୨୯ରୁ ରାଜଧାନୀରେ ଖୋଲିବ ସ୍କୁଲ

ନୂଆଦିଲ୍ଲୀ: ମାତ୍ରାଧିକ ପ୍ରଦୂଷଣ ଯୋଗୁଁ ରାଜଧାନୀରେ ବନ୍ଦ ରହିଥିବା ସମସ୍ତ ସ୍କୁଲ ପୁଣି ଥରେ ଖୋଲିବାକୁ ଯାଉଛି । ପ୍ରାୟ ଦୁଇ ସପ୍ତାହ ଧରି ବନ୍ଦ ରହିବା ପରେ ସୋମବାରଠାରୁ ଖୋଲିବ ସମସ୍ତ ସ୍କୁଲ । ଏଭଳି ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର, ଶନିବାର ଏନେଇ ସୂଚନା ଦେଇଛନ୍ତି ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନିଷ ସିଶୋଦିଆ ।

ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟଙ୍କ ତାଗିଦ୍ ପରେ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଥିଲେ କେଜ୍ରିୱାଲ ସରକାର । ଏବେ ବାୟୁ ପ୍ରଦୂଷଣରେ ସାମାନ୍ୟ ସୁଧାର ଆସିଥିବାରୁ ସ୍କୁଲ ଖୋଲାଯିବା ନେଇ କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ । ତେବେ ପ୍ରଦୂଷଣ ପାଇଁ ଲାଗୁ ହୋଇଥିବା ଅନ୍ୟ କଟକଣା ବଳବତ୍ତର ରହିବ । ନର୍ମାଣ କାର୍ଯ୍ୟ ବନ୍ଦ ରହିବ ଏବଂ ରାଜଧାନୀ ଭିତରେ ଭାରିଯାନ ମଧ୍ୟ ଚଳାଚଳ ବନ୍ଦ ରହିବ ।