fbpx

(video)ସ୍କୁଲ ବ୍ୟାଗ ଧରି ଟ୍ରାଫିକ୍ ମଝିରେ ପହଞ୍ଚିଗଲା ଯୁବତୀ, ତା’ପରେ ଯାହା କଲା ଦେଖନ୍ତୁ ଭିଡିିଓ

ଏକ ସମୟ ଥିଲା ଯେତେବେଳେ ଇଣ୍ଟରନେଟ୍ ଚଲାଇବା ବହୁତ ମହଙ୍ଗା ଥିଲା । ଲୋକମାନେ ମାସକରେ କେତେବେଳେ କେମିତି ଭିଡିଓ ଦେଖୁଥିଲେ । କିନ୍ତୁ ଯେବେଠାରୁ ଇଣ୍ଟରନେଟ୍ ଚଲାଇବା ଶସ୍ତା ହେଲା ସେବେଠାରୁ ଲୋକମାନେ ନିଜେ ଫେମସ୍ ହେବା ଲାଗି ଏପରି ଭିଡିଓ କରିବାକୁ ଲାଗିଲେ କି ଯାହାକୁ ଦେଖି ସମସ୍ତେ ଚକିତ ହୋଇଗଲେ । ଏବେ ଏକ ସ୍କୁଲ ଛାତ୍ରୀର ଏପରି ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି ଯେଉଁଥିରେ ସେ ସଡକ ଉପରେ ଡ୍ୟାନ୍ସ କରୁଥିବା ନଜର ଆସୁଛି ।

ଏକ୍ସ ଆକାଉଣ୍ଟ @GaurangBhardwa1 ରେ ଏକ ଭିଡିଓ ପୋଷ୍ଟ କରାଯାଇଛି ଯେଉଁଥିରେ ଜଣେ ଛାତ୍ରୀ ସଡକ ଉପରେ ଡ୍ୟାନ୍ସ କରୁଥିବାର ନଜର ଆସୁଛି । ସେ ଜଣେ ସ୍କୁଲ ଛାତ୍ର ଓ ସାଥିରେ ନିଜ ବ୍ୟାଗ ବି ରହିଛି । ତେବେ ସେ ରୋଡ୍‌ରେ ସମସ୍ତଙ୍କ ସାମ୍ନାରେ ଯେପରି ଡ୍ୟାନ୍ସ କଲା ତାହା ଦେଖି ସମସ୍ତେ ଚକିତ ହୋଇପଡିଲେ । କାରଣ ଜଣେ ସୁସ୍ଥ ମସ୍ତିଷ୍କ ବ୍ୟକ୍ତି ମଝି ରୋଡ୍ ଉପରେ ଏପରି ନୃତ୍ୟ କରିବା ସହଜ ନୁହେଁ ।

ଭିଡିଓରେ ଦେଖିବାକୁ ମିଳୁଛି ଯୁବତୀ ଜଣକ ନିଜ ବ୍ୟାଗ ଧରି ରୋଡ୍ ଉପରକୁ ଆସିଯାଉଛି ଓ ସଙ୍ଗେ ସଙ୍ଗେ ବ୍ୟାଗକୁ ପଛକୁ ଫିଙ୍ଗି ଦେଇ ରୋଡ୍ ଉପରେ ହିଁ ଗଡି ପଡୁଛି । ଏହାପରେ ଆପତ୍ତିଜନକ ଷ୍ଟେପ କରି ନୃତ୍ୟ କରିବା ଆରମ୍ଭ କରି ଦେଉଛି । ରୋଡ୍‌ରେ ରେଡ୍ ଲାଇନ୍ ଅନ୍ ଥିବାରୁ ଟ୍ରାଫିକ୍ ଅଟକିଯାଇଛି । ସେ ଏହାର ଫାଇଦା ଉଠାଇ ଟ୍ରାଫିକର ଠିକ୍ ସାମ୍ନାରେ ନୃତ୍ୟ କରିବାରେ ଲାଗିଛି । ସେଠାରେ ଥିବା ସମସ୍ତ ଅଟୋ, ବାଇକ୍ ଓ କାର୍ ଚାଳକ ଏହାଦେଖି ଚକିତ ହୋଇଯାଉଛନ୍ତି । ଏହି ଭିଡିଓକୁ ଏ ପର୍ଯ୍ୟନ୍ତ ୧୧ ଲକ୍ଷ ଲୋକ ଦେଖିସାରିଲେଣି । ବହୁ ଲୋକ କହିଛନ୍ତି ଯୁବତୀ କେବଳ ଭାଇରାଲ୍ ହେବା ପାଇଁ ହିଁ ଏପରି କରିଛି ।

Get real time updates directly on you device, subscribe now.