ଗଣିତ ସାର୍‌ଙ୍କ କାରନାମା; ଗିରଫ ପରେ ସରକାରୀ ଚାକିରିରୁ ନିଲମ୍ବନ, ସ୍କୁଲର ୨୪ ଛାତ୍ରୀଙ୍କ ସହ କରୁଥିଲେ ଅଶ୍ଳୀଳ ବ୍ୟବହାର

୨୪ ଜଣ ଛାତ୍ରୀଙ୍କ ସହ ଅଶ୍ଳୀଳ ବ୍ୟବହାର ପଡ଼ିଲା ମହଙ୍ଗା, ମ୍ୟାଥ୍ ଟିଚର ଗିରଫ

ନୂଆଦିଲ୍ଲୀ: ପୁଣି ଅଶ୍ଳୀଳତା। ଏଥର ଜଣେ ଗଣିତ ଶିକ୍ଷକ ଜଣେ କି ଦୁଇ ଜଣ ଛାତ୍ରୀ ନୁହେଁ, ୨୪ ଜଣ ଛାତ୍ରୀଙ୍କ ସହ କରୁଥିଲେ ଅଶ୍ଳୀଳତା। ଅଭିଭାବକ ଜାଣି ଏହି ଶିକ୍ଷକଙ୍କୁ ଥାନା ପଠାଇଛନ୍ତି।

ଏହି ଘଟଣାଟି ହିମାଚଳ ପ୍ରଦେଶର ସରକାରୀ ସ୍କୁଲରେ ଘଟିଛି। ପୋଲିସ ଗିରଫ କରିବା ପରେ ଏହି ଶିକ୍ଷକଙ୍କର ଚାକିରି ପଳାଇଛି। ଏହି ଗଣିତ ସାର୍‌ଙ୍କୁ ଚାକିରିରୁ ନିଳମ୍ବନ କରାଯାଇଛି।

ସୂଚନା ମୁତାବକ, ସିରମୋର ଜିଲ୍ଲାର ରାଜଗଢ ଥାନା ଅନ୍ତର୍ଗତ ଏକ ସରକାରୀ ବିଦ୍ୟାଳୟରେ ଏହି ଘଟଣା ଘଟିଛି। ସ୍କୁଲର ଗଣିତ ଶିକ୍ଷକଙ୍କ ଉପରେ ୨୪ ଜଣ ଛାତ୍ରୀଙ୍କ ସହ ଅଶ୍ଳୀଳତା କରିବାର ଅଭିଯୋଗ ଅଣାଯାଇଛି।

୨୧ ଜୁନରେ ସ୍କୁଲରେ ‘ଶିକ୍ଷା ସମ୍ବାଦ’ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପ୍ରଶାସନ ସମ୍ମୁଖରେ ଝିଅମାନେ ଶିକ୍ଷକଙ୍କ ବିଷୟରେ କହିଥିଲେ। ଛାତ୍ରୀମାନେ ଗଣିତ ଶିକ୍ଷକଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଲଗାଇଛନ୍ତି।

ଏହି କଥା ସାର୍ବଜନୀନ ହେବା ପରେ ଅଭିଭାବକମାନେ ସ୍କୁଲରେ ପହଞ୍ଚିଥିଲେ। ଏହାପରେ ଗଣିତ ଶିକ୍ଷକଙ୍କ ବିରୋଧରେ ଥାନାରେ ଅଭିଯୋଗ କରାଯାଇଥିଲା। ଏହାପରେ ପୋଲିସ ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରିଛି।