fbpx

ଚନ୍ଦ୍ରବାବୁଙ୍କୁ ସୁପ୍ରିମ କୋର୍ଟଙ୍କ ପରାମର୍ଶ, ଭଗବାନଙ୍କୁ ରାଜନୀତିଠୁ ଦୂରେଇ ରଖ

ନୂଆଦିଲ୍ଲୀ: ତିରୁପତିଲଡ୍ଡୁ ବିବାଦକୁ ନେଇ ଆଜି ସୁପ୍ରିମ କୋର୍ଟରେ ଶୁଣାଣି କାଳରେ ସୁପ୍ରିମ କୋର୍ଟ ନାଇଡୁ ସରକାରକୁ ତାଗିଦ କରିଛନ୍ତି । ଭଗବାନଙ୍କୁ ରାଜନୀତିଠାରୁ ଦୂରେଇ ରହିବାକୁ ଦେଇଛନ୍ତି ନିର୍ଦ୍ଦେଶ । ସୋମବାର ମାମଲାର ଶୁଣାଣି କାଳରେ କୋର୍ଟ କହିଥିଲେ କି, ଲାବ ରିପୋର୍ଟର ପ୍ରାଇମା ଫେସିରୁ ସ୍ପଷ୍ଟ ହେଉଛି କି, ସଂଗୃହିତ ସାମ୍ପୁଲ ରନ୍ଧାଯାଉଥିବା ଘିଅର, ଏଥିରେ ଲଡୁ ତିଆରି ହୋଇନଥାଏ, ଯାହା ମନ୍ଦିରରେ ପୂଜା ହୁଏ ।

ଲଡ୍ଡୁ ବିବାଦକୁ ନେଇ ଏକାଧିକ ଯାଚିକା ଉପରେ ଜଷ୍ଟିସ ବି ଆର ଗାଭାଇ, ଜଷ୍ଟିସ କେ ଭି ବିଶ୍ୱନାଥନ ଜାଣିବାକୁ ଚାହିଁଛନ୍ତି କି, ଯେତେବେଳେ ତାଙ୍କ ସରକାର ଘିଅକୁ ନେଇ ସ୍ୱତନ୍ତ୍ର ତଦନ୍ତ ରିପୋର୍ଟ ଦେଇଥିଲା, ସେହି ରିପୋର୍ଟକୁ ଅପେକ୍ଷା ନ କରି କାହିଁକି ମାମଲାକୁ ନେଇ ସାର୍ବଜନୀନ ବୟାନ ଦେଇଥିଲେ ମୁଖ୍ୟମନ୍ତ୍ରୀ । ତାଙ୍କ ବୟାନରେ ସେ କହିଥିଲେ କି, ତିରୁପତି ମନ୍ଦିରରେ ପୂଜା ହୋଇ ଭକ୍ତଙ୍କୁ ବଣ୍ଟାଯାଉଥିବା ଲଡ୍ଡୁରେ ପଶୁ ଚର୍ବି ମିଶିଛି ।

ଏହା ଉପରେ ଖଣ୍ଡପୀଠ କହିଛନ୍ତି କି, ଜୁଲାଇରେ ଆପଣ ରିପୋର୍ଟ ହାସଲ କରିଥିଲେ । ସେପ୍ଟେମ୍ବର ୧୮ରେ ଜନତାଙ୍କ ପାଖକୁ ଗଲେ । ଆପଣ କହିଛନ୍ତି କି, ଆପଣ ଘଟଣାକୁ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏହା ରିପୋର୍ଟରୁ ଏକଦମ ସ୍ପଷ୍ଟ କି, ଏହା ସେହି ଘିଅ ନୁହେଁ, ଯାହା ମନ୍ଦିରରେ ବ୍ୟବହାର ହେଉଛି । ଆପଣ କୌଣସି କଥାକୁ ନେଇ ନିଶ୍ଚିତ ନ ହୋଇ କେମିତି ସର୍ବସାଧାରଣରେ ବୟାନ ଦେଲେ ବୋଲି ପ୍ରଶ୍ନ କରିଛନ୍ତି ଜଷ୍ଟିସ ବିଶ୍ୱନାଥନ ।
ଏହି ମାମଲାରେ କୋର୍ଟ କେନ୍ଦ୍ରକୁ ଆନ୍ଧ୍ର ସରକାର ଦ୍ୱାରା ଯଦି ଏସଆଇଟି ଗଠନ କରାଯାଇ ତଦନ୍ତ କରାଯାଉଛି, ସେଥିରେ ସହଯୋଗ କରିବାକୁ କହିଛନ୍ତି । ଏଥିସହ ଏହି ମାମଲାର ଆସନ୍ତା ଶୁଣାଣି ଅକ୍ଟୋବର ୩ରେ କରିବାକୁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ ।

Get real time updates directly on you device, subscribe now.