ଶିଶୁ ବାଟିକା ପିଲାଙ୍କୁ ମାଗଣାରେ ମିଳିବ ୟୁନିଫର୍ମ, ଜୋତା ଏବଂ ପରିଚୟପତ୍ର; ପ୍ରତି ପିଲା ପିଛା ଖର୍ଚ୍ଚ ୧୦୦୦
ଶିଶୁ ବାଟିକା ପିଲାଙ୍କୁ ମିଳିବ ୟୁନିଫର୍ମ,ଜୋତା, ମୋଜା, ଟି-ସାର୍ଟ, ଟ୍ରାକ୍ ପ୍ୟାଣ୍ଟ, କ୍ୟାପ୍ ଏବଂ ପରିଚୟପତ୍ର। ଏଥିପାଇଁ ପାଣ୍ଠି ଅନୁମୋଦନ ଦେବାକୁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗକୁ ଚିଠି ଲେଖିଛି ଓସେପା।
ଭୁବନେଶ୍ବର: ଶିଶୁ ବାଟିକା ପିଲାଙ୍କୁ ମାଗଣାରେ ଦିଆଯିବ ସ୍କୁଲ ପୋଷାକ । ଜୋତା, ମୋଜା, ଟି-ସାର୍ଟ, ଟ୍ରାକ୍ ପ୍ୟାଣ୍ଟ, କ୍ୟାପ୍ ଏବଂ ପରିଚୟପତ୍ର ବି ଦିଆଯିବ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଓସେପାର ଚିଠି । ପ୍ରତି ପିଲା ପିଛା ଦରକାର ୧୦୦୦ଟଙ୍କା ।
୩ ଲକ୍ଷ ୧୦ ହଜାର ୮୩୯ ଶିଶୁ ବାଟିକା ଛାତ୍ରଛାତ୍ରୀଙ୍କୁ ମାଗଣା ସ୍କୁଲ ପୋଷାକ, ଜୋତା ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ସାମଗ୍ରୀ ବଣ୍ଟନ ପାଇଁ ପ୍ରତି ଛାତ୍ର ପାଇଁ ଏକ ହଜାର ଟଙ୍କା ପାଣ୍ଠି ଆବଶ୍ୟକ। ଏଥିପାଇଁ ପାଣ୍ଠି ଅନୁମୋଦନ ଦେବାକୁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗକୁ ଚିଠି ଲେଖିଛି ଓସେପା।
ସୂଚନାଯୋଗ୍ୟ, ୨୦୨୫-୨୬ ଶିକ୍ଷା ବର୍ଷ ମଧ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସରକାରୀ ବିଦ୍ୟାଳୟରେ ୪୧ ଲକ୍ଷ ୩୧ହଜାର ୨୪ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ସମଗ୍ର ଶିକ୍ଷା ପକ୍ଷରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସ୍କୁଲ ୟୁନିଫର୍ମ ପାଇଁ ମୁଣ୍ଡ ପିଛା ୬୦୦ ଟଙ୍କା ଅନୁସାରେ ରାଜ୍ୟ ସରକାର ୨୪୭୮୬.୧୪୪୦୦ ଟଙ୍କା ମଞ୍ଜୁର କରିଛନ୍ତି।