fbpx

ପୁଅ ବୋର୍ଡ ପରୀକ୍ଷାରେ ଟପର ହେଲା, କବାଡିଆ ବାପା କିଣିଦେଲେ ଆଇ ଫୋନ-୧୬

ଓଡିଶା ଭାସ୍କର: କବାଡିଆ କାମ କରୁଥିବା ଲୋକ, ପୁଅକୁ ଦେଲେ ଲକ୍ଷେ ୮୦ ହଜାର ଟଙ୍କାର ଆଇ ଫୋନ-୧୬ । କଥାଟା ଶୁଣିଲେ ବିଶ୍ୱାସ ହେଉନଥିବ । କାରଣ କବାଡିଆ ଭାବେ କାମ କରୁଥିବା ଲୋକ ଏତେ ଟଙ୍କା କେଉଁଠୁ ଆଣିବ କରି ଆଇ ଫୋନ କିଣିବ ତା ପୁଣି ଅପଡେଟ୍ ଭର୍ସନର । କିନ୍ତୁ ଏହା ସତ ।

ସାଧାରଣତଃ ଧନୀ ବାପାଟିଏ ପୁଅର ସଫଳତା ପାଇଁ ପୁଅର ମନ ପସନ୍ଦର ଜିନିଷ କିଣି ଦେଇଥାଏ । କାହିଁକି ନା ସେମାନଙ୍କ ନିକଟରେ ଅର୍ଥର ଅଭାବ ନାହିଁ । ହେଲେ ଭାବିଲେ ଦେଖି ଜଣେ କବାଡିଆବାଲା ଆଇ ଫୋନ ୧୬ ଉପହାର ଦେବାକୁ କିଣିବେ । କଥାଟା ଜମାରୁ ଅନେକଙ୍କୁ ହଜମ ହେଉନଥିବ । ହେଲେ ଏକ ଅସମ୍ଭବକୁ ସମ୍ଭବ କରି ଦେଇଛନ୍ତି ଫଟୋରେ ଥିବା ବ୍ୟକ୍ତି । ମୋବାଇଲ କିଣିବା ପରେ ତାକୁ ନିଜ ହାତରେ ଧରି ଦେଖାଉଛନ୍ତି । କାହିଁକି କିଣିଛନ୍ତି ସେ କଥା ମଧ୍ୟ କହିଛନ୍ତି ।

ଘଟଣାଟି ଥିଲା ଏମିତି- ପୁଅ ଦେଉଥିଲା ବୋର୍ଡ ପରୀକ୍ଷା । ବାପା କହିଥିଲେ, ପରୀକ୍ଷାରେ ଟପର ହେଲେ ତାଙ୍କୁ ଆଇଫୋନ ୧୬ ଦେବେ । ଆଉ ପୁଅ ପ୍ରାଣପଣେ ଲାଗିପଡିଥିଲା ରେଜଲ୍ଟ ଆସିବାରୁ ପୁଅ ସାରା ରାଜ୍ୟରେ ହୋଇଥିଲା ପ୍ରଥମ । ଏତିକି ଶୁଣିବା ପରେ ବାପାଙ୍କ ପାଦ ତଳେ ଲାଗି ନ ଥିଲା । କାଳ ବିଳମ୍ବ ନ କରି ନିଜ ଦୋକାନରେ ଥିବା ସବୁ କିଛିକୁ ବିକି ପୁଅ ପାଇଁ ୧,୮୦,୦୦୦ ଟଙ୍କାର ଲ୍ୟାଟେଷ୍ଟ ମଡେଲର ଆଇ ଫୋନ କିଣି ଆଣିଥିଲେ ।

ଖାଲି ପୁଅ ପାଇଁ ନୁହେଁ, ନିଜ ପାଇଁ ମଧ୍ୟ ଏକ ୮୫ ହଜାରର ଆଇ ଫୋନ କିଣିବାକୁ ପଛେଇ ନଥିଲେ । ତେବେ ଏହି ବ୍ୟକ୍ତି କେଉଁ ସ୍ଥାନର ତାହା ତ ଜଣାନାହିଁ । ହେଲେ ଘର କା କଲେଶ ନାମକ ଏକ ଏକ୍ସ ଆକାଉଣ୍ଟରୁ ପ୍ରାଉଡ ଫାଦରର ଏହି ଭିଡିଓ ସେୟାର କରିଛନ୍ତି ।

 

 

Get real time updates directly on you device, subscribe now.