fbpx

ଏଣିକି ବୈଜ୍ଞାନିକ ସୁଇଜ ଚିପି ବର୍ଷାକୁ କରିବେ ନିୟନ୍ତ୍ରଣ

ନୂଆଦିଲ୍ଲୀ: ବର୍ଷା ପାଇଁ ସବୁ ସମୟରେ ଆମ ଦେଶ ବିଭିନ୍ନ ସମସ୍ୟା ଭୋଗୁଛି । କେତେବେଳେ ଅତି ବର୍ଷା ପାଇଁ ତ ପୁଣି ବର୍ଷା ନ ହେବାରୁ ବହୁ ଧନ ଜୀବନ ନଷ୍ଟ ହେଉଛି । ତେବେ ଆମ ପାଣିପାଗ ବୈଜ୍ଞାନିକ ଏହି ସମସ୍ୟାରୁ ମୁକ୍ତି ପାଇଁ ବାହାର କରିଛନ୍ତି ଏମିତି ଏକ କୌଶଳ, ଯେଉଁଥିରେ ବନ୍ୟା ବା ଦୁର୍ଭିକ୍ଷ ପରି ପରିସ୍ଥିତିକୁ ସମୟ ଥାଇ ଏଡାଯାଇ ପାରିବ । ଏମିତିକି କିଛି ଗୋଟିଏ ଉତ୍ସବ ସମୟରେ ବର୍ଷା ହେବାକୁ ଥିଲେ ବୈଜ୍ଞାନିକ ଏହାକୁ ଏଡାଇ ଦେବେ ବୋଲି ଏମଆଇଏସ ସଚିବ ଏମ ରବିଚନ୍ଦ୍ରନ କହିଛନ୍ତି ।

ରବିଚନ୍ଦ୍ରନଙ୍କ ମୁତାବକ, ଆସନ୍ତା ୫ ବର୍ଷରେ ଆମେ ବନ୍ୟା ସମୟରେ ଅଞ୍ଚଳରେ ବର୍ଷାକୁ ରୋକିବାରେ ସକ୍ଷମ ହୋଇପାରିବା । ଏହା ଉପରେ ବୈଜ୍ଞାନିକ ନିଜ ଗବେଷଣା ଜାରି ରଖିଛନ୍ତି ଓ ଏହି କ୍ଷେତ୍ରରେ କେତେକାଂଶରେ ମଧ୍ୟ ସଫଳ ହୋଇଛନ୍ତି । ଆଗାମୀ ୧୮ ମାସରେ କ୍ଲାଉଡ ଚାମ୍ବର କରାଯାଇ ୫ ବର୍ଷରେ କୃତ୍ରିମ ମୌସୁମୀରେ ସଂଶୋଧନ କରାଯିବ ।

ଏପରି କରିବାର ଉଦ୍ଦେଶ୍ୟ ପ୍ରାକୃତିକ ବିପର୍ଯ୍ୟୟରୁ ମୁକୁଳିବା । ଭାରତୀୟ ପାଣିପାଗ ବିଭାଗ ଓ ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟର ସଂସ୍ଥା ଜିପିଟି ପରି ମୌସୁମୀ ଜିପିଟି ବିକଶିତ ଓ ଲଞ୍ଚ କରିବେ । ଏଥିରୁ ଲୋକେ ଲିଖିତ ତଥା ଅଡିଓ, ଉଭୟ ପ୍ରକାରନ୍ତରେ ସୂଚନା ପାଇପାରିବେ । ତେବେ ଏହି ପ୍ରକ୍ରିୟା ପୂର୍ବରୁ ଆମେରିକା ଚୀନ, ଅଷ୍ଟ୍ରେଲିଆ ପରି ଦେଶରେ କାମ କରୁଛି । ଉଡା ଜାହାଜ ସହାୟତାରେ ବର୍ଷା କରାଯାଉଛି । ଭାରତ ଏହି କ୍ଷେତ୍ରରେ ଆଗକୁ ଯାଉଛି ।

Get real time updates directly on you device, subscribe now.