fbpx

ଆତଙ୍କ ଖେଳାଉଛି ସ୍କ୍ରବ ଟାଇଫସ : ପୁଣି ଦିନକରେ ୧୧ ଆକ୍ରାନ୍ତ ଚିହ୍ନଟ

Advertisement

ସୁନ୍ଦରଗଡ଼ : କାୟା ବିସ୍ତାର କରୁଛି ସ୍କ୍ରବ ଟାଇଫସ । ଆକ୍ରାନ୍ତଙ୍କ ସଂଖ୍ୟାରେ ବ୍ରେକ ନଲାଗିବାରୁ ଚିନ୍ତାରେ ସୁନ୍ଦରଗଡ଼ ବାସିନ୍ଦା । ଗତକାଲି ୧୪ଟି ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ୧୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା ୪୪୧ରେ ପହଞ୍ଚିଲାଣି । ଗତ ୨୪ ଘଣ୍ଟା ମଧ୍ୟରେ ୪୯ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ୧୧ଟି ପଜିଟିଭ ଚିହ୍ନଟ ହୋଇଛି । ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୂଚନା ଦେଇଡଛନ୍ତି । ଏହା ସହିତ ସେ କହିଛନ୍ତି ଏହି ରୋଗୀଙ୍କ ଚିକିତ୍ସା ପାଇଁ ଡାକ୍ତରଙ୍କ ସ୍ୱତନ୍ତ୍ର ଟିମ ମଧ୍ୟ ଉପଲବ୍ଧ ରହିଛି ।

ଏହା ବ୍ୟତୀତ ଏହି ସଂକ୍ରମଣ ପାଇଁ ବାରମ୍ବାର ଲୋକଙ୍କୁ ସଚେତନ ବି କରାଯାଉଛି । ତେବେ ବରଗଡ଼ରେ ଜଣେ ସଂକ୍ରମିତଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆଇସିୟୁରେ ରହିଛନ୍ତି । ଏହି ରୋଗ କୀଟ ଦଂଶନରୁ ହେଉଥିବାରୁ ଜଙ୍ଗଲ ତଥା ବିଲବାଡ଼ିକୁ ଯିବା ସମୟରେ ସମ୍ପୂର୍ଣ୍ଣ ଶରୀରକୁ ଘୋଡ଼ାଇ ରଖିବାକୁ ସ୍ବାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି । ତେବେ ଏହି ରୋଗ କେବଳ ସୁନ୍ଦରଗଡ଼ରେ ନୁହଁ । ବରଂ ରାଜ୍ୟର ଅନ୍ୟାନ୍ୟ କେତେକ ଜିଲ୍ଲାରେ ଏହାର ସଂକ୍ରମଣ ବ୍ୟାପିବାରେ ଲାଗିଛି । ବଲାଙ୍ଗିର ଏବଂ ବରଗଡ଼ରେ ମଧ୍ୟ ଆତଙ୍କ ଖେଳାଉଛି । ପଶ୍ଚିମ ଓଡିଶା ପରେ ଦକ୍ଷିଣ ଓଡିଶାର କୋରାପୁଟ ଜିଲ୍ଲାରେ ସ୍କ୍ରବ ଟାଇଫସ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ।

Get real time updates directly on you device, subscribe now.