fbpx

ସୋମବାରଠୁ ଖୋଳିବ ପ୍ରାଥମିକ ସ୍କୁଲ, ଦୁଇ ବର୍ଷ ପରେ କ୍ଲାସ୍‌ରୁମ୍‌ରେ ପାଠପଢ଼ିବେ ପ୍ରଥମରୁ ୭ମ ଶ୍ରେଣୀ ଛାତ୍ରଛାତ୍ରୀ

ଭୁବନେଶ୍ବର ( ଭାସ୍କର ନ୍ୟୁଜ୍‌):  ସୋମବାରଠୁ ଖୋଳିବ ପ୍ରାଥମିକ ବିଦ୍ୟାଳୟ । ଏଥିପାଇଁ ପିଲାମାନେ ବେଶ୍‌ ଉତ୍ସାହିତ ଅଛନ୍ତି ।  ଦୁଇବର୍ଷ ପରେ କୁନି କୁନି ପିଲା ବିଦ୍ୟାଳୟକୁ ଆସିବାକୁ ଯାଉଥିବାରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପ୍ରଥମ ସପ୍ତାହରେ ପାଠ ପଢ଼ାଯିବ ନାହିଁ ବୋଲି ସମସ୍ତ ବିଇଓ ଓ ସ୍କୁଲ କର୍ତ୍ତୃକ୍ଷଙ୍କୁ ଚିଠି କରିଛି ଗଣଶିକ୍ଷା ବିଭାଗ । ପ୍ରଥମ ୬ ଦିନ ପିଲାଙ୍କୁ ଖେଳ, ନାଚ, ଗୀତ ଓ ବିଭିନ୍ନ ପ୍ରତିଯୋଗିତାମୂଳକ କାର୍ଯ୍ୟରେ ନିୟୋଜିତ କରାଯିବ । ମାର୍ଚ୍ଚ ୯ରୁ ୩ ଦିନ ଧରି ସାହିତ୍ୟ, ଗଣିତ ଓ ଇଂରାଜୀରେ ଦକ୍ଷତା ପରୀକ୍ଷା କରାଯାଇ ଛାତ୍ରଛାତ୍ରୀଙ୍କ ଗତ ଦୁଇ ବର୍ଷର ପାଠପଢ଼ା କ୍ଷତିକୁ ଭରଣା କରାଯିବାର ପ୍ରୟାସ କରାଯିବ । ଦ୍ୱିତୀୟ ଶ୍ରେଣୀକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ କ୍ଲାସ୍‌ ରୁମ୍‌ ଅନୁଭବ ନୂଆ ହେବାକୁ ଯାଉଛି ।

Get real time updates directly on you device, subscribe now.