ନୂଆଦିଲ୍ଲୀ: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ତା’ର ଗ୍ରାହକଙ୍କ ପାଇଁ ଏକ ବଡ଼ ଘୋଷଣା କରିଛି । ଏସବିଆଇର ଏହି ପଦକ୍ଷେପ ଫଳରେ କୋଟି କୋଟି ଗ୍ରାହକଙ୍କ ବିଶେଷ ଭାବେ ଉପକୃତ ହେବେ । ଏସବିଆଇ ବିଭିନ୍ନ ଅବଧି ବିଶିଷ୍ଟ ସ୍ଥାୟୀ ଜମା (ଏଫଡି)ର ସୁଧ ହାର ବୃଦ୍ଧି ଘୋଷଣା କରିଛି । ମେ ୧୫ରୁ ଏହି ନୂଆ ଦର ବୃଦ୍ଧି ଲାଗୁ ହୋଇଯାଇଛି । ବ୍ୟାଙ୍କ ପକ୍ଷରୁ ୪୬ରୁ ୧୭୯ ଦିନ ପର୍ଯ୍ୟନ୍ତ, ୧୮୦ରୁ ୨୧୦ ଦିନ ପର୍ଯ୍ୟନ୍ତ, ୨୧୧ରୁ ୧ ବର୍ଷ ପର୍ଯ୍ୟନ୍ତ ଏଫଡି ଉପରେ ସୁଧ ହାର ୦.୨୫ରୁ ୦.୭୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଶେଷ ଥର ପାଇଁ ଏସବିଆଇ ଗତବର୍ଷ ଡିସେମ୍ବର ମାସ ୨୭ ତାରିଖରେ ଏଫଡି ଦର ବୃଦ୍ଧି ଘୋଷଣା କରିଥିଲା ।
ସେହିପରି ୭ ଦିନିଆ ଏଫଡି ଉପରେ ୩.୫୦ ପ୍ରତିଶତ ସୁଧ ମିଳୁଛି । ୪୬ରୁ ୧୭୯ ଦିନ ପର୍ଯ୍ୟନ୍ତ ଏଫଡି ଉପରେ ୫.୫୦ ପ୍ରତିଶତ ସୁଧ, ୧୮୦ରୁ ୨୧୦ ଦିନ ପର୍ଯ୍ୟନ୍ତ ଏଫଡି ଉପରେ ୬ ପ୍ରତିଶତ ସୁଧ, ୨୧୧ରୁ ୧ ବର୍ଷ ପର୍ଯ୍ୟନ୍ତ ଏଫଡି ଉପରେ ୬.୨୫ ପ୍ରତିଶତ ସୁଧ, ଏ ବର୍ଷରୁ ୨ ବର୍ଷର ଅବଧି ବିଶିଷ୍ଟ ଏଫଡି ଉପରେ ୬.୮୦ ପ୍ରତିଶତ ସୁଧ, ୨ ବର୍ଷରୁ ୩ ବର୍ଷ ପର୍ଯ୍ୟନ୍ତ ଏଫଡି ଉପରେ ୭ ପ୍ରତିଶଥ ସୁଧ, ୩-୫ ବର୍ଷ ପର୍ଯ୍ୟନ୍ତ ଏଫଡି ଉପରେ ୬.୭୫ ପ୍ରତିଶତ ସୁଧ, ୫-୧୦ ବର୍ଷ ପର୍ଯ୍ୟନ୍ତ ଏଫଡି ଉପରେ ୬.୫୦ ପ୍ରତିଶତ ସୁଧ ମିଳୁଛି ।
ସେହିପରି ବରିଷ୍ଠ ନାଗରିକଙ୍କୁ ଏଫଡି ଉପରେ ୦.୫୦ ପ୍ରତିଶତ ଅତିରିକ୍ତ ସୁଧ ମିଳୁଛି । ସେମାନଙ୍କରୁ ୪ରୁ ୭.୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ ମିଳୁଛି । ୨ ବର୍ଷରୁ ୩ ବର୍ଷ ପର୍ଯ୍ୟନ୍ତ ଏଫଡି ଉପରେ ସର୍ବାଧିକ ୭.୫୦ ପ୍ରତିଶତ ସୁଧ ମିଳୁଛି । ସେହିପରି ୫ରୁ ୧୦ ବର୍ଷ ଅବଧି ବିଶିଷ୍ଟ ଏଫଡି ଉପରେ ମଧ୍ୟ ୭.୫ ପ୍ରତିଶତ ସୁଧ ମିଳୁଛି ।