ଭୁଶୁଡ଼ିଲା ସ୍କୁଲ ପାଚେରୀ, ଚାଲିଗଲା ପଞ୍ଚମ ଶ୍ରେଣୀ ଛାତ୍ରର ଜୀବନ

ସ୍କୁଲ ପାଚେରୀ ଭୁଶୁଡ଼ି ପଞ୍ଚମ ଶ୍ରେଣୀ ଛାତ୍ର ମୃତ

ନିଆଳି: କଟକ ନିଆଳିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏଠାରେ ସ୍କୁଲ ପାଚେରୀ ଭୁଶୁଡ଼ି ଯାଇ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସୂଚନାନୁଯାୟୀ ଗୋବିନ୍ଦପୁର ଥାନା ନୋଦା ପ୍ରାଥମିକ ସ୍କୁଲରେ ଘଟିଛି ଏହି ଅଭାବନୀୟ ଘଟଣା।

ମଧ୍ୟାହ୍ନ ଭୋଜନ ସମୟରେ ପାଚେରୀ ଭୁଶୁଡ଼ିଯାଇଥିଲା। ଏଥିରେ ଚାପି ହୋଇଥିଲେ ଏହି ଛାତ୍ର। ଏହାପରେ ସଙ୍ଗେ ସଙ୍ଗେ ଗୁରୁତର ଛାତ୍ରଙ୍କୁ କଟିକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା।

ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଏହି ଘଟଣାରେ ଉତ୍ତ୍ୟକ୍ତ ଲୋକେ କସରଦା-ଅଡଶପୁର ରାସ୍ତା ଅବରୋଧ କରିଛନ୍ତି।