fbpx
BJD SKY
BJD SKY

SBI CBO ପଦ ପାଇଁ ବିଜ୍ଞପ୍ତି ପ୍ରକାଶ: ୫୪୪୭ ପଦ ପାଇଁ ଆଜିଠାରୁ ଆବେଦନ ଆରମ୍ଭ

BJD

ଗତ ସପ୍ତାହରେ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ପକ୍ଷରୁ ୮ ହଜାରରୁ ଅଧିକ କ୍ଲରିକାଲ ପଦ ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ପୁଣି ଆସିଛି ଏକ ବଡ଼ ଖବର । ଏସବିଆଇ ପକ୍ଷରୁ ସର୍କଲ ବେସଡ ଅଫିସର (ସିବିଓ) ପଦ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ମୋଟ ୫୪୪୭ଟି ସିବିଓ ପଦରେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ୱେବସାଇଟ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ନଭେମ୍ବର ୨୨ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଡିସେମ୍ବର ମାସ ୧୨ ତାରିଖରେ ସମାପ୍ତ ହେବ । ଅନଲାଇନ୍ ଟେଷ୍ଟ ଓ ସାକ୍ଷାତକାର ମାଧ୍ୟମରେ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରାଯିବ । ଆସନ୍ତା ବର୍ଷ ଜାନୁଆରୀ ମାସରେ ପରୀକ୍ଷା ଆୟୋଜନ କରାଯିବ । ଓଡ଼ିଶାର ପ୍ରାର୍ଥୀଙ୍କ ପାଇଁ ୨୬୦ଟି ଖାଲି ପଦ ସଂରକ୍ଷିତ ରହିଛି । ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି) ଓ ପିଡବ୍ଲ୍ୟୁଡି ପ୍ରାର୍ଥୀଙ୍କ ପାଇଁ ଫିସ୍ ଛାଡ଼ କରାଯାଇଥିବା ବେଳେ ଅନ୍ୟ ସମସ୍ତ ପ୍ରାର୍ଥୀଙ୍କ ପାଇଁ ୭୫୦ ଟଙ୍କା ଫିସ୍ ରଖାଯାଇଛି ।

ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ସ୍ନାତକ ପାସ୍ ହୋଇଥିବା ଆବଶ୍ୟକ । ଚଳିତ ବର୍ଷ ଅକ୍ଟୋବର ମାସ ୩୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୨୧ ଓ ସର୍ବାଧିକ ବୟସ ୩୦ ବର୍ଷ ହୋଇଥିବା ଆବଶ୍ୟକ । ଏସସି ପ୍ରାର୍ଥୀଙ୍କ ପାଇଁ ୫ ବର୍ଷ, ଓବିସି ପ୍ରାର୍ଥୀଙ୍କ ପାଇଁ ୩ ବର୍ଷ ବୟସ କୋହଳ କରାଯିବ । ପ୍ରାର୍ଥୀ ଇଂରାଜୀ ଭାଷାରେ ୩୦ ମାର୍କ, ବ୍ୟାଙ୍କିଂ ଜ୍ଞାନରେ ୪୦ ମାର୍କ, ଅର୍ଥନୀତି ସାଧାରଣ ଜ୍ଞାନରେ ୩୦ ମାର୍କ, କମ୍ପ୍ୟୁଟରେ ୨୦ ମାର୍କର ପରୀକ୍ଷା ଦେବେ ।

ନୋଟିଫିକେସନ୍ ଲିଙ୍କ: https://sbi.co.in/documents/77530/36548767/212223-Final+Advertisement.pdf/3a3945e6-d8ee-fc51-8992-99d0ff942541?t=1700564748917

ୱେବସାଇଟ୍ ଲିଙ୍କ: ahttps://sbi.co.in/

ଅନଲାଇନ୍ ଆବେଦନ ଲିଙ୍କ: https://ibpsonline.ibps.in/sbicbosep23/

Get real time updates directly on you device, subscribe now.