fbpx

‘5G Upgrade’ ମେସେଜରୁ ଖାଲି ହୋଇ ଯାଉଛି ଆକାଉଣ୍ଟ: ଏହି ଭୁଲ ନ କରିବାକୁ ପୋଲିସର ଚେତାବନୀ

Advertisement

ନୂଆଦିଲ୍ଲୀ: ଦେଶରେ ଆରମ୍ଭ ହୋଇଯାଇଛି ୫ଜି ସେବା । ବିଭିନ୍ନ ସହରରେ ଜିଓ ଏବଂ ଏୟାରଟେଲ ସର୍ଭିସ ଲଞ୍ଚ ହୋଇ ସାରିଥିବା ବେଳେ ସେପଟେ ସ୍କାମର୍ସମାନେ ମଧ୍ୟ ଆକ୍ଟିଭ ହୋଇ ଯାଇଛନ୍ତି । ୫ଜି ସର୍ଭିସ ନାଁରେ ଲୋକମାନଙ୍କୁ ଠକିବା ସହ ଏହାଦ୍ୱାରା ଲୋକଙ୍କ ଆକାଉଣ୍ଟରୁ ମଧ୍ୟ ଟଙ୍କା ଲୁଯିବା ଆରମ୍ଭ କରିଛନ୍ତି । ତେବେ ଏ ନେଇ ଆଶଙ୍କା ହେବା ପରେ ଦେଶବାସୀଙ୍କୁ ଚେତାବନୀ ଦେଇଛି ପୋଲିସ ଡିପାର୍ଟମେଣ୍ଟ ।

୫ଜି ସର୍ଭିସକୁ ନେଇ ଚାଲିତିବା ସ୍କାମକୁ ନେଇ ଆଲର୍ଟ ଜାରି କରିଛି ହାଇଦ୍ରାବାଦ ସାଇବର ପୋଲିସ । ଏହି ଚେତାବନୀରେ ଫୋନରେ ଆସୁଥିବା ଲିଙ୍କକୁ କ୍ଲିକ ନ କରିବା ପାଇଁ ୟୁଜର୍ସମାନଙ୍କୁ କହିଛି ପୋଲିସ । ଲିଙ୍କ ଉପରେ କ୍ଲିକ କଲେ ଆକାଉଣ୍ଟ ଖାଲି ହୋଇ ଯାଇପାରେ ବୋଲି ପୋଲିସ ତରଫରୁ ଚେତାବନୀ ଜାରି କରାଯାଇଛି । ଏହି ସ୍କିମରେ ଲୋକମାନଙ୍କୁ ଏକ ଲିଙ୍କ ପଠାଯାଇଥାଏ । ସିମକୁ ୪ଜି ରୁ ୫ଜି କୁ ଅପଗ୍ରେଡ କରିବା ପାଇଁ ଏଥିରେ କ୍ଲିକ କରିବା ପାଇଁ କୁହାଯାଏ ।

ତେବେ ଏହାକୁ ଅଫିସିଆଲ ମେସେଜ ଭାବି ଲୋକମାନେ କ୍ଲିକ କରିବା ଦ୍ୱାରା ୟୁଜର୍ସମାନଙ୍କ ଡାଟା ସ୍କାମର୍ସଙ୍କ ନିକଟରେ ପହଞ୍ଚି ଯାଇଥାଏ । ଏହାପରେ ସେମାନଙ୍କ ଫୋନ ନମ୍ବର ସ୍ୱାପ କରି ନୂଆ ସିମ ବାହାର କରିଥାନ୍ତି ଯାହାଦ୍ୱାରା ସ୍କାମର୍ସଙ୍କୁ ଏହାର ଆକ୍ସେସ ମିଳିଯାଏ । ଏହାପରେ ଖୁବ ସହଜରେ ଏହି ନମ୍ବର ସହିତ କନେକ୍ଟ ହୋଇଥିବା ବ୍ୟାଙ୍କ ଆକାଉଣ୍ଟରୁ କୁବ ସହଜରେ ଟଙ୍କା ଉଠାଇ ନିଅନ୍ତି ସ୍କାମର୍ସ ।

ଏହି ମାମଲାକୁ ନେଇ ଅନେକ ଅଭିଯୋଗ ଆସିଥିବା ପୋଲିସ ସୂଚନା ଦେଇଛି । ୟୁଜର୍ସମାନଙ୍କ ଫୋନକୁ ଆସିଥିବା ଲିଙ୍କରେ କ୍ଲିକ କରିବାରୁ ଅନେକ ଲୋକଙ୍କ ଆକାଉଣ୍ଟରୁ ଟଙ୍କା କଯିଯାଇଛି । ତେଣୁ ଅନ୍ୟ ଲୋକମାନଙ୍କୁ ଏଥିରୁ ନିବୃତ୍ତ ରହିବା ପାଇଁ ଏବଂ ସାବଧାନ ରହିବା ପାଇଁ ଚେତାବନୀ ଜାରି କରିଛି ହାଇଦ୍ରାବାଦ ପୋଲିସ ।

Get real time updates directly on you device, subscribe now.