୟା ହେବ । ଏପରିକି ତାଙ୍କ ବ୍ୟାଙ୍କ ଆକାଉଣ୍ଟ ବନ୍ଦ ମଧ୍ୟ ହିଁ ହୋଇ ଯାଇପାରେ । ଆୟକର ବିଭାଗ କହିଛି ଯେ ସେପ୍ଟେମ୍ବର ୩୦ ସୁଦ୍ଧା ଆଧାର ସହ ଲିଙ୍କ ନ କଲେ ପାନ କାର୍ଡ ନିଷ୍କ୍ରିୟ ହୋଇଯିବ। ଏମିତି ହେଲା ଆୟକର ଆଇନ ଅନୁଯାୟୀ ହଜାରେ ଟଙ୍କା ଜରିମାନା ଦେବାକୁ ପଡିବ।

ନିଷ୍କ୍ରିୟ ପାନ୍ କାର୍ଡ କିଭଳି ଚାଲୁ କରିବେ ଜାଣନ୍ତୁ :

ନିଷ୍କ୍ରିୟ ପାନ୍ କାର୍ଡ ପୁଣିଥରେ ଚାଲୁ କରାଯାଇପାରିବ। ଏଥିପାଇଁ ଆପଣଙ୍କୁ ଏକ ଏସଏମଏସ ପଠାଇବାକୁ ପଡିବ। ମେସେଜ ବକ୍ସକୁ ଯାଇ ନିଜ ପଞ୍ଜିକୃତ ମୋବାଇଲ ନମ୍ବରରୁ ୧୨ ଅଙ୍କ ବିଶିଷ୍ଟ ପାନ୍ ନମ୍ବର ଲେଖିବେ। ଏହାପରେ ସ୍ପେସ ଦେଇ ୧୦ ଅଙ୍କ ବିଶିଷ୍ଟ ଆଧାର ଆଧାର ନମ୍ବର ଲେଖିବାକୁ ହେବ। ଏହି ମେସେଜକୁ 567678 କିମ୍ବା 56161 କୁ ପଠାଇଦେବେ।

ପାନ୍ କୁ ଆଧାର ସହ କିଭଳି ଲିଙ୍କ କରିବେ ଜାଣନ୍ତୁ :

୧. ପ୍ରଥମେ ଆୟକର ବିଭାଗ ୱେବସାଇଟକୁ ଯାଇ ଜଣାନ୍ତୁ ଯେ ଆପଣଙ୍କ ପାନ୍ ଆଧାର ସହ ଲିଙ୍କ ହୋଇଛି ନା ନାହିଁ।

୨. ଆଧାର କାର୍ଡରେ ଥିବା ନାଁ, ପାନ୍ ନମ୍ବର ଓ ଆଧାର ନମ୍ବର ଦିଅନ୍ତୁ

୩. ଏହାପରେ ଆଧାର କାର୍ଡରେ ଜନ୍ମ ତାରିଖ ଦେବାପରେ ସ୍କାୟର ଟିକ କରିବେ। ତାପରେ କ୍ୟାପ୍ଚା କୋଡ଼ ଦିଅନ୍ତୁ

୪. ଏହାପରେ ଲିଙ୍କ ଆଧାରରେ କ୍ଲିକ କରିବେ। ଆପଣଙ୍କ ପାନ ଆଧାର ସହ ଲିଙ୍କ ହୋଇଯିବ

ଏସଏମଏସ ପଠାଇ କିଭଳି ଲିଙ୍କ କରିବେ :

ପାନକୁ ଏସଏମଏସ ଜରିଆରେ ଆଧାର ସହ ଲିଙ୍କ କରାଯାଇପାରିବ। ଏଥିପାଇଁ ନିଜ ଫୋନ ନମ୍ବରରେ UIDPAN ଟାଇପ କରିବେ। ଏହାପରେ ୧୨ ଅଙ୍କ ବିଶିଷ୍ଟ ଆଧାର ନମ୍ବର ଦେବେ ଓ ୧୦ ଅଙ୍କ ବିଶିଷ୍ଟ ପାନ ନମ୍ବର ଦେବେ। ଏହି ମେସେଜକୁ 567678 କିମ୍ବା 56161 ନମ୍ବରକୁ ପଠାଇଦେବେ। ଏହାପରେ ଆପଣଙ୍କ ପାନ ଆଧାର ସହ ଲିଙ୍କ ହୋଇଯିବ।

 

 

Get real time updates directly on you device, subscribe now.