fbpx

SBI ମ୍ୟୁଚୁଆଲ ଫଣ୍ଡ ରଚିଲା ଇତିହାସ, ଅତିକ୍ରମ କଲା ୧୦ ଟ୍ରିଲିୟନ ଟଙ୍କାର ରେଖା

Advertisement

ନୂଆଦିଲ୍ଲୀ: ଏସବିଆଇ ମ୍ୟୁଚୁଆଲ ଫଣ୍ଡ ନୂଆ ରେକର୍ଡ ସୃଷ୍ଟି କରିଛି । ଏସବିଆଇ ମ୍ୟୁଚୁଆଲ ଫଣ୍ଡର ଆସେଟ ଅଣ୍ଡର ମ୍ୟାନେଜମେଣ୍ଟ ୧୦ ଟ୍ରିଲିୟନ ଟଙ୍କାର ସଂଖ୍ୟା ଅତିକ୍ରମ କରିଛି । ଏହି ସଂଖ୍ୟା ହାସଲ କରିବାରେ ଏହା ଦେଶର ପ୍ରଥମ ଫଣ୍ଡ ହାଉସ ହୋଇପାରିଛି । ମ୍ୟୁଚୁଆଲ ଫଣ୍ଡ ସେକ୍ଟରର ବଡ଼ କମ୍ପାନୀ କୋଭିଡ ୧୯ ମହାମାରୀ ପରେ ଇକ୍ୱିଟିରେ ବୃଦ୍ଧିକୁ ଭଲଭାବେ ସମ୍ଭାଳିଛି । ଫଣ୍ଡ ହାଉସକୁ ମ୍ୟୁଚୁଆଲ ଫଣ୍ଡ ଇନଭେଷ୍ଟମେଣ୍ଟ ବିଷୟରେ ସଚେତନତା ବୃଦ୍ଧି ମଧ୍ୟ ଲାଭବାନ ହୋଇଛି ।

ଏସବିଆଇ ମ୍ୟୁଚୁଆଲ ଫଣ୍ଡ ଏୟୁଏମରେ ଆସିଥିବା ଏହି ବୃଦ୍ଧି ଇକ୍ୟୁଟି ମାର୍କେଟରେ ଲଗାତାର ବଢିବା ଏବଂ ମ୍ୟୁଚୁଆଲ ଫଣ୍ଡ ଇନଭେଷ୍ଟମେଣ୍ଟ ବେସରେ ବୃଦ୍ଧି ହେତୁ ଆସିଛି । ମ୍ୟୁଚୁଆଲ ଫଣ୍ଡ ଏୟୁଏସରେ ବୃଦ୍ଧି ବିଭିନ୍ନ ସ୍କିମରେ ରଖାଯାଇଥିବା ଆସେଟରେ ବଢିବା ଏବଂ ଫ୍ରେସ ଇନଫ୍ଲୋ ଉପରେ ନିର୍ଭର କରିଥାଏ । ଏସବିଆଇ ମ୍ୟୁଚୁଆଲ ପଣ୍ଡର ଡେପୁଟି ଏମଡି ଏବଂ ଜଏଣ୍ଟ ସିଇଓ ଡିପି ସିଂହ କହିଛନ୍ତି ଯେ, ଆମ ପାଇଁ ଏହା ସମ୍ଭବ ହୋଇପାରିଛି । ଆମେ ବେଳେ ବେଳେ ପ୍ରଡକ୍ଟ ଆଣୁଛୁ । ଗତ କିଛି ବର୍ଷରେ ଆମେ ଦେଶର ଭିନ୍ନ ଭିନ୍ନ କୋଣ ପର୍ଯ୍ୟନ୍ତ ପହଞ୍ଚିଛୁ । ଏଥିସହ ନିଜ ଏସଆଇପି ବୁକକୁ ମଧ୍ୟ ମଜବୁତ କରାଯାଇଛି । ସେ କହିଛନ୍ତି ଯେ, ଅନ୍ୟ ଡିଷ୍ଟ୍ରିବୁଟର୍ସଙ୍କ ସହଯୋଗ ସହ ଆମେ ଏସବିଆଇ ନେଟୱର୍କର ମଧ୍ୟ ଲାଭ ମିଳିଥାଏ ।

ଏପ୍ରିଲ ୨୦୨୪ ପର୍ଯ୍ୟନ୍ତ ଏସବିଆଇର ଏସବିଆଇ ମ୍ୟୁଚୁଆଲ ଫଣ୍ଡର ଏୟୁଏସରେ ୨ ଟ୍ରିଲିୟନ ଟଙ୍କାର ଯୋଗଦାନ ଥିଲା । ଏୟୁଏସର ୫ ଟ୍ରିଲିୟନ ଟଙ୍କଲାରୁ ଅଧିକ ଡାଏରେକ୍ଟ ପ୍ଲାନ୍ସରେ ଥିଲା । ପାଖାପାଖି ୨.୨ ଟ୍ରିଲିୟନ ଟଙ୍କା ଅନ୍ୟ ଡିଷ୍ଟ୍ରିବୁଟର୍ସ ସହ ଜଡିତ ଥିଲା । ଇନଷ୍ଟୁସନାଲ ଇନଭେଷ୍ଟର୍ସ ପାଖରେ ସମୁଦାୟ ଏୟୁଏସର ପାଖାପାଖି ୫ ଟ୍ରିଲିୟନ ଟଙ୍କା ଥିଲା । ଏଥିରେ ଏକ ବଡ଼ ଅଂଶ କର୍ମଚାରୀ ଭବିଷ୍ୟତ ନିଧି ସଂଗଠନର ଥିଲା । ଇପିଏଫଓ ଏସବିଆଇ ମ୍ୟୁଚୁଆଲ ପଣ୍ଡର ପ୍ୟାସିବ ସ୍କିମ ସହ କିଛି ଅନ୍ୟ ଫଣ୍ଡ ହାଉସରେ ମଧ୍ୟ ଇନଭେଷ୍ଟମେଣ୍ଟ କରାଯାଇଛି ।

Get real time updates directly on you device, subscribe now.