fbpx

ବୈଜ୍ଞାନିକ କହିଲେ ଅଧିକ ଦିନ ବଞ୍ଚିବାର ସିକ୍ରେଟ : ୧୦୦ ବର୍ଷ ବଞ୍ଚିବା ପାଇଁ ଖାଆନ୍ତୁ ଏହି ଜିନିଷ

ନୂଆଦିଲ୍ଲୀ : ଜେରୋଣ୍ଟୋଲଜିର ଅଧ୍ୟାପକ ଏବଂ ୟୁଏସସି ଲଙ୍ଗବିଟୀ ଇନଷ୍ଟିଟ୍ୟୁଟର ନିର୍ଦ୍ଦେଶକ ୱାଲଟର ଲୋକଙ୍କୁ ଅଧିକ ବୟସ ବଞ୍ଚିବା ପାଇଁ ଏକ ସିର୍କେଟ କହିଛନ୍ତି । ସେ କହିଛନ୍ତି ଯଦି ଆପଣ ଅଧିକ ବୟସ ବଞ୍ଚିବା ପାଇଁ ଚାହୁଁଛନ୍ତି ତେବେ ଡାଏଟରେ ସାମିଲ କରନ୍ତୁ ଏହି ଖାଦ୍ୟ । ଡାଏଟର ଏହି ଜିନିଷକୁ ପ୍ରଥମେ ୱାଲଟରେ ତିଆରି କରାଯାଇଥିଲା, ଏହା ସହ ଏହି ଡାଏଟକୁ ପ୍ରଥମେ ସେମାନେ ନିଜ ଉପରେ ପ୍ରୟୋଗ କରିଛନ୍ତି । ଏହାପରେ ଲୋକଙ୍କୁ ଏହି ଡାଏଟ ବିଷୟରେ କହିଛନ୍ତି ।

ୱାଲ୍ଟରଙ୍କ କହିବା ଅନୁସାରେ ଯଦି ଆପଣ ଅଧିକ ଦିନ ବଞ୍ଚିବା ପାଇଁ ଚାହୁଁଛନ୍ତି ତେବେ ଡାଏଟରେ ଦଲିୟା, ସାଗୁ ଦାନ, ବାଦାମ ଏବଂ ମଞ୍ଜିକୁ ନିଶ୍ଚିତ ସାମିଲ କରନ୍ତୁ । ଏହା ବ୍ୟତୀତ ସେ କହିଛନ୍ତି ଯଦି ୧୦୦ ବର୍ଷ ବଞ୍ଚିବାକୁ ଚାହୁଁଥିଲେ, ନିଜ ଜଳଖିଆ ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦେବା ଉଚିତ । ତେବେ ଆସାନ୍ତୁ ଜାଣିବା ଜଳଖିଆରେ କେଉଁ ଜିନିଷ ଖାଇବା ଦ୍ୱାରା ବୟସ ବୃଦ୍ଧି ପାଇଥାଏ ।

୧. ଅଧିକ ଦିନ ବଞ୍ଚିବା ପାଇଁ ଜଳଖିଆରେ ସାଗୁ ଅନାଜ, ଡ୍ରାଏଫ୍ରୃଟସ୍ ଏବଂ କିଛି ଫଳ ସାମିଲ କରିବା ଆବଶ୍ୟକ । ସାଗୁ ଦାନାର ବ୍ରେଡ ଖାଇବା ଅତ୍ୟନ୍ତ ଉତ୍ତମ ଅଟେ କାରଣ ଏଥିରେ ଅଖରୋଟ ଏବଂ କୋକୋ ସହ ଏକ ଆପଲ ମଧ୍ୟ ରହିଛି ।

୨. ଡାଏଟ ଏକ୍ସପର୍ଟ ଏଲିସନ ଚାଇଲଡ୍ରେସଙ୍କ କହିବା ଅନୁସାରେ ଆଲମଣ୍ଡ ବଟର ସେତେବେଳ ପଯ୍ୟ୭ନ୍ତ ଖାଇବା ଉଚିତ ଯେତେବେଳ ପର୍ଯ୍ୟନ୍ତ ସେଥିରେ ଅଧିକ ଚିନି ନଥାଏ । ଏହା ବ୍ୟତୀତ ଏଥିରେ ଭିଟାମିନ ଇ, ମ୍ୟାଗ୍ନେସିୟମ ଏବଂ କ୍ୟାଲସିୟମ ଭଳି ଭିଟାମିନ ଏବଂ ମିନେରାଲ୍ସ ରହିଥାଏ ।

୩. ୱାଲ୍ଟରଙ୍କ କହିବା ଅନୁସାରେ , ଆପଣଙ୍କୁ ସେହି ଜିନିହକୁ ଖାଇବା ଆଦୌ ଦରକାର ନାହିଁ, ଯାହାକି ଆପଣଙ୍କୁ ପସନ୍ଦ ନଥାଏ । ଏହା ବ୍ୟତୀତ ଯଦି ଆପଣଙ୍କୁ କୌଣସି ଜିନିଷ ଖାଇବାକୁ ଇଚ୍ଛା ହେଉନାହିଁ , ତେବେ ଜବରଦସ୍ତି ଖାଇବାର ପ୍ରୟାସ କରନ୍ତୁ ନାହିଁ । ।

Get real time updates directly on you device, subscribe now.