ଏଭଳି ‘ସଂପର୍କୀୟ’ଙ୍କ ଠାରୁ ଦୂରେଇ ରୁହନ୍ତୁ, ନଚେତ ଖାଲି ହୋଇଯିବ ବ୍ୟାଙ୍କ ଆକାଉଣ୍ଟ

ସଂପର୍କ ଯୋଡିବା ବାହାନାରେ ଟଙ୍କା ଲୁଟୁଛନ୍ତି ସାଇବର ଠକ। ଏଭଳି ଫୋନ କଲ୍ ଏବଂ ମେସେଜ ଠାରୁ ନିଜକୁ ଦୂରେଇ ରଖନ୍ତୁ।

ନୂଆଦିଲ୍ଲୀ: ବୃଦ୍ଧି ପାଉଥିବା ଟେକ୍ନୋଲୋଜୀ ବର୍ତ୍ତମାନ ଠକମାନଙ୍କ କାମକୁ ମଧ୍ୟ ସହଜ କରିଦେଇଛି। ବର୍ତ୍ତମାନ ଲୋକଙ୍କ ସହ ଫ୍ରଡର ନୂଆ ନୂଆ ଉପାୟ ଆସିସାରିଛି। ଗତ କିଛିରି ଡିଜିଟାଲ ଅରେଷ୍ଟର ଅନେକ ଖବର ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି।

ଲୋକଙ୍କ ଘରକୁ ବନ୍ଦୀ କରି ସେମାନଙ୍କର ଲକ୍ଷ ଲକ୍ଷ କୋଟି ଟଙ୍କା ଲୁଟି ନେଉଛନ୍ତି ଏହି ସାଇବର ଠକ। ବର୍ତ୍ତମାନ ସଂପର୍କୀୟ ଭାବେ ନିଜକୁ ପରିଚିତ କରାଇ ଲୋକଙ୍କୁ ଠକେଇର ଶିକାର କରାଯାଉଛି। ଜାଣନ୍ତୁ କିପରି ବଞ୍ଚିପାରିବେ ଏଥିରୁ..

ସଂପର୍କୀୟ ହୋଇ ଲୁଟୁଛନ୍ତି: ଟେକ୍ନୋଲୋଜିର ବ୍ୟବହାର କରି ଲୋକଙ୍କ ସହ ବର୍ତ୍ତମାନ ସ୍କାମର୍ସ ଖୁବ ଠକୁଛନ୍ତି। ଠକମାନେ ବର୍ତ୍ତମାନ ଲୋକଙ୍କୁ ଲୁଟିବା ଲାଗି ନୂଆ ଉପାୟ ଆପଣାଉଛନ୍ତି। ଠକମାନେ ଅଜଣା ନମ୍ବରରୁ ଆପନଙ୍କୁ ହ୍ୱାଟ୍ସଆପରେ ମେସେଜ କରୁଛନ୍ତି ଏବଂ କହୁଛନ୍ତି, ଏହା ସେମାନଙ୍କ ନୂଆ କଣ୍ଟାକ୍ଟ ନମ୍ବର, ଏବଂ ସେମାନଙ୍କ ଫୋନ ଖରାପ ହୋଇଯାଇଛି।

ଏହାପରେ ସେମାନେ ଲୋକଙ୍କୁ କହୁଛନ୍ତି ଯେ, କିଛି ପେମେଣ୍ଟ କରିବାକୁ। ହେଲେ ସେମାନଙ୍କ ଆକାଉଣ୍ଟ ଚାଲୁନାହିଁ। ଏଭଳି ପରିସ୍ଥିତିରେ ଆପଣ ସେମାନଙ୍କୁ ଟଙ୍କା ପଠାଇବା ପରେ ସେମାନେ ଆପଣଙ୍କୁ ଟଙ୍କା ପଠାଇଦେବେ ବୋଲି ଭରଷା ଦେଉଛନ୍ତି।

ଯଦି ଆପଣ ସମୋନଙ୍କ କଥାକୁ ବିଶ୍ୱାସ କଲେ ତେବେ ଆପଣଙ୍କ ଟଙ୍କା ବୁଡିଗଲା। ଏଥିପାଇଁ ଆପଣ ସଂପୂର୍ଣ୍ଣ ଭାବେ ଯାଞ୍ଚ କରନ୍ତୁ ଫୋନ କରିଥିବା ଲୋକେ ଆପଣଙ୍କ ସଂପର୍କୀୟ କି ନୁହେଁ।