୩ ମଦୁଆଙ୍କ ବଡ଼ କାରନାମା! ଝାଡ଼ା ମିଶା ପାଣିରେ ପିଲାଙ୍କ ପାଇଁ ତିଆରି ହେଲା ମଧ୍ୟାହ୍ନ ଭୋଜନ

ଚେନ୍ନାଇ: ତାମିଲନାଡ଼ୁ ଥିରୁଭାରୁର ଜିଲ୍ଲାରେ ଘଟିଯାଇଛି ଏକ ଅଜବ ଘଟଣା । ସ୍ଥାନୀୟ ସରକାରୀ ସ୍କୁଲରେ ମଣିଷ ଝାଡ଼ା ମିଶା ପାଣିରେ ତିଆରି କରାଯାଉଥିଲା ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ।

ଘଟଣା ସମ୍ପକରେ ଜଣାପଡ଼ିବା ପରେ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି । ଖବର ମୁତାବକ ୩ ମଦୁଆ ସ୍କୁଲ ରୋଷେଇ ଘରେ ଥିବା ପାଣି ଟାଙ୍କିରେ ମଣିଷ ଝାଡ଼ା ମିଶାଇ ଦେଇଥିଲେ ।

ଟାଙ୍କିରୁ ପାଣି ବ୍ୟବହାର ପାଇଁ ବାରଣ କରାଯାଇଛି । ବିଭାଗୀୟ ତଦନ୍ତ ଜୋରସୋରରେ ଚାଲିଛି ।

ସ୍କୁଲ କର୍ତ୍ତୃପକ୍ଷଙ୍କ ତରଫରୁ ଏ ନେଇ କୌଣସି ସୂଚନା ମିଳିପାରି ନାହିଁ । ଘଟଣାରେ ସମ୍ପୃକ୍ତ ଲୋକଙ୍କୁ ଗିରଫ କରିବା ନେଇ କୌଣସି ଖବର ମିଳିପାରି ନାହିଁ ।

ସମାନ ଘଟଣା ୨୦୨୨ରେ ଘଟିଥିଲା । ଅନୁସୂଚିତ ଜାତିର ଲୋକ ରହୁଥିବା ଏକ ଗ୍ରାମର ପାଣି ଟାଙ୍କିରେ ମଣିଷ ମଳ ମିଶା ଯାଇଥିଲା । ଯାହାକୁ ଖାଇ ପ୍ରଥମେ କିଛି ପିଲା ଅସୁସ୍ଥ ହୋଇଥିଲା ।

ଘଟଣାର ତଦନ୍ତ ପରେ ଜଣାପଡ଼ିଥିଲା ଯେ, ଟାଙ୍କି ପାଣିରେ ମଣିଷ ଝାଡ଼ା ମିଶିଛି ।