fbpx

ଏସିଆ ଏବଂ ଆମେରିକା ମିଶି ସୃଷ୍ଟି ହେବ ଅମେସିଆ ମହାଦ୍ଵୀପ, ବୈଜ୍ଞାନିକଙ୍କ ଭବିଷ୍ୟତବାଣୀ

ନୂଆଦିଲ୍ଲୀ: ଆଗାମୀ ସମୟରେ ଏସିଆ ଏବଂ ଆମେରିକା ମିଶି ଅମେସିଆ ନାମକ ଏକ ନୂତନ ମହାଦ୍ଵୀପରେ ପରିଣତ ହେବେ। ଏମିତି ଭବିଷ୍ୟତବାଣୀ କରିଛନ୍ତି ବୈଜ୍ଞାନିକ। ଅଧ୍ୟୟନ କରୁଥିବା ବିଶେଷଜ୍ଞଙ୍କ କହିବା କଥା ଆର୍କଟିକ ମହାସାଗର ଏବଂ କାରବିୟାନ ସାଗର ଆଗାମୀ ୨୦ ରୁ ୩୦ କୋଟି ବର୍ଷରେ ଗାଏବ ହୋଇଯିବେ। ପରିଣାମସ୍ଵରୂପ ଅମେସିଆ ନାମକ ଏକ ନୂତନ ମହାଦ୍ଵୀପ ସୃଷ୍ଟି ହେବ। ଅଷ୍ଟ୍ରେଲିଆର କର୍ଟିନ ବିଶ୍ଵ ବିଦ୍ୟାଳୟ ଏବ ଚୀନର ପେକିଂ ବିଶ୍ଵ ବିଦ୍ୟାଳୟର ଗବେଷକ ଏମିତି ଭବିଷ୍ୟତବାଣୀ କରିଛନ୍ତି।

ଗବେଷକଙ୍କ ଅନୁଯାୟୀ, ପ୍ରଶାନ୍ତ ମହାସାଗର ଗୋଟିଏ ବର୍ଷରେ ପାଖାପାଖି ଗୋଟିଏ ଇଞ୍ଚ ହ୍ରାସ ପାଇ ଚାଲିଛି। ଏହି କ୍ରମରେ ଆମେରିକା ଏବଂ ଏସିଆ ମହାଦ୍ଵୀପ ଭବିଷ୍ୟତରେ କେବେ ବି ପରସ୍ପର ବିଲୀନ ହୋଇଯିବେ। ଆଉ ଏଥିରୁ ଜନ୍ମ ନେବ ଆମେସିଆ ନାମକ ଏକ ନୂତନ ମହାଦ୍ଵୀପ।
ନ୍ୟାସନାଲ ସାଇନ୍ସ ରିଭ୍ୟୁ ଜର୍ଣ୍ଣାଲରେ ପ୍ରକାଶିତ ଏକ ଅଧ୍ୟୟନର ପ୍ରମୁଖ ଲେଖକ ଡ. ଚୁଆନ ହୁଆଙ୍ଗ କହିଛନ୍ତି, ଗତ ଦୁଇ ବିଲିୟନ ବର୍ଷରେ ପୃଥିବୀର ମହାଦ୍ଵୀପ ପ୍ରତି ୬୦ କୋଟି ବର୍ଷରେ ପରସ୍ପର ସହ ଧକ୍କା ହୋଇ ଏକ ନୂତନ ମହାଦ୍ଵୀପରେ ପରିଣତ ହେବେ। ଏହାକୁ ସୁପରକଣ୍ଟିନେଣ୍ଟ ଚକ୍ର କୁହାଯାଏ। ଏହାର ଅର୍ଥ ବର୍ତ୍ତମାନର ମହାଦ୍ଵୀପ ଆଗାମୀ ୨୦-୩୦ କୋଟି ବର୍ଷରେ ପୁଣି ଥରେ ପରସ୍ପର ଧକ୍କା ହେବେ।

ବୈଜ୍ଞାନିକଙ୍କ ମତରେ ନୂତନ ମହାଦ୍ଵୀପ ପୃଥିବୀର ଶୀର୍ଷ ଭାଗରେ ନିର୍ମାଣ ହେବ ଏବଂ ଏହା ଭୂମଧ୍ୟ ରେଖାର ଦକ୍ଷିଣ ଭାଗକୁ ବିସ୍ତାର ହେବ। ଅଧ୍ୟୟନ ମୁତାବକ, ୟୁରେସିଆ ଏବଂ ଆମେରିକା ଭୂଭାଗ ପ୍ରଶାନ୍ତ ମହାସାଗର ଅଭିମୁଖେ ଧିରେ ଧିରେ ଗତି କରୁଛନ୍ତି। ଅନ୍ୟପକ୍ଷେ ଅଷ୍ଟ୍ରେଲିଆ ପ୍ରତ୍ୟେକ ବର୍ଷ ପ୍ରାୟ ୭ ସେଣ୍ଟିମିଟର ହାରରେ ଏସିଆର ଆଡକୁ ବଢିବାରେ ଲାଗିଛି।

ଫଳସ୍ଵରୂପ ନୂତନ ମହାଦ୍ଵୀପର ଜନ୍ମ ପରେ ଆମ ଦୁନିଆ ବର୍ତ୍ତମାନ ତୂଳନାରେ ବହୁତ ଭିନ୍ନ ରହିବ। ବର୍ତ୍ତମାନ ପୃଥିବୀରେ ସାତ ମହଦ୍ଵୀପ ରହିଛି। ତେଣୁ ୨୦ ରୁ ୩୦ କୋଟି ବର୍ଷ ପରେ ଦୁନିଆ କିପରି ଦେଖାଯିବ ଏହାର କଳ୍ପନା କରିବା ବାସ୍ତବରେ ରୋମାଞ୍ଚକର ବୋଲି ବୈଜ୍ଞାନିକ କହିଛନ୍ତି।

Get real time updates directly on you device, subscribe now.