fbpx

ବୈଜ୍ଞାନିକମାନେ ଠାବ କଲେ ୩୦ ହଜାର ନୂଆ ଭାଇରସ: ବ୍ୟାକ୍ଟେରିଆର DNA ମଧ୍ୟରେ ଲୁଚିଥିଲେ ଅଜଣା ଭାଇରସ୍, କେମିତି ଆସିଲେ ଜଣାପଡ଼ୁନି

ନୂଆଦିଲ୍ଲୀ: ସାରା ବିଶ୍ୱରେ ଏବେ କରୋନା ଭାଇରସର ଲେଉଟାଣିକୁ ନେଇ ଆଶଙ୍କା ଦେଖା ଦେଇଛି । ଏପରିକି ଆସନ୍ତା ୧-୨ ମାସ ମଧ୍ୟରେ କରୋନାର ଆଉ ଏକ ଲହର ଆସିବାର ସମ୍ଭାବନାକୁ ଏଡ଼ାଇ ଦେଇହେବ ନାହିଁ ବୋଲି କିଛି ବିଶେଷଜ୍ଞ ମତ ଦେଉଛନ୍ତି । ଦେଶରେ ଏବେ କୋଭିଡ-୧୯ ସଂକ୍ରମଣ ଧୀରେଧୀରେ ଉପରମୁହାଁ ହୋଇଥିବା ବେଳେ ବିଭିନ୍ନ ରାଜ୍ୟରେ ମାସ୍କ ବାଧ୍ୟତାମୂଳକ କରାଇଛି । ନିକଟରେ ଓଡ଼ିଶା ସରକାର ମଧ୍ୟ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରିଛନ୍ତି ।

ତେବେ ଏହା ମଧ୍ୟରେ କରୋନାକୁ ନେଇ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ବୈଜ୍ଞାନିକମାନେ ୩୦ ହଜାର ଅଜଣା ଭାଇରସଙ୍କୁ ଠାବ କରିଛନ୍ତି । ଏହି ଭାଇରସଗୁଡ଼ିକ ବ୍ୟାକ୍ଟେରିଆର ଡିଏନଏ ମଧ୍ୟରେ ଲୁଚି ରହିଥିଲେ । ତେବେ ଭବିଷ୍ୟତରେ ଏହି ବ୍ୟାକ୍ଟେରିଆକୁ ଭାଇରସ ଖାଇବା ସହ ନୂଆ ଭାଇରସ ସୃଷ୍ଟି କରିବାର ସମ୍ଭାବନା ରହିଥିଲା । ଏହି ସିଙ୍ଗଲ ସେଲ ବ୍ୟାକ୍ଟେରିଆ ଏତେ କ୍ଷୁଦ୍ର ହୋଇଥାନ୍ତି ଯେ, ସେମାନଙ୍କର ଡିଏନଏ ପରି ଏକ କ୍ଷୁଦ୍ର ଅଂଶରେ ଏତେ ସଂଖ୍ୟାକ ଭାଇରସ ଲୁଚି ରହିପାରିଥିଲେ । ଅଷ୍ଟ୍ରିଆ ସ୍ଥିତ ୟୁନିଭରସିଟି ଅଫ୍ ଇନ୍ସବ୍ରକର ଗବେଷକମାନେ ଏହି ଅଜଣା ଭାଇରସର ସନ୍ଧାନ କରିଛନ୍ତି ।

ତେବେ ବ୍ୟାକ୍ଟେରିଆର ଡିଏନଏ ମଧ୍ୟକୁ ଏତେ ମାତ୍ରାରେ ଭାଇରସ କିପରି ଆସିଲେ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ତେବେ ଏହି ଭାଇରସମାନେ ସିଙ୍ଗଲ ସେଲ ବ୍ୟାକ୍ଟେରିଆକୁ ଅନ୍ୟ ଘାତକ ଭାଇରସ କବଳରୁ ରକ୍ଷା କରୁଥିବା କୁହାଯାଉଛି । ଧରିତ୍ରୀ ପୃଷ୍ଠରେ ରହିବାକୁ ହେଲେ ଲକ୍ଷ ଲକ୍ଷ ଭାଇରସ ସହିତ ସଂଘର୍ଷ କରିବାକୁ ପଡ଼ିବ । ଏହି ସମସ୍ତ ଭାଇରସମାନେ ଅଲଗା ଅଲଗା ପ୍ରକାରର ଜୀବଙ୍କୁ ସଂକ୍ରମିତ କରିଥାନ୍ତି । ତେବେ ଏହି ଭାଇରସ ମଣିଷ ପାଇଁ ବିପଦଜ୍ଜନକ ନୁହେଁ ବୋଲି ଜଣପାଡ଼ିଛି ।

Get real time updates directly on you device, subscribe now.