fbpx

ଆପଣଙ୍କର ବ୍ରେକଅପ କେବେ ହେବ, ତିନିମାସ ପୂର୍ବରୁ ମିଳିବ ସୂଚନା: ବହୁ ଗବେଷଣା ପରେ ମିଳିଲା ନୂଆ ତରିକା

ନୂଆଦିଲ୍ଲୀ: ଆଜିକାଲିର ଯୁବକ-ଯୁବତୀ, ଦମ୍ପତିଙ୍କ ମଧ୍ୟରେ ବ୍ରେକଅପ ଏକ ସାଧାରଣ କଥା ହୋଇଗଲାଣି । କିଛି କ୍ଷେତ୍ରରେ କିଛି ଦିନ, କିଛି ମାସ ମଧ୍ୟରେ ସମ୍ପର୍କ ତୁଟି ଯାଉଥିବା ବେଳେ ଅନେକ କ୍ଷେତ୍ରରେ ବର୍ଷ ବର୍ଷର ଦୀର୍ଘ ଅବଧିର ସମ୍ପର୍କ ମଧ୍ୟ ତୁଟି ଯାଉଛି । କିଏ ପ୍ରେମ କରିବା ପାଇଁ ପାଗଳ ତ ଆଉ କିଏ ବ୍ରେକଅପ୍ କରିବା ପାଇଁ ପାଗଳ । ତେବେ ଏହା ମଧ୍ୟରେ ରିଲେସନସିପକୁ ନେଇ ଆସିଛି ଏକ ବଡ଼ ରିସର୍ଚ୍ଚ ତଥ୍ୟ ।

ସୂଚନା ମୁତାବକ, ବୈଜ୍ଞାନିକମାନେ ନିକଟରେ ବ୍ରେକଅପକୁ ନେଇ ଏକ ନୂଆ ତଥ୍ୟ ପାଇଛନ୍ତି । ଆପଣଙ୍କର କେବେ ବ୍ରେକଅପ ହେବ ତାହା ତିନି ମାସ ପୂର୍ବରୁ ଜଣାପଡ଼ିଯିବ । ଯଦିଓ ବ୍ରେକଅପ ହେବ ନାହିଁ ବୋଲି ଆପଣଙ୍କୁ ହୃଦବୋଧ ହେଉଥିବ, ତେବେ ବ୍ରେକଅପ ପୂର୍ବରୁ ପ୍ରଥମେ ଆପଣଙ୍କର ଚାଲିଚଳଣରେ ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ବ୍ରେକ କରୁଥିବା ଲୋକଙ୍କର ଭାଷା ଓ ସୋସିଆଲ ମିଡ଼ିଆ ପୋଷ୍ଟରୁ କିଛି ସୁରାକ ମିଳିଥାଏ ।

ନିକଟରେ ଅଷ୍ଟିନ ସ୍ଥିତ ୟୁନିଭରସିଟି ଅଫ୍ ଟେକ୍ସାସ ପକ୍ଷରୁ ଏକ ରିସର୍ଚ୍ଚ କରାଯାଇଥିଲା । ସେଥିରେ ୬୮୦୩ ଜଣ ରେଡିଟ୍ ୟୁଜର୍ସଙ୍କ ୧୦,୨୭,୫୪୧ଟି ପୋଷ୍ଟ ଉପରେ ଷ୍ଟଡି କରାଯାଇଥିଲା । ଏହି ଲୋକମାନେ ସେମାନଙ୍କର ବ୍ରେକଅପକୁ ନେଇ ପୋଷ୍ଟ କରିଥିଲେ । ଏହାର ଅର୍ଥ ନଥିଲା ଯେ ସେମାନଙ୍କର ବ୍ରେକଅପ ହେଉଥିଲା ବା ହେବାକୁ ଅଛି । ମାତ୍ର ବ୍ରେକଅପ ଶବ୍ଦ ମସ୍ତିଷ୍କରେ ପ୍ରବେଶ କରିବା କ୍ଷଣି ହିଁ ପୋଷ୍ଟର ଭାଷା ବଦଳି ଯାଇଥିବା ଜଣାପଡ଼ିଥିଲା ।

କିଛି ୟୁଜର୍ସଙ୍କ ପୋଷ୍ଟକୁ ବ୍ରେକଅପର ଦୁଇ ବର୍ଷ ପୂର୍ବରୁ ଓ ଦୁଇବର୍ଷ ପରେ ରିସର୍ଚ୍ଚର୍ସ ସମୀକ୍ଷା କରିଥିଲେ । ମାତ୍ର ଏହି ଅବଧିରେ ସେମାନଙ୍କର ପୋଷ୍ଟର ଭାଷାରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିନଥିଲା । ଯେଉଁମାନଙ୍କର ଆଗକୁ ବ୍ରେକଅପ ହେବାର ଥିଲା, ସେମାନଙ୍କର ଭାଷା ତିନିମାସ ପୂର୍ବରୁ ବଦଳି ଯାଇଥିଲା । ବ୍ରେକଅପର ପର ଛଅମାସ ପର୍ଯ୍ୟନ୍ତ ସେମାନଙ୍କର ଭାଷାରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିନଥିଲା । ମଣିଷ ଚାପରେ ରହିଥିବା ବେଳେ ତା’ର ଭାଷାରେ ପରିବର୍ତ୍ତନ ଦେଖିବାକୁ ମିଳିଥାଏ । କିଛି ଲୋକ ସେମାନଙ୍କର ବ୍ରେକଅପ ହେବା ନେଇ ପୂର୍ବରୁ ଜାଣିପାରନ୍ତି, ମାତ୍ର ଅନେକ ସମୟରେ ସେମାନେ ନିଜ ଭାଷା ଉପରେ ଧ୍ୟାନ ଦିଅନ୍ତି ନାହିଁ । ମାତ୍ର ଏହା ମନୋବୈଜ୍ଞାନିକ ସ୍ଥିତିରୁ ଜଣାପଡ଼ିଥାଏ ।

Get real time updates directly on you device, subscribe now.