fbpx

କୋଲକାତା ଡାକ୍ତର ରେପ ଆଣ୍ଡ ମର୍ଡର ମାମଲା: ଲାଇଭ ଷ୍ଟ୍ରିମିଂ ବନ୍ଦ ଆବେଦନକୁ ଖାରଜ କଲେ ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ: କୋଲକାତା ଡାକ୍ତର ରେପ ଆଣ୍ଡ ମର୍ଡରର ସୋ ମଟୋ କେଶର ଶୁଣାଣି କାଳରେ ଲାଇଭ ଷ୍ଟ୍ରିମିଂ ବନ୍ଦ ପାଇଁ ହୋଇଥିବା ଆବେଦନକୁ ଦେଶର ସର୍ବୋଚ୍ଚ କୋର୍ଟ ଖାରଜ କରିଦେଇଛନ୍ତି । କୋର୍ଟ ଆବେଦନକୁ ନା କହିବା ପରେ କହିଛନ୍ତି କି, ଏହା ଏକ ପବ୍ଲିକ ଇଣ୍ଟେରେଷ୍ଟ ମାମଲା ହୋଇଥିବାରୁ ଏଥି ସମ୍ବନ୍ଧରେ ଲୋକଙ୍କୁ କୋର୍ଟ ରୁମରେ ହେଉଥିବା ସବୁ କଥା ଜାଣିବା ଦରକାର ।

ସିଜେଆଇ ଡି ଓ୍ବାଇ ଚନ୍ଦ୍ରଚୂଡ, ଜଷ୍ଟିସ ଜେ ଭି ପାର୍ଡିୱାଲ, ଜଷ୍ଟିସ ମନୋଜ ମିଶ୍ରାଙ୍କ ଖଣ୍ଡପୀଠ ମାମଲାରେ ସିବିଆଇ ରିପୋର୍ଟ ଅଧ୍ୟୟନ କରି କହିଲେ କି, ସ୍ଥିତି ସମ୍ବନ୍ଧରେ କହିବା ଯାଞ୍ଚ ପ୍ରକ୍ରିୟାକୁ ଅଡୁଆରେ ପକାଇ ପାରେ । ଶୁଣାଣି ଆରମ୍ଭ ହେବା କ୍ଷଣି ରାଜ୍ୟ ସରକାରର ପକ୍ଷ ରଖୁଥିବା ବରିଷ୍ଠ ଓକିଲ କପିଲ ସିବଲ ଶୁଣାଣିର ଲାଇଭ ଷ୍ଟ୍ରିମିଂ ବନ୍ଦ କରିବାକୁ ଅପିଲ କରିଥିଲେ ।

କୋର୍ଟଙ୍କୁ ସିବଲ ଜଣାଇଥିଲେ କି, ଏହା ଦ୍ୱାରା କୋର୍ଟ ରୁମରେ ଥିବା ମହିଳା ଓକିଲଙ୍କ ଉପରେ ଏସିଡ ମାଡ ଓ ରେପ ଧମକ ପାଉଛନ୍ତି । ଏହା ଶୁଣି କୋର୍ଟ କହିଥିଲେ କି, ଯଦି ଓକିଲ ଓ ଅନ୍ୟମାନଙ୍କୁ ଧମକ ମିଳୁଛି ତେବେ ଏହାକୁ ବନ୍ଦ କରିଦିଆଯିବ ।

ଗୋଟିଏ ପଟେ ମାମଲାର ଶୁଣାଣି କାଳରେ ଲାଇଭ ଷ୍ଟ୍ରିମିଂକୁ ବନ୍ଦ କରିବାକୁ ରାଜ୍ୟ ସରକାରଙ୍କ ଓକିଲ କୋର୍ଟରେ କହୁଛନ୍ତି, ଅନ୍ୟପଟେ ରାଜ୍ୟ ସରକାର ମଧ୍ୟ ଜୁନିୟର ଡାକ୍ତରଙ୍କ ସହ ଆଲୋଚନା ପାଇଁ ଡାକ୍ତରଙ୍କ ଦ୍ୱାରା ହେଉଥିବା ଲାଇଭଷ୍ଟ୍ରିମିଂ ଦାବିକୁ ପ୍ରତ୍ୟାକ୍ଷାନ କରୁଛନ୍ତି । ତେଣୁ ବାରମ୍ବାର ଦୁଇ ପକ୍ଷ ମଧ୍ୟରେ ଆଲୋଚନା ହୋଇପାରୁ ନାହିଁ ।

ମମତା ସରକାରର ଲାଇଭଷ୍ଟ୍ରିମିଂ ପ୍ରତି ଭୟ ସାଧାରଣରେ ସରକାର ପ୍ରତି ପ୍ରଶ୍ନବାସୀ ସୃଷ୍ଟି କରୁଛି । ସରକାର କିଛି ଲୁଚାଇବାକୁ ଚେଷ୍ଟା କରୁଥିବା ଏହା ଦ୍ୱାରା ସ୍ପଷ୍ଟ ହେଉଛି ।

Get real time updates directly on you device, subscribe now.