fbpx

ଆଶ୍ଚର୍ଯ୍ୟ ! ହିମାଳୟ ଗ୍ଲାସିୟରରେ ବୈଜ୍ଞାନିକଙ୍କ ଆବିଷ୍କାର, ଗୋଟିଏ କିମ୍ବା ୨ଟି ନୁହେଁ ବରଫରେ ପୋତି ହୋଇଛି ୧୭୦୦ରୁ ଉର୍ଦ୍ଧ୍ୱ ଭାଇରସ୍

ଓଡ଼ିଶା ଭାସ୍କର: ବରଫରେ ଘେରା ହିମାଳୟ ପର୍ବତ । ଏଠାରେ ଅନେକ ବଡ଼ ବଡ଼ ଗ୍ଲାସିୟର ମଧ୍ୟ ରହିଛି । ଏହି ଥଣ୍ଡା ସ୍ଥାନରେ ବୈଜ୍ଞାନିକଙ୍କୁ ଭାଇରସର ସନ୍ଧାନ ମିଳିଛି । ଏନେଇ ଅଗଷ୍ଟ ୨୬ରେ Nature Geoscience ଜର୍ଣ୍ଣାଲରେ ପ୍ରକାଶିତ ଏକ ଅଧ୍ୟୟନରୁ ସୂଚନା ମିଳିଛି ।

ଆମେରିକା ସ୍ଥିତ Ohio State Universityର ପାଲିଓକ୍ଲାଇମେଟେଲୋଜିଷ୍ଟ ଏବଂ ଗ୍ଲାସିଓଲୋଜିଷ୍ଟ Lonnie Thompsonଙ୍କ ନେତୃତ୍ୱରେ ଏକ ଅଧ୍ୟୟନ କରାଯାଇଥିଲା । ଏହି ଟିମ୍ ଦ୍ୱାରା ପ୍ରାୟ ୨୦ ହଜାରରୁ ଉର୍ଦ୍ଧ୍ୱ ଫୁଟରେ ଅବସ୍ଥିତ ଗୁଲିଆ ଗ୍ଲାସିୟରରୁ ୧, ୭୦୫ ଭାଇରସ୍ ଜିନୋମ୍ସ(Genomes)ର ସନ୍ଧାନ କରିଥିଲେ । ଏହି ସବୁ ପ୍ରୋକାରିଓଟ୍ସ(Prokaryote) ଭାଇରସ୍ ପ୍ରକାର ଅଟନ୍ତି । ଏହି ଭାଇରସ୍ ବ୍ୟାକ୍ଟେରିଆ ଏବଂ ଆର୍କିଆ(Archaea) କୁ ସଂକ୍ରମିତ କରିଥାନ୍ତି । ମନୁଷ୍ୟ, ଜୀବଜନ୍ତୁ ଏବଂ ଗଛଲତାଙ୍କୁ ଏହି ସଂକ୍ରମଣର ଭୟ ନଥାଏ । ଏକଦା ଏହି ପ୍ରାଚୀନ ମାଇକ୍ରୋବ୍ସ ସ୍ଥାନୀୟ ପରିବେଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲେ । ବୈଜ୍ଞାନିକମାନେ ଗ୍ଲାସିୟର କୋରରୁ ଉଦ୍ଧାର କରିଥିବା ସବୁ ଡିଏନଏ ନମୁନା ଭିନ୍ନ ଭିନ୍ନ ସମୟ ଏବଂ ଜଳବାୟୁ ଅବଧିର ଅଟେ । ସର୍ବକନିଷ୍ଠ ନମୁନା ୧୬୦ ବର୍ଷ ପୁରୁଣା ଥିବା ବେଳେ ସର୍ବପୁରାତନ ନମୁନା ୪୧ ହଜାର ବର୍ଷରୁ ଉର୍ଦ୍ଧ୍ୱ ଥିଲା ।

Get real time updates directly on you device, subscribe now.