fbpx

ସ୍କୁଲ ସମୟରେ ପରିବର୍ତ୍ତନ କଲେ ରାଜ୍ୟ ସରକାର: ଜାଣନ୍ତୁ କେଉଁ ସମୟରେ ଆସିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସ୍କୁଲରେ ପାଠପଢ଼ା ସମୟ ବଦଳାଇଲେ ସରକାର । ଏଣିକି ସକାଳ ୬ ଟାରୁ ୯ ପର୍ଯ୍ୟନ୍ତ ହେବ ସ୍କୁଲ୍ । ପ୍ରଚଣ୍ଡ ଖରାକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ ସମୟରେ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର । ୩ୟ ରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପିଲା ସକାଳ ୬ଟାରୁ ସ୍କୁଲ ଆସିବେ । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ତେବେ ବୋର୍ଡ ଓ କାଉନସିଲ୍ ପକ୍ଷରୁ ଚାଲିଥିବା ପରୀକ୍ଷା ପୂର୍ବ ସମୟ ଅନୁସାରେ ଚାଲୁରହିବ ।

ସୂଚନାଯୋଗ୍ୟ, ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁଁ ସ୍କୁଲ ବନ୍ଦ ରହିଛି । ତେବେ ଗ୍ରୀଷ୍ମପ୍ରବାହ ଜାରି ରହିଥିବାରୁ ସ୍କୁଲ ଖୋଲିବା ନେଇ ଦ୍ୱନ୍ଦ୍ୱ ରହିଥିଲା । ଗୁରୁବାର ଗଣଶିକ୍ଷା ମନ୍ତ୍ରୀ ସ୍କୁଲ ଖୋଲିବା ଉପରେ ପ୍ରତିକ୍ରିୟା ରଖି କହିଥିଲେ ଯେ ଗ୍ରୀଷ୍ମପ୍ରବାହ ଜାରି ରହିଥିଲେବି ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ । ଆଉ ଏବେ ମେ ୨ ତାରିଖରୁ ସକାଳ ୬ ଟାରୁ ୯ ପର୍ଯ୍ୟନ୍ତ ହେବା ନେଇ ଘୋଷଣା କରାଯାଇଛି ।

Get real time updates directly on you device, subscribe now.