fbpx

ନାବାଳିକା ହତ୍ୟା ଓ ଦୁଷ୍କର୍ମ ମାମଲାର ଦୋଷୀ ଶ୍ରମିକଙ୍କ ଫାଇନ୍ ୨ ଲକ୍ଷରୁ ୫୦ ହଜାରକୁ ହ୍ରାସ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆମ ସମାଜରେ ବିଭିନ୍ନ ସମୟରେ ନୂଆ ନୂଆ ଘଟଣା ସବୁ ଘଟିଥାଏ । ବିଭିନ୍ନ ଘଟଣାର ସ୍ଥିତିକୁ ସମୀକ୍ଷା କରିବା ପରେ କୋର୍ଟ ନିଜର ରାୟ ଦେଇଥାନ୍ତି । ଏପରିକି ଅନେକ ସମୟରେ ଦେଶର ସର୍ବୋଚ୍ଚ ଅଦାଲତଙ୍କ ଶୁଣାଣିକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଖୁବ୍ ଚର୍ଚ୍ଚା ହୋଇଥାଏ । ତେବେ ନିକଟରେ ସୁପ୍ରିମକୋର୍ଟ ଏକ ମାମଲାର ଶୁଣାଣି କରି ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ଗରିବ ଶ୍ରମିକଙ୍କ ଫାଇନକୁ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ମୁତାବକ, ଗତ ୨୦୧୨ରେ ଜଣେ ବ୍ୟକ୍ତି ଗୋଟିଏ ୪ ବର୍ଷର ନାବାଳିକାକୁ ଦୁଷ୍କର୍ମ କରିବା ସହ ହତ୍ୟା କରିଥିଲେ । ସେ ପିଲାଟିର ଶବକୁ ନିର୍ମାଣ ଅଞ୍ଚଳରେ ଫୋପାଡ଼ି ଦେଇଥିଲା । ଏହି ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ ଇଣ୍ଡିଆନ ପେନାଲ କୋଡର ବିଭିନ୍ନ ଧାରା ଓ ଗୋଆ ଚିଲଡ୍ରେନ ଆକ୍ଟ, ୨୦୦୩ର ଧାରା ୮ (୨)ରେ ଏଫଆଇଆର ଦାୟର କରାଯାଇଥିଲା । ଆବେଦନକାରୀ ତାଙ୍କର ଆପତ୍ତି ଉଠାଇଥିଲେ ବି ଏହି ମାମଲାଟିର ଶୁଣାଣି ସେସନ୍ସ କୋର୍ଟ ପରିବର୍ତ୍ତେ ସ୍ୱତନ୍ତ୍ର ଶିଶୁ କୋର୍ଟଙ୍କ ଦ୍ୱାରା କରାଯାଇଥିଲା । ଏହାପରେ ସେ ଖୁବଶୀଘ୍ର ଦୋଷୀ ସାବ୍ୟସ୍ତ ହୋଇଥିଲେ । ଏହାପରେ ସେ ହାଇକୋର୍ଟରେ ଚ୍ୟାଲେଞ୍ଜ କରି ବିଫଳ ହେବା ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ଜଷ୍ଟିସ ରବିନ୍ଦ୍ର ଭଟ ଓ ଦୀପଙ୍କର ଦତ୍ତଙ୍କୁ ନେଇ ଗଠିତ ବେଞ୍ଚ କହିଥିଲେ, ଦୋଷୀ ଶ୍ରମିକ ଜଣେ ଆର୍ଥିକ ଦୁର୍ବଳ ପୃଷ୍ଠଭୂମିରୁ ଆସିଛନ୍ତି । ତେଣୁ ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଦିନ ମଜୁରିଆଙ୍କ ଫାଇନ୍ ଅର୍ଥ ୨ ଲକ୍ଷରୁ ୫୦ ହଜାରରୁ ହ୍ରାସ କରାଯିବ । ତେବେ ଟ୍ରାଏଲ କୋର୍ଟଙ୍କ ଦ୍ୱାରା ଶୁଣାଣି ହୋଇଥିବା ଆଜାବୀନ କାରାଦଣ୍ଡାଦେଶ ଉପରେ କୌଣସି କୌଣସି ହସ୍ତକ୍ଷେପ କରିବାକୁ ଚାହିଁ ନଥିଲେ ।

Get real time updates directly on you device, subscribe now.