fbpx

ଗ୍ଲୋବାଲ ୱାର୍ମିଂ ରୋକିବା ପାଇଁ ବୈଜ୍ଞାନିକଙ୍କ ନୂଆ କୌଶଳ

ନୂଆଦିଲ୍ଲୀ : ଜୁନ୍ ୧୯୯୧ ରେ ଫିଲିପାଇନ୍ସର ଆଗ୍ନେୟଗିରି ବିସ୍ଫୋରଣ ହୋଇଥିଲା । ଏହା ଥିଲା ବିଂଶ ଶତାବ୍ଦୀର ସବୁଠାରୁ ବଡ ବିସ୍ଫୋରଣ । ଏହାର ଧୂଆଁ ଆକାଶର ପ୍ରାୟ ୨୮ ମାଇଲ୍ ପର୍ଯ୍ୟନ୍ତ ଆଚ୍ଛାଦିତ ହୋଇ ରହିଥିଲା । ଏହା ପରେ ଆଗାମୀ ୧୫ ମାସ ପର୍ଯ୍ୟନ୍ତ ସମଗ୍ର ବିଶ୍ୱର ତାପମାତ୍ରା ପ୍ରାୟ ୧ ଡିଗ୍ରୀ ହ୍ରାସ ପାଇଥିଲା । ଆକାଶ ଧୂଆଁମୟ ହେତୁ ସୂର୍ୟ୍ୟ କିରଣ ପୃଥିବୀପୃଷ୍ଠରେ ପହଞ୍ଚି ପାରି ନଥିଲା। ଏହି ସମୟରେ ବୈଜ୍ଞାନିକମାନଙ୍କର ଏକ ଧାରଣା ଆସିଲା ଯେ ଯଦି ସୂର୍ୟ୍ୟ ଏବଂ ବାୟୁମଣ୍ଡଳ ମଧ୍ୟରେ କିଛି ସ୍ତର ରଖାଯାଏ, ତେବେ ସୂର୍ୟ୍ୟ କିରଣ ପୃଥିବୀପୃଷ୍ଠରେ କମ୍ ପହଞ୍ଚିବ ।

dimming the sun to cool the planet solar geoengineering controversy

ବାୟୁମଣ୍ଡଳରେ ସୂର୍ୟ୍ୟ କିରଣ ହ୍ରାସ କରିବାର ବୈଜ୍ଞନିକମାନେ ସେହି ସମାନ କୌଶଳ ଆପଣାଇଲେ । ଯେପରି ଗରମ ଜିନିଷ ଉପରେ ଥଣ୍ଡା ପାଣି ସ୍ପ୍ରେ କରିବା ଦ୍ୱାରା ତାହା ଶୀଘ୍ର ଥଣ୍ଡା ହୋଇଯାଏ, ଠିକ୍ ସେହି ପ୍ରକ୍ରିୟାରେ ସୋଲାର ଜିଓଜିନିୟରିଂ ପ୍ରୋସେସ୍ ରେ ବୈଜ୍ଞାନିକମାନେ ବଡ଼ ବେଲୁନ୍ ମାଧ୍ୟମରେ ବାୟୁମଣ୍ଡଳର ଉପର ଭାଗରେ (ଷ୍ଟ୍ରାଟୋସଫିସର୍) ସଲଫର୍ ଡାଇଅକ୍ସାଇଡ୍ ସ୍ପ୍ରେ କରିବେ । ସୂର୍ଯ୍ୟର କିରଣକୁ କମ୍ କଲା ଭଳି କ୍ଷମତା ସଲଫର୍ ଡାଇଅକ୍ସାଇଡ୍ ରେ ରହିଛି । ଯାହା ଫଳରେ ପୃଥିବୀ ପୃଷ୍ଠକୁ କମ୍ ତାପମାତ୍ରା ପହଞ୍ଚିବ ।

ସଲଫର ସ୍ପ୍ରେ ବ୍ୟତୀତ ବୈଜ୍ଞାନିକମାନେ ଅନ୍ୟାନ୍ୟ ପଦ୍ଧତି ଉପରେ ଗବେଷଣା ଚଳାଇଛନ୍ତି । ଏଥି ମଧ୍ୟରୁ ଗୋଟିଏ ହେଉଛି ସ୍ପେସ୍ ସନଶେଡ ତିଆରି କରିବା । ଏହି ପ୍ରକ୍ରିୟାରେ ସୌରମଣ୍ଡଳ ଦର୍ପଣ ଭଳି କିଛି ଉପକରଣ ମଧ୍ୟାମରେ ସୂର୍ୟ୍ୟ କିରଣକୁ ପ୍ରତିଫଳନ କରି ଅନ୍ୟ ପାର୍ଶ୍ୱକୁ ସ୍ଥାନାନ୍ତରିତ କରାଯିବ ।

dimming the sun to cool the planet solar geoengineering controversy

ବିଶ୍ୱର ଅନେକ କମ୍ପାନୀ ସୂର୍ୟ୍ୟକିରଣ ହ୍ରାସ କରିବା ପାଇଁ ଗବେଷଣା ଜାରି ରଖିଛନ୍ତି । ବର୍ତ୍ତମାନ ୧୫ ଟି ଦେଶରେ ଏହି ଗବେଷଣା ଚାଲୁଛି । ନିକଟରେ ବ୍ରିଟିଶର ଏନଜିଓ ଡିଗ୍ରୀ ଇନିସିଏଟିଭ୍ ଘୋଷଣା କରିଥିଲେ ଯେ, ଏହି ଗବେଷଣା ପାଇଁ ପ୍ରାୟ ନଅ ଲକ୍ଷ ଡଲାର (୭.୫ କୋଟି ଟଙ୍କା) ପ୍ରଦାନ କରିବ। ଏହା ବ୍ୟତୀତ ଅନ୍ୟ ଏନଜିଓ ସଂସ୍ଥା ଏହି ଗବେଷଣା ଉପରେ ଅର୍ଥଦାନ କରିବେ ବୋଲି ଘୋଷଣା କରିଛନ୍ତି ।

ଏହି ଅନୁସନ୍ଧାନର ଗୁରୁତ୍ୱପୂର୍ଣ୍ଣ ଦିଗ ହେଲା, ସୂର୍ଯ୍ୟତାପ ହ୍ରାସ କରିବାରେ ଗରିବ ଏବଂ ସ୍ୱଳ୍ପ ଆୟକାରୀ ଦେଶଗୁଡିକୁ ମନୋନୀତ କରାଯାଇଛି । ବିକଶିତ ଦେଶମାନେ ଅଧିକ ପ୍ରଦୂଷଣ କରୁଛନ୍ତି। ଗୋଟିଏ ବର୍ଷରେ ଆମେରିକା ୧୪.୭ ମେଟ୍ରିକ୍ ଟନ୍ କାର୍ବନ ଡାଇଅକ୍ସାଇଡ୍ ବା ଅଙ୍ଗାରକାମ୍ଳ ଗ୍ୟାସ୍ ଉତ୍ପନ କରୁଥିବାବେଳେ ଭାରତ ୧.୮ ମେଟ୍ରିକ୍ ଟନ୍ ଉତ୍ପନ କରୁଛି । ବିଶ୍ୱ ତାପମାତ୍ରା ପାଇଁ ବଡ ଦେଶ ଅଧିକ ଦାୟୀ ।

ଏହା ଉପରେ ଅନୁସନ୍ଧାନ କରୁଥିବା ମେକ୍ସିକୋର ଏକ ଷ୍ଟାର୍ଟଅପ୍ କମ୍ପାନୀ ମେକ୍ ସନ୍ସେଟ୍ ୨୦୨୨ ଶେଷରେ ଦୁଇଟି ବଡ଼ ବେଲୁନ୍ ଛାଡିଥିଲା । କିନ୍ତୁ ମେକ୍ସିକୋ ସରକାର ଏହି ପରିକ୍ଷଣ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ତାଙ୍କ କହିବା ହେଲା, ବାୟୁମଣ୍ଡଳର ବିଷାକ୍ତ ଗ୍ୟାସ ଛାଡିବା ଅପେକ୍ଷା ଜଳବାୟୁ ପରିବର୍ତ୍ତନ ଉପରେ ଅଧିକ ଧ୍ୟାନ ଦେବା ଉଚିତ୍ । ଏହା ଅତ୍ୟନ୍ତ ବିପଜ୍ଜନକ, ଅନ୍ୟ ବିକଳ୍ପ ଖୋଜିବା ଆବଶ୍ୟକ ।

Scientists convert carbon dioxide into electricity relief Global Warming | अब ग्लोबल वॉर्मिंग पर लगेगा ब्रेक, कार्बन डाई ऑक्साइड से बनेगी बिजली

ସଲଫର୍ ଡାଇଅକ୍ସାଇଡ୍ ରେ କ’ଣ ବିପଦ ରହିଛି
ସଲଫର୍ ଡାଇଅକ୍ସାଇଡ୍ ନିଜେ ଏକ ବିଷାକ୍ତ ଗ୍ୟାସ୍ । ଯାହା ଦ୍ୱାରା ଶ୍ୱାସ ରୋଗ ହେବା ଆଶଙ୍କା ରହିଛି । ଏପରି ପରିସ୍ଥିତିରେ ବାୟୁମଣ୍ଡଳରେ ସର୍ବଦା ଏହି ଗ୍ୟାସ ରହିବା ସ୍ୱାସ୍ଥ୍ୟ ପ୍ରତି ବିପଦ ହୋଇପାରେ ।
ଅନ୍ୟ ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ, ଏହି ଗ୍ୟାସ୍ ହେତୁ ସୂର୍ୟ୍ୟ କିରଣ କୃତ୍ରିମ ଭାବରେ ପ୍ରତିଫଳିତ ହେବ। ଏହାଦ୍ୱାରା ମରୁଡ଼ି ଏବଂ ଦୁର୍ଭିକ୍ଷର ଆଶଙ୍କା ବଢିବ। ସବୁଠୁ ବଡ ବିପଦ ହେଉଛି ଏହା ଯୋଗୁଁ ଓଜୋନ ସ୍ତର ପ୍ରଭାବିତ ହେବ । ଯାହା ଫଳରେ ବିପଜ୍ଜନକ ଅତି-ବାଇଗଣି ରଶ୍ମି ସିଧାସଳଖ ପୃଥିବୀପୃଷ୍ଠରେ ପଡିବ । ଯେଉଁ କାରଣରୁ କର୍କଟ ଭଳି ମାରାତ୍ମକ ରୋଗର ବୃଦ୍ଧି ହେବ ।

ग्लोबल वार्मिंग पर महासम्‍मेलन समाप्‍त, कैसे बचेगी धरती ? दुनिया ने किया मंथन, जानें क्‍या रहा संकल्‍प - The convention to stop global warming ends how will the earth ...

Get real time updates directly on you device, subscribe now.