SBIରେ ୧୧୦୦ରୁ ଅଧିକ ପଦରେ ନିଯୁକ୍ତି, ଏହି ତାରିଖ ପର୍ଯ୍ୟନ୍ତ କରିପାରିବେ ଆବେଦନ
ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ ବମ୍ପର ପଦରେ ନିଯୁକ୍ତି ବାହାରିଛି। ଏଥିପାଇଁ ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ ପ୍ରାର୍ଥୀ।
ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ Concurrent ଅଡିଟରର ବମ୍ପର ନିଯୁକ୍ତି ବାହାରିଛି। ଏଥିପାଇଁ ପ୍ରାର୍ଥୀ ଅଫିସିଆଲ ସାଇଟ sbi.co.in କୁ ଯାଇ ଆବେଦନ କରିପାରିବେ। ଆପ୍ଲାଏ କରିବାର ପ୍ରୋସେସ ଆରମ୍ଭ ହୋଇସାରିଛି। ପ୍ରାର୍ଥୀମାନେ ଏହି ନିଯୁକ୍ତି ଲାଗି ୧୫ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଆବେଦନ କରିପାରିବେ।
ଏହି ନିଯୁକ୍ତି ଅଭିଯାନ ଜରିଆରେ ଏସବିଆଇରେ ୧୧୯୪ ପଦରେ ନିଯୁକ୍ତି ଦିଆଯିବ। ଏସବିଆଇ ପକ୍ଷରୁ କାରି କରାଯାଇଥିବା ସୂଚନା ମୁତାବକ ଏହି ପଦବୀରେ ପ୍ରାର୍ଥୀମାନଙ୍କର ଚୟନ ସର୍ଟଲିଷ୍ଟିଙ୍ଗ ଏବଂ ସାକ୍ଷାତକାର ଆଧାରରେ କରାଯିବ। ବ୍ୟାଙ୍କର ନିଯୁକ୍ତ ସମିତି ପ୍ରାର୍ଥୀମାନଙ୍କୁ ସର୍ଟଲିଷ୍ଟ କରିବା ପାଇଁ ମାନଦଣ୍ଡ ସ୍ଥିର କରିବ।
ସର୍ଟଲିଷ୍ଟେଡ ପ୍ରାର୍ଥୀଙ୍କୁ ଇଣ୍ଟରଭ୍ୟୁ ପାଇଁ ଡକାଯିବ। ଏଥିରେ ପ୍ରାର୍ଥୀଙ୍କୁ ୧୦୦ ନମ୍ବର ମିଳିବ। ବ୍ୟାଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ଯୋଗ୍ୟତା ଅଙ୍କର ଆଧାରରେ ପ୍ରାର୍ଥୀଙ୍କର ଚୟନ କରାଯିବ। ସାକ୍ଷାତକାର ପାଇଁ ଇମେଲ ଜରିଆରେ ପ୍ରାର୍ଥୀଙ୍କୁ ଡକାଯିବ। ଏହା ବ୍ୟତୀତ ବ୍ୟାଙ୍କ ୱେବସାଇଟରେ ଅପଲୋଡ କରାଯିବ।