୩ ବର୍ଷ ମଧ୍ୟରେ ୫ ଲକ୍ଷ ଟଙ୍କା ଦରକାର କି? ପ୍ରତି ମାସରେ ଏତିକି କରିବାକୁ ପଡିବ ନିବେଶ

ନୂଆଦିଲ୍ଲୀ: ରିକ୍ୱାରିଂ ଡିପୋଜିଟ ଅର୍ଥାତ ଆରଡିରେ ନିବେଶ ପ୍ରାୟତଃ ସମସ୍ତଙ୍କୁ ପସନ୍ଦ ଆସିଥାଏ । ଦେଶର ସବୁଠୁ ବଡ଼ ସରକାରୀ ବ୍ୟାଙ୍କ ଏସବିଆଇ ‘ହର ଘର ଲକ୍ଷପତି’ ସ୍କିମ ଆରମ୍ଭ କରିଛି, ଯାହାକି ଲୋକଙ୍କୁ ସରଳ ଏବଂ ସୁରକ୍ଷିତ ଭାବେ ସଞ୍ଚୟ କରିବାରେ ସାହାଯ୍ୟ ପାଇଁ ଡିଜାଇନ କରାଯାଇଛି।

ଏହି ଯୋଜନାରେ ଆପଣ ଏକ ନିଶ୍ଚିତ ଅବଧି ପାଇଁ ଏକ ନିଶ୍ଚିତ ମାସିକ ରାଶି ନିବେଶ କରିପାରିବେ ।

ଯୋଜନାର ଉଦ୍ଦେଶ୍ୟ: ଷ୍ଟେଟ ବ୍ୟାଙ୍କ ଇଣ୍ଡିଆ ଦ୍ୱାରା ଆରମ୍ଭ କରାଯାଇଥିବା ହର ଘର ଲକ୍ଷପତି ସ୍କିମର ଏକ ପ୍ରି-କାଲକୁଲେଟେଡ ଆରଡି ପ୍ରୋଜେକ୍ଟ ଯାହାକୁ ଲୋକଙ୍କୁ ଆର୍ଥିକ ଲକ୍ଷ ପ୍ରାପ୍ତ କରିବାରେ ସାହାଯ୍ୟ ପାଇଁ ପ୍ରସ୍ତୁତ କରାଯାଇଛି ।

ଏହି ଯୋଜନାର ଉଦ୍ଦେଶ୍ୟ ଏକ କଷ୍ଟମାଇଜଡ୍ସ ରିକ୍ୱାରିଂ ଡିପୋଜିଟ ସଲ୍ୟୁସନ ପ୍ରଦାନ କରିଥାଏ, ଯାହାକୁ ଗ୍ରାହକ ଛୋଟ ମାସିକ ରାଶି ନିବେଶ କରି ୧ ଲକ୍ଷ ଟଙ୍କାର ବଡ଼ ଆମାଉଣ୍ଟ ଜମା କରିପାରିବେ ।

ଯୋଗ୍ୟ ଉପଭୋକ୍ତା: ଏହି ଯୋଜନାରେ କିଏ ବି ନିବେଶ କରିପାରିବେ । ଆପଣ ଏଥିପାଇଁ ସିଙ୍ଗଲ ବା ଜଏଣ୍ଟ ଆକାଉଣ୍ଟ ଖୋଲିପାରିବେ । ଏଥିରେ ୧୦ ବର୍ଷରୁ ଅଧିକ ବୟସର ନାବାଳକମାନେ ସ୍ୱତନ୍ତ୍ର ଭାବେ ଖୋଲି ପାରିବେ ।

ଆପଣ ନିଜ ବାପା-ମାଆଙ୍କ ସହ ମିଶି ଖୋଲିପାରିବେ । ୩ରୁ ୪ ବର୍ଷ ପାଇ ୬.୭୫ ପ୍ରତିଶତ ଏବଂ ୫ରୁ ୧୦ ବର୍ଷ ଅବଧି ପାଇଂ ୬.୫୦ ପ୍ରତିଶତ ଅଟେ ।

ସିନିୟର ସିଟିଜେନଙ୍କୁ ଅଧିକ ସୁଧ: ବରିଷ୍ଠ ନାଗରିକଙ୍କୁ ୩ରୁ ୪ ବର୍ଷ ପାଇଁ ୭.୨୫ ପ୍ରତିଶତ ଏବଂ ୫ରୁ ୧୦ ବର୍ଷ ପାଇଁ ୭.୦୦ ପ୍ରତିଶତ ଦରରେ ସୁଧ ମିଳିଥାଏ ।

୫ ଲକ୍ଷ ପାଇଁ ମାସିକ ଇନଭେଷ୍ଟମେଣ୍ଟ: ୩ ବର୍ଷରେ ୩ ଲକ୍ଷ ଟଙ୍କାର ମାଚ୍ୟୁରିଟି ଆମାଉଣ୍ଟ ହାସଲ କରିବା ଲାଗି ସାଧାରଣ ନାଗରିକଙ୍କୁ ୭ ହଜାର ୫୦୩ ଟଙ୍କା ନିବେଶ କରିବାକୁ ପଡିବ । ଏଥିରେ ସିନିୟର ସିଟିଜେନଙ୍କ ମାମଲାରେ ମାସିକ ନିବେଶ ହାରାହାରି ୭ ହଜାର ୪୪୫ ଟଙ୍କା ହେବ ।

୩ ବର୍ଷରେ ୫ ଲକ୍ଷ ଟଙ୍କାର ମାଚ୍ୟୁରିଟି ଆମାଉଣ୍ଟ ପ୍ରାପ୍ତ କରିବା ଲାଗି ଆପଣଙ୍କୁ ନିଜ ମାସିକ ନିବେଶ ବଢାଇ ୧୨ ହଜାର ୫୦୬ ଟଙ୍କା କରିବାକୁ ପଡିବ । ସେହିପରି ବରିଷ୍ଠ ନାଗରିକ ୧୨ ହଜାର ୪୦୮ ଟଙ୍କା ମାସିକ ନିବେଶ କରି ୩ ବର୍ଷରେ ୫ ଲକ୍ଷ ଟଙ୍କାର ଫଣ୍ଡ ପ୍ରସ୍ତୁତ କରିପାରିବେ ।