fbpx

ସ୍କୁଲ ଭ୍ୟାନରେ ଲାଗିଲା ନିଆଁ: ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

ବିନିକା(ଓଡ଼ିଶା ଭାସ୍କର): ବିନିକାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ସ୍କୁଲ ଭ୍ୟାନରେ ଅଚାନକ୍ ନିଆଁ ଲାଗିଯାଇଥିବା ବେଳେ ସେଥିରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଛାତ୍ରଛାତ୍ରୀ । ଭ୍ୟାନରେ ଥିବା ୧୨ ଛାତ୍ରଛାତ୍ରୀଙ୍କ ଉପରୁ ଟଳିଯାଇଛି ବିପଦ ।

ସୂଚନା ଅନୁସାରେ, ସିଣ୍ଡୋଲରୁ ବିନିକା ଆସୁଥିବା ବେଳେ କଲେଜ ଛକ ନିକଟରେ ଧୂଆଁ ବାହାରିଥିଲା । ଧୁଆଁ ବାହାରିବା ଦେଖି ସ୍ଥାନୀୟ ଲୋକେ ପିଲାଙ୍କୁ ଗାଡ଼ିରୁ ବାହାର କରିଥିଲେ । ପିଲାଙ୍କୁ ଉଦ୍ଧାର କରିବା ସହ ଲୋକେ ନିଆଁ ଲିଭାଇ ଦେଇଥିବା ସୂଚନା ମିଳିଛି । ଅନ୍ୟପଟେ ଏଭଳି ଅଘଟଣା ପରେ ଭ୍ୟାନ୍ ଡ୍ରାଇଭର ଗାଡ଼ି ଛାଡ଼ି ଚମ୍ପଟ ମାରିଛି । ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି ପୋଲିସ ।

Get real time updates directly on you device, subscribe now.