fbpx

ବଢ଼ିଗଲା କରୋନା: ୫ ଜିଲ୍ଲାରେ ସ୍କୁଲ-କଲେଜ ବନ୍ଦ, ଥିଏଟରରେ ଝୁଲିଲା ତାଲା

ଗୁରୁଗ୍ରାମ: କରୋନାର ଲହର ପୁଣି ଥରେ ମାଡ଼ିବାରେ ଲାଗିଛି । ଏହାରି ମଧ୍ୟରେ ହରିୟାଣା ସରକାର କରୋନାକୁ ରୋକିବା ପାଇଁ ଗୁରୁଗ୍ରାମ, ଫରିଦାବାଦ, ଅମ୍ବାଲା, ପଞ୍ଚକୁଲା ଓ ସୋନେପତରେ ସିନେମା ହଲ୍, କଲେଜ, ଜିମ୍ ଇତ୍ୟାଦି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏବେ ରାଜ୍ୟରେ ଅଫିସ ବି ୫୦% ଉପସ୍ଥାନ ସହିତ କାର୍ଯ୍ୟ କରିବ । ବର୍ତ୍ତମାନ ପାଇଁ କରୋନା କଟକଣାର ଅବଧି ୧୨ ଜାନୁଆରୀ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ତେବେ ହରିୟାଣାର ଗୁରୁଗ୍ରାମ ଓ ଫରିଦାବାଦରେ କରୋନାର ମାମଲା ଅଧିକ ବଢ଼ିବାରେ ଲାଗିଛି । ଏହି କାରଣରୁ ଜିଲ୍ଲାରେ ସ୍କୁଲ-କଲେଜ ବନ୍ଦ କରାଯାଇଛି । ଏଡା ସହିତ ବଜାର କେବଳ ୫ଟା ପର୍ଯ୍ୟନ୍ତ ଖୋଲା ରହିବ । ବାର ଓ ରେଷ୍ଟୁରାଣ୍ଟରେ ବି କେବଳ ୫୦ ପ୍ରତିଶତ ବସିବା କ୍ଷମତା ସହିତ କାର୍ଯ୍ୟ କରିବାକୁ କୁହାଯାଇଛି ।

Get real time updates directly on you device, subscribe now.